Get Updates
Get notified of breaking news, exclusive insights, and must-see stories!

ମୋର୍ବି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବଦନାମ କରିଥିବା ଅଭିଯୋଗରେ ଟିଏମସି ନେତା ସାକେତ୍ ଗୋଖଲେ ଗିରଫ

ତୃଣମୂଳ କଂଗ୍ରେସ ନେତା ସାକେତ୍ ଗୋଖଲେଙ୍କୁ ଗିରଫ କରାଯାଇଛି । ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ସୋମବାର ଗୁଜରାଟ ପୋଲିସ ସାକେତ୍ ଗୋଖଲେଙ୍କୁ ଗିରଫ କରିଛି ।

ଗାନ୍ଧୀନଗର : ତୃଣମୂଳ କଂଗ୍ରେସ ନେତା ସାକେତ୍ ଗୋଖଲେଙ୍କୁ ଗିରଫ କରାଯାଇଛି । ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ସୋମବାର ଗୁଜରାଟ ପୋଲିସ ସାକେତ୍ ଗୋଖଲେଙ୍କୁ ଗିରଫ କରିଛି । ବିଜେପି ଉପରେ "ରାଜନୈତିକ ପ୍ରତିଶୋଧ" ବୋଲି ଅଭିହିତ କରି ଟିଏମସି ଦାବି କରିଛି ଯେ ଏହାର ମୁଖପାତ୍ର ସାକେତ୍ ଗୋଖଲେଙ୍କୁ ଗୁଜୁରାଟ ପୋଲିସ ମୋର୍ବି ବ୍ରିଜ ଭୁଶୁଡ଼ିବା ନେଇ ଏକ ଟ୍ୱିଟ ପାଇଁ ଗିରଫ କରିଛି । ଯଦିଓ କେଉଁ ଟ୍ୱିଟ୍ ପାଇଁ ଏହି ଗିରଫଦାରୀ ହୋଇଛି ସେ ନେଇ ଦଳ ସ୍ପଷ୍ଟ ଭାବେ କହିନାହିଁ ।

saketh gokhle

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୋର୍ବି ବ୍ରିଜ ଦୁର୍ଘଟଣା ସମ୍ପର୍କରେ ସାକେତ୍ ଗୋଖଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା ।

ଆପଣଙ୍କୁ କହି ରଖୁଛୁ ଯେ ଟିଏମସି ନେତା ତଥା ପ୍ରବକ୍ତା ସାକେତ୍ ଗୋଖଲେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ବୋଲି କୁହାଯାଏ । ମୋର୍ବି ପୋଲ ଦୁର୍ଘଟଣାକୁ ଏକ 'କୁକୁ୍‌ଡ୍‌ ଅଫ୍‌' ମାମଲା ବୋଲି କହିଥଲେ ସାକେତ୍ । ତାପରେ ତାଙ୍କ ବିରୋଧରେ ଅହମ୍ମଦାବାଦ୍‌ର ସାଇବର୍‌ ସେଲ୍‌ରେ ଏକ ମାମଲା ରୁଜୁ ହୋଇଥିଲା ।

ସାକେତଙ୍କ ଗିରଫ ସମ୍ପର୍କରେ ଟିଏମସି ନେତା ଡେରେକ୍ ଓ' ବ୍ରାଏନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ସାକେତ ଗତକାଲି ରାତି ୯ଟାରୁ ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଉଡ଼ାଣ ଭରିଥିଲେ । ସେ ପହଞ୍ଚିବା ପରେ ରାଜସ୍ଥ‌ାନ ବିମାନବନ୍ଦରରେ ଜଗି ରହିଥିବା ଗୁଜୁରାଟ ପୁଲିସ୍‌ ତାଙ୍କୁ ଧରି ନେଇ ଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+