ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରୟ ନିଖୋଜ, ଗତକାଲି ଠାରୁ ମିଳୁନଥିବା କହିଲେ ପୁଅ
କୋଲକାତା : ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରୟ ନିକୋଜ ଅଛନ୍ତି । ଗତକାଲି ଠାରୁ ତାଙ୍କ ସହ କୌଣସି ଯୋଗାଯୋଗ କରାଯାଇପାରୁ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ।
ସୋମବାର ସନ୍ଧ୍ୟାରୁ ସେ ମିଳୁ ନାହାଁନ୍ତି । ମୁକୁଲ ରୟଙ୍କ ପୁଅ ଶୁଭ୍ରାଂଶୁ ରୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ମୁଁ ମୋ ବାପାଙ୍କୁ ପାଉ ନାହିଁ । ସେ ମିଳୁ ନାହାଁନ୍ତି ।
ସୋମବାର ସନ୍ଧ୍ୟାରେ ମୁକୁଲ ରୟ ବିମାନ ଯୋଗେ ଦିଲ୍ଲୀ ଯିବାର ଥିଲା । ସୋମବାର ରାତି 9 ଟା ସୁଦ୍ଧା ମୁକୁଲ ରୟ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବାର ଥିଲା, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର କୌଣସି ଖବର ମିଳି ପାରି ନାହିଁ ।

ସୋମବାର ସନ୍ଧ୍ୟାରେ ବାପା ଦିଲ୍ଲୀ ଯାଉଥିଲେ ବୋଲି ଶୁଭ୍ରାଂଶୁ କହିଛନ୍ତି । ସେ ଇଣ୍ଡିଗୋ ବିମାନରେ ଯିବାର ଥିଲା । ଏହି ବିମାନ ରାତି 9.55 ରେ ଦିଲ୍ଲୀରେ ଅବତରଣ କରିବାର ଥିଲା । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର କିଛି ଖବର ମିଳିପାରିନାହିଁ ।
ଖବର ଅନୁଯାୟୀ, ରବିବାର ଦିନ ମୁକୁଲ ରୟଙ୍କ ପୁଅଙ୍କ ସହ କିଛି ଯୁକ୍ତିତର୍କ ହୋଇଥିଲା । ପତ୍ନୀଙ୍କ ମୃତ୍ୟୁ ପରେ ମୁକୁଲ ରୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା । ତାଙ୍କୁ ଫେବୃଆରୀ ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶୁଭ୍ରାଂଶୁ ରୟ କହିଛନ୍ତି ଯେ ପରିବାର ଲୋକ ବିମାନବନ୍ଦର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ସୂତ୍ରରୁ ପ୍ରକାଶ ଯେ ସେମାନଙ୍କ ବିଷୟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ କିମ୍ବା କୌଣସି ଅଭିଯୋଗ ହୋଇନାହିଁ ।
ଉଲ୍ଲେଖ ଥାଉକି, ଟିଏମସିର ବରିଷ୍ଠ ନେତା ଭାବରେ ଜଣାଶୁଣା । ପାର୍ଟିରେ ସେ ଦୁଇ ନମ୍ବର ପଦବୀରେ ଥିଲେ । କିନ୍ତୁ ପରେ ସେ ବିଜେପିରେ ଯୋଗ ଦେଇଥିଲେ । ଏହା ପରେ ତାଙ୍କୁ ବିଜେପି ଦଳର ରାଷ୍ଚ୍ରୀୟ ଉପାଧ୍ୟକ୍ଷ କରାଯାଇଥିଲା । କିନ୍ତୁ ମୁକୁଲ ରୟ 2021 ରେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନରେ ଜିତିବା ପରେ ଟିଏମସିରେ ଯୋଗ ଦେଇଥିଲେ ।












Click it and Unblock the Notifications