Get Updates
Get notified of breaking news, exclusive insights, and must-see stories!

କଂଗ୍ରେସର 'କଳା ପୋଷାକ' ବିରୋଧରେ ଟିଏମସିର ସରପ୍ରାଇସ୍ ଏଣ୍ଟ୍ରି ! ଏମିତି କହିଲେ ମଲ୍ଲିକାର୍ଜୁନ

TMC

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ଅଯୋଗ୍ୟ କରାଯିବା ପରେ କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି । ଏପରିକି ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡ଼ଗେ ସମସ୍ତ ବିରୋଧୀ ଦଳ ମାନଙ୍କର ଏକ ବୈଠକ ଡାକିଥିଲେ । ଏହି ବୈଠକରେ କେନ୍ଦ୍ର ସରକାର ବିରୋଧରେ ମିଳିତ ବିରୋଧୀ ଦଳର ଏକ ବଡ଼ ସଫଳତା ଦେଖିବାକୁ ମିଳିଛି । ବୈଠକରେ ଟିଏମସି ର ସରପ୍ରାଇସ୍ ଏଣ୍ଟ୍ରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ପ୍ରତିକ୍ରିୟା ରଖିଛନ୍ତି ।

ଆଜିର ଏହି ମିଳିତ ବିରୋଧୀ ବୈଠକରେ ଟିଏମସିର ପ୍ରସୂନ ବାନାର୍ଜୀ ଓ ଜବାହର୍‌ ସରକାର ସାମିଲ ହୋଇଥିଲେ । ଯାହାକି ସମସ୍ତ ବିରୋଧୀଙ୍କ ଏକ ହେବା ସମ୍ଭାବନା ଆଡ଼କୁ ସୂଚାଉଛି ।

ଏହା ପୂର୍ବରୁ ଟିଏମସି ଗତ ସପ୍ତାହରେ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବାକୁ ଘୋଷଣା କରିଥିଲା । କେବଳ ଏତିକି ନୁହେଁ, ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଏବଂ ବୈଠକରେ ଟିଏମସି ଅଂଶଗ୍ରହଣ କରିନଥିଲା ।

ସୋମବାର ଟିଏମସି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ କାର୍ଯ୍ୟାଳୟରେ ପ୍ରମୁଖ ବିରୋଧୀ ଏକତା ରଣନୀତି ବୈଠକରେ ଯୋଗ ଦେଇଥିଲେ । ଏହା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଟିଏମସିକୁ ସ୍ୱାଗତ କରି କହିଛନ୍ତି ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ଆଗକୁ ବଢୁଥିବା ବ୍ୟକ୍ତିଙ୍କୁ କଂଗ୍ରେସ ଦଳ ସ୍ୱାଗତ କରୁଛି ।

ମଲ୍ଲିକାର୍ଜୁନ୍ କହିଛନ୍ତି ଯେଉଁମାନେ ଏହାକୁ ସମର୍ଥନ କରିଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । ସେଥିପାଇଁ ମୁଁ ଗତକାଲି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲି ଏବଂ ଆଜି ମଧ୍ୟ ଆପଣଙ୍କୁ ଧନ୍ୟବାଦ ଦେଉଛି । ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା ତଥା ଲୋକଙ୍କ ସୁରକ୍ଷା ପାଇଁ ଆଗକୁ ଆସୁଥିବା ବ୍ୟକ୍ତିଙ୍କୁ ଆମେ ସ୍ୱାଗତ କରୁଛୁ । କଂଗ୍ରେସ ସଭାପତି କହିଛନ୍ତି ଯେ ଆମକୁ ସମର୍ଥନ କରୁଥିବା ଲୋକଙ୍କୁ ଆମେ ହୃଦୟରୁ କୃତଜ୍ଞତା ଜଣାଉଛୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+