ଡେରେକ ଓ'ବ୍ରାଇନଙ୍କ ଆହ୍ୱାନ, 'ଯଦି ଅମିତ ଶାହା ସଂସଦକୁ ଆସନ୍ତି, ତେବେ ମୁଁ ଲଣ୍ଡା ହୋଇଯିବି'
ପେଗାସସ୍ ମାମଲା ଏବଂ ଦିଲ୍ଲୀରେ ଜଣେ 9 ବର୍ଷର ବାଳିକାକୁ ବଳାତ୍କାର ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରି ଡେରେକ ଓ'ବ୍ରାଇନ୍ କହିଛନ୍ତି ଯେ ଯଦି ଅମିତ ଶାହା ସଂସଦକୁ ଆସନ୍ତି ତେବେ ମୁଁ ଳଣ୍ଡା ହୋଇଯିବି ।
ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନରେ ଦେଶର ସାମ୍ପ୍ରତିକ ପରିସ୍ଥିତି, ମୁଦ୍ରାସ୍ଫୀତି ଏବଂ ପେଗାସସ୍ ଗୁପ୍ତଚର ମାମଲାକୁ ନେଇ ଉତ୍ତେଜନା ଦେଖାଦେଇଛି । ବୁଧବାର ଦିନ ଗୃହର ଶୁଣାଣି ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ବିରୋଧୀଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି, ତୃଣମୂଳ କଂଗ୍ରେସ (ଟିଏମସି) ସଂସଦ ଡେରେକ ଓ'ବ୍ରାଇନ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ପେଗାସସ୍ ମାମଲା ଏବଂ ଦିଲ୍ଲୀରେ ଜଣେ 9 ବର୍ଷର ବାଳିକାକୁ ବଳାତ୍କାର ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରି ଡେରେକ ଓ'ବ୍ରାଇନ୍ କହିଛନ୍ତି ଯେ ଯଦି ଅମିତ ଶାହା ସଂସଦକୁ ଆସନ୍ତି ତେବେ ମୁଁ ଳଣ୍ଡା ହୋଇଯିବି ।

ମଙ୍ଗଳବାର ଦିନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଡେରେକ ଓ'ବ୍ରାଇନ୍ ଦାବି କରିଛନ୍ତି ଯେ "ଅମିତ ଶାହା ପେଗାସସ୍ ପ୍ରସଙ୍ଗରେ ଆଲୋଚନାରୁ ଦୂରେଇ ଯାଉଛନ୍ତି । ସେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁନାହାଁନ୍ତି । ସେ କହିଛନ୍ତି ମୁଁ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କେବେ ଦେଖି ନାହିଁ ।" ପୂର୍ବତନ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ତାନାଙ୍କୁ ନୂଆଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ଦେବା ଉପରେ ଡେରେକ ଓ'ବ୍ରାଇନ୍ ପ୍ରଶ୍ନ କରିଛନ୍ତି । ଟିଏମସି ସାଂସଦ କହିଛନ୍ତି, 'ମୋଦୀ-ଶାହାଙ୍କ ପ୍ରିୟ ଅଧିକାରୀଙ୍କୁ ଦିଲ୍ଲୀର କମିଶନର ଭାବେ ନିଯୁକ୍ତି ଦିଆଯାଇଛି, ଯଦି ରାଜଧାନୀରେ ଜଣେ 9 ବର୍ଷର ଦଲିତ ଝିଅକୁ ବଳାତ୍କାର କରାଯାଇଛି, ତେବେ ଗୃହମନ୍ତ୍ରୀ ଆଗକୁ ଆସି ଉତ୍ତର ଦେବା ଉଚିତ୍ ନୁହେଁ କି ?'
ଟିଏମସି ନେତା ଆହୁରି କହିଛନ୍ତି ଯେ ଯଦି ଅମିତ ଶାହା ଲୋକସଭା କିମ୍ବା ରାଜ୍ୟସଭାକୁ ଆସି ଏହି ପ୍ରସଙ୍ଗରେ ଉତ୍ତର ଦିଅନ୍ତି, ତେବେ ମୁଁ ଜାତୀୟ ଟିଭିରେ ମୋର ଚୁଟି କାଟି ଲଣ୍ଡା ହୋଇଯିବି । ମୁଁ ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ କରୁଛି କାରଣ ସେ ପେଗାସସ୍ ପ୍ରସଙ୍ଗର ଉତ୍ତର ଦେବାଠାରୁ ଦୂରେଇ ଯାଉଛନ୍ତି । ସେ କହିଛନ୍ତି, 15-16 ବିରୋଧୀ ଦଳ, ଆମେ ସଂସଦରେ ଆଲୋଚନା ଚାହୁଁ । ଆମେ ତିନୋଟି ପ୍ରସଙ୍ଗ ଉପରେ ଆଲୋଚନା ଚାହୁଁଛୁ - କୃଷି ଆଇନ, ଅର୍ଥନୀତି, ଚାକିରୀ, ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି । ଏହାସହିତ ଏହାକୁ ରଦ୍ଦ କରିବାକୁ ଦାବି କରୁଛୁ । କିନ୍ତୁ ସର୍ବପ୍ରଥମେ, ଜାତୀୟ ସୁରକ୍ଷା ସହ ଜଡିତ ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ଉଚିତ୍ ।












Click it and Unblock the Notifications