For Quick Alerts
Turn On Notification  
For Daily Alerts
Oneindia App Download

ମୋର୍ବି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବଦନାମ କରିଥିବା ଅଭିଯୋଗରେ ଟିଏମସି ନେତା ସାକେତ୍ ଗୋଖଲେ ଗିରଫ

ତୃଣମୂଳ କଂଗ୍ରେସ ନେତା ସାକେତ୍ ଗୋଖଲେଙ୍କୁ ଗିରଫ କରାଯାଇଛି । ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ସୋମବାର ଗୁଜରାଟ ପୋଲିସ ସାକେତ୍ ଗୋଖଲେଙ୍କୁ ଗିରଫ କରିଛି ।

|

ଗାନ୍ଧୀନଗର : ତୃଣମୂଳ କଂଗ୍ରେସ ନେତା ସାକେତ୍ ଗୋଖଲେଙ୍କୁ ଗିରଫ କରାଯାଇଛି । ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ସୋମବାର ଗୁଜରାଟ ପୋଲିସ ସାକେତ୍ ଗୋଖଲେଙ୍କୁ ଗିରଫ କରିଛି । ବିଜେପି ଉପରେ "ରାଜନୈତିକ ପ୍ରତିଶୋଧ" ବୋଲି ଅଭିହିତ କରି ଟିଏମସି ଦାବି କରିଛି ଯେ ଏହାର ମୁଖପାତ୍ର ସାକେତ୍ ଗୋଖଲେଙ୍କୁ ଗୁଜୁରାଟ ପୋଲିସ ମୋର୍ବି ବ୍ରିଜ ଭୁଶୁଡ଼ିବା ନେଇ ଏକ ଟ୍ୱିଟ ପାଇଁ ଗିରଫ କରିଛି । ଯଦିଓ କେଉଁ ଟ୍ୱିଟ୍ ପାଇଁ ଏହି ଗିରଫଦାରୀ ହୋଇଛି ସେ ନେଇ ଦଳ ସ୍ପଷ୍ଟ ଭାବେ କହିନାହିଁ ।

saketh gokhle

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୋର୍ବି ବ୍ରିଜ ଦୁର୍ଘଟଣା ସମ୍ପର୍କରେ ସାକେତ୍ ଗୋଖଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା ।

ଆପଣଙ୍କୁ କହି ରଖୁଛୁ ଯେ ଟିଏମସି ନେତା ତଥା ପ୍ରବକ୍ତା ସାକେତ୍ ଗୋଖଲେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ବୋଲି କୁହାଯାଏ । ମୋର୍ବି ପୋଲ ଦୁର୍ଘଟଣାକୁ ଏକ 'କୁକୁ୍‌ଡ୍‌ ଅଫ୍‌' ମାମଲା ବୋଲି କହିଥଲେ ସାକେତ୍ । ତାପରେ ତାଙ୍କ ବିରୋଧରେ ଅହମ୍ମଦାବାଦ୍‌ର ସାଇବର୍‌ ସେଲ୍‌ରେ ଏକ ମାମଲା ରୁଜୁ ହୋଇଥିଲା ।

ସାକେତଙ୍କ ଗିରଫ ସମ୍ପର୍କରେ ଟିଏମସି ନେତା ଡେରେକ୍ ଓ' ବ୍ରାଏନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ସାକେତ ଗତକାଲି ରାତି ୯ଟାରୁ ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଉଡ଼ାଣ ଭରିଥିଲେ । ସେ ପହଞ୍ଚିବା ପରେ ରାଜସ୍ଥ‌ାନ ବିମାନବନ୍ଦରରେ ଜଗି ରହିଥିବା ଗୁଜୁରାଟ ପୁଲିସ୍‌ ତାଙ୍କୁ ଧରି ନେଇ ଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
TMC Leader Saket Gokhle Arrested By Gujarat Police
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X