ବର୍ଷକୁ 5 ଲକ୍ଷ ନିଯୁକ୍ତି, ଘୋଷଣା ପତ୍ରରେ ପ୍ରତିଶୃତି ଦେଲା ଟିଏମସି
ବିଶେଷ କରି ଯୁବକ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବେକାରୀ ସମସ୍ୟାକୁ ଗୁରୁତ୍ୱ ଦେଇଛନ୍ତି । ଟିଏମସି ସରକାର ଗଠନ କଲେ ପ୍ରତିବର୍ଷ 5ଲକ୍ଷ ନିଯୁକ୍ତି ଦେବ ବୋଲି ପ୍ରତିଶୃତି ଦେଇଛି ଟିଏମସି ।
କୋଲକାତା : ପଶ୍ଚିମବଙ୍ଗରେ ଚଳିତ ମାସ ଶେଷରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ପର୍ଯ୍ୟାୟ ଆରମ୍ଭ ହୋଇଯିବ । ଏହି ନିର୍ବାଚନରେ ବାଜି ମାରିବାକୁ ସମସ୍ତ ରାଜନୈତିକ ଦଳ ନିଜର ସମସ୍ତ ଶକ୍ତି ଲଗାଇବା ସହ ଏହି ନିର୍ବାଚନ ବୈତରଣୀ ପାର୍ ହେବାକି ଭୋଟରଙ୍କୁ ଆକୃଷ୍ଚ କରିବାକୁ ବିଭିନ୍ନ ପ୍ରତିଶୃତି ଦେଉଛନ୍ତି । ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଘୋଷଣା ପତ୍ର ଜାରି କରି କ୍ଷମତାକୁ ଆସିଲେ ଲୋକମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ନେଇ ଉଲ୍ଲେଖ କରୁଛନ୍ତି ।

ଏହି ସମୟରେ ଆଜି (ବୁଧବାର) ତୃଣମୂଳ କଂଗ୍ରେସ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସିର ଘୋଷଣାପତ୍ର ଜାରି କରିଛନ୍ତି । ଦେଶରେ ବେରୋଜଗାର ଓ ବେକାରୀ ସମସ୍ୟା ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ବେଳେ ମମତା ବାନାର୍ଜୀ ଆଜି ପ୍ରକାଶ କରିଥିବା ଘୋଷଣା ପତ୍ରରେ ଟିଏମସି ଚଳିତ ନିର୍ବାଚନରେ କ୍ଷମତାରେ ରହିଲେ ରୋଜଗାର ଦେବା ସହ ବେକାରୀ ସମସ୍ୟା ଦୂର କରିବା ନେଇ ପ୍ରତିଶୃତି ଦେଇଛନ୍ତି ।
ବିଶେଷ କରି ଯୁବକ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବେକାରୀ ସମସ୍ୟାକୁ ଗୁରୁତ୍ୱ ଦେଇଛନ୍ତି । ଟିଏମସି ସରକାର ଗଠନ କଲେ ପ୍ରତିବର୍ଷ 5ଲକ୍ଷ ନିଯୁକ୍ତି ଦେବ ବୋଲି ପ୍ରତିଶୃତି ଦେଇଛି ଟିଏମସି ।
ମମତାଙ୍କ ଅନୁଯାୟୀ, ଯେତେବେଳେ ଟିଏମସି ବଙ୍ଗଳାରେ କ୍ଷମତାକୁ ଆସିଲା ସେତେବେଳେ ରାଜ୍ୟର ଆୟ 25 ହଜାର କୋଟି ଥିଲା, ଯାହା ବର୍ତ୍ତମାନ 75 ହଜାର କୋଟିରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ଜନସାଧାରଣଙ୍କ ପାଇଁ ଅନେକ ଲାଭଦାୟକ ଯୋଜନା ଚାଲିଛି । ଯେଉଁଥିରେ 'ଦୁଆରେ ସରକାର' କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାର୍ଯ୍ୟକ୍ରମ ବର୍ଷକୁ ଚାରିମାସ ଅନୁଷ୍ଠିତ ହୋଇଥାଏ । ଯାହା ଅଧୀନରେ ଲୋକମାନେ ଘର ନିକଟରେ ମାଗଣା ରାସନ ପାଇଥାନ୍ତି ।
ମମତା ବାନାର୍ଜୀଙ୍କ କହିବାନୁସାରେ, ତାଙ୍କ ଅସୁସ୍ଥତା କାରଣରୁ ଘୋଷଣା ବିଳମ୍ବ ହୋଇଛି । ଏହା ଏକ ରାଜନୈତିକ ମନିଫେଷ୍ଟୋ ନୁହେଁ, କିନ୍ତୁ ଏହା ଏକ ବିକାଶ-ଆଧାରିତ ମେନିଫେଷ୍ଟୋ । ଜନସାଧାରଣଙ୍କ ପାଇଁ ଏହି ଘୋଷଣାପତ୍ର ପ୍ରସ୍ତୁତ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତେ ଜାଣନ୍ତି ଯେ ବଙ୍ଗଳା ସରକାର ପ୍ରତିଶ୍ରୁତି ପୂରଣ କରିଛନ୍ତି । ଜାତିସଂଘ ତରଫରୁ ଏଥଲାଗି ପୁରସ୍କାର ମଧ୍ୟ ପାଇଛି । 100 ଦିନର କାର୍ଯ୍ୟ ଦୃଷ୍ଟିରୁ ଆମେ ଏକ ନମ୍ବର । ଏହା ବ୍ୟତୀତ ରାଜ୍ୟରେ 40 ପ୍ରତିଶତ ଦାରିଦ୍ର ମଧ୍ୟ ହ୍ରାସ ପାଇଛି ବୋଲି କହିଛନ୍ତି ମମତା ବାନାର୍ଜୀ ।
SC / ST ପାଇଁ ସ୍ୱତନ୍ତ୍ର ଘୋଷଣା
ଟିଏମସି ମୁଖ୍ୟ କହିଛନ୍ତି ଯେ ମୁଁ ବଙ୍ଗଳାର ଝିଅ । ଏହି କାରଣରୁ, ଘୋଷଣା ମା, ମାଟି, ମନୁଷଙ୍କ ପାଇଁ । ଗତ ବର୍ଷ ଲକ୍ଷ ଲକ୍ଷ ଲୋକ ତାଲାବନ୍ଦ ଯୋଗୁଁ ବେକାର ଥିଲେ, ଯେଉଁଥିପାଇଁ ସେମାନେ ମେ ମାସରୁ ବିଧବାମାନଙ୍କ ପାଇଁ 1000 ଟଙ୍କା ପେନସନ୍ ଘୋଷଣା କରିଛନ୍ତି । ଏଥି ସହିତ, ଏସସି / ଏସଟି ଶ୍ରେଣୀକୁ ବାର୍ଷିକ 12 ହଜାର ଟଙ୍କା ମିଳିବ, ଏବଂ ପଛୁଆ ବର୍ଗଙ୍କୁ 6 ହଜାର ଟଙ୍କା ଦିଆଯିବ । ନିର୍ବାଚନରେ ଜିତିବା ପରେ ଟିଏମସି ଛାତ୍ରଛାତ୍ରୀଙ୍କୁ ଏକ କ୍ରେଡିଟ କାର୍ଡ ଆଣିବ, ଯାହାଫଳରେ ବଙ୍ଗଳାର ପିଲାମାନେ ଭଲ ଶିକ୍ଷା ପାଇପାରିବେ ।












Click it and Unblock the Notifications