WestBengal Assembly Election 2021 : ହରେକୃଷ୍ଣ ହରେ ହରେ... ତୃଣମୂଳ ସରକାର ଘରେ ଘରେ...: ମମତା ବାନାର୍ଜୀ
ହୁଗୁଳି ସ୍ଥିତ ପୁରସୁରା ଠାରେ ନିଜ ନିର୍ବାତନୀ ପ୍ରଚାରରେ ମମତା କହିଛନ୍ତି, ' ହରେକୃଷ୍ଣ ହରେ ରାମ... ବିଦାୟ ନିଅ ବିଜେପି ବାମ । ହରେ କୃଷ୍ଣ ହରେ ହରେ... ତୃଣମୂଳ ଘରେ ଘରେ ।'
କୋଲକାତା : ପଶ୍ଚିମବଙ୍ଗ ବିଧାନସଭାକୁ ନେଇ ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ ଏବଂ କେନ୍ଦ୍ରରେ ଥିବା ଭାରତୀୟ ଜନତାପାର୍ଟି ମଧ୍ୟରେ ଲାଗିଛି କଡ଼ା ଟକ୍କର । ଭୋଟଙ୍କୁ ଆକର୍ଷିତ କରିବା ପାଇଁ ନିର୍ବାଚନୀ ପ୍ରଚାରରେ ପରସ୍ପରକୁ ଟାର୍ଗେଟ୍ କରିବା ସହ ଆରୋପ୍ ପ୍ରତ୍ୟାରୋପ କରୁଛନ୍ତି ।

ଏଥିମଧ୍ୟରେ ସୋମବାର ତୃଣମୂଳ କଂଗ୍ରେସର ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବିଜେପିକୁ କଟାକ୍ଷ କରି ମନ୍ତବ୍ୟ ଦେଇଛନ୍ତି । ଆଜି ହୁଗୁଳି ସ୍ଥିତ ପୁରସୁରା ଠାରେ ନିଜ ନିର୍ବାତନୀ ପ୍ରଚାରରେ ସେ କହିଛନ୍ତି, ' ହରେକୃଷ୍ଣ ହରେ ରାମ... ବିଦାୟ ନିଅ ବିଜେପି ବାମ । ହରେ କୃଷ୍ଣ ହରେ ହରେ... ତୃଣମୂଳ ଘରେ ଘରେ ।' ସେ ଆହୁରି ମଧ୍ୟ କହିଛନ୍ତି 'ତୃଣମୂଳ ଶୃଙ୍ଖଳାବଦ୍ଧ ଦଳ । ଦଳ କାହାକୁ ଭୟ କରେନି । ମନେରଖନ୍ତୁ ତୃଣମୂଳ ଘରେ ଘରେ କାମ କରିବ । ଯେଉଁ କର୍ମୀ ଭୁଲ୍ କରିବ ଦଳ ତାକୁ ଶାସନ କରିବ ।'
#WATCH | Elderly women sing, 'Hare Krishna, Hare Ram', I say 'Hare Krishna, Hare Ram, Bidai Jao BJP Vam (Left) and 'Hare Krishna Hare Hare, Trinamool Ghore Ghore'...: West Bengal CM Mamata Banerjee in Pursura, Hoogly pic.twitter.com/BD3cyGG7Vz
— ANI (@ANI) January 25, 2021
ତୃଣମୂଳ କଂଗ୍ରେସ ଦଳ ଛାଡ଼ୁଥିବା ନେତାଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଯେଉଁମାନେ ତୃଣମୂଳ ଛାଡ଼ିଯିବାକୁ ଚାହୁଁଛନ୍ତି, ସେମାନେ ଅତିଶୀଘ୍ର ଯାଇପାରନ୍ତି । ବଙ୍ଗଳା ଓ ତୃଣମୂଳ କଂଗ୍ରେସ ଦଳ ପାଇଁ ସେମାନଙ୍କର କୌଣସି ଆବଶ୍ୟକତା ନାହିଁ । ସେମାନଙ୍କୁ ଆଗାମୀ ନିର୍ବାଚନର ଟିକେଟ୍ ମିଳିନଥାନ୍ତା, ତେଣୁ ଭୟରେ ସେମାନେ ଦଳ ଛାଡ଼ିଛନ୍ତି ବୋଲି କହିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ ।












Click it and Unblock the Notifications