ରାଜ୍ୟପାଳଙ୍କୁ ପଦରୁ ହଟାଇବାକୁ ବଙ୍ଗଳା ବିଧାନସଭାରେ ଆସିପାରେ ପ୍ରସ୍ତାବ, ବାଚସ୍ପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମମତା
ଟିଏମସି ରାଜ୍ୟ ବିଧାନସଭାରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ବିରୋଧରେ ଏକ ସଂକଳ୍ପ ପାରିତ କରିବାକୁ ଯୋଜନା କରୁଛି । ଆଗାମୀ ଅଧିବେଶନ ଜୁଲାଇ 2 ରୁ ଆରମ୍ଭ ହେବ ।
କୋଲକାତା : ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରି ସଂଖ୍ୟାଗରିଷ୍ଠତା ହାସଲ କରିବା ସହ କ୍ଷମତାରେ ରହିଛି । ଏହା ପରେ ଦଳର ନଜର ବର୍ତ୍ତମାନ ରାଜ୍ୟପାଳ ଜଗଦୀପ ଧନଖରଙ୍କ ଉପରେ ରହିଛି, ଯାହାଙ୍କ ସହ ମୁଖ୍ୟମନ୍ତ୍ରୀ ମମତାଙ୍କ ବିବାଦ ଏକ ବର୍ଷହେଲା ଲାଗି ରହିଛି ।

ସୂଚନାନୁସାରେ, ଟିଏମସି ରାଜ୍ୟ ବିଧାନସଭାରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ବିରୋଧରେ ଏକ ସଂକଳ୍ପ ପାରିତ କରିବାକୁ ଯୋଜନା କରୁଛି । ଆଗାମୀ ଅଧିବେଶନ ଜୁଲାଇ 2 ରୁ ଆରମ୍ଭ ହେବ । ଜଗଦୀପଙ୍କୁ ରାଜ୍ୟପାଳଙ୍କ ଆସନରୁ ହଟାଇବା ଏହି ସଂକଳ୍ପର ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ବାଚସ୍ପତି ବିମନ୍ ବାନାର୍ଜୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଅନ୍ୟପକ୍ଷରେ, ବାଚସ୍ପତି ବିମନ୍ ବାନାର୍ଜୀ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ରାଜ୍ୟପାଳ ଧନଖର ସଂସଦୀୟ କାର୍ଯ୍ୟରେ ତଥା ବିଧାନସଭାର କାର୍ଯ୍ୟରେ ଅତ୍ୟଧିକ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି । ବାନାର୍ଜୀଙ୍କ ଅନୁଯାୟୀ, ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ବିଧାନସଭାରେ ପାରିତ ହୋଇ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା କିନ୍ତୁ ସେ ସେଥିରେ ଦସ୍ତଖତ କରୁନାହାଁନ୍ତି । ସଂସଦ ଗଣତନ୍ତ୍ର ଇତିହାସରେ ଏହା ଏକ ଚିନ୍ତାର ବିଷୟ, କାରଣ ଏହା ପୂର୍ବରୁ ଏପରି କେବେ ହୋଇ ନଥିଲା । ଏହା ପରେ ଟିଏମସି ନେତାମାନେ ରାଜ୍ୟପାଳଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଦେଇଛନ୍ତି ।
ଟିଏମସି ନେତା ପ୍ରସନ୍ନ ବାନାର୍ଜୀ ବୁଧବାର କହିଛନ୍ତି ଯେ ରାଜ୍ୟପାଳ ଯେପରି କାର୍ଯ୍ୟ କରୁଛନ୍ତି ତାହା ଦେଖିବା ପରେ ତାଙ୍କୁ ଏହି ପଦରୁ ହଟାଯିବା ଉଚିତ । ଏହା ବ୍ୟତୀତ ସମସ୍ତେ ଜାଣନ୍ତି ଯେ ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମୁଖପାତ୍ର ମଧ୍ୟ । ଏଠାରେ ସେ ବିଜେପି ଆଡକୁ ଇଙ୍ଗିତ କରୁଥିଲେ । ତେବେ ଏହି ପ୍ରସଙ୍ଗରେ ବିଜେପି ରାଜ୍ୟପାଳଙ୍କ ସପକ୍ଷରେ ରହିଛି । ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଅନୁଯାୟୀ ଧନଖର ରାଜ୍ୟରେ ଅରାଜକତାର ସ୍ଥିତିକୁ ପ୍ରକାଶ କରିଥିବାରୁ ଟିଏମସି ତାଙ୍କ ଉପରେ ରାଗିଛି ।












Click it and Unblock the Notifications