ବିଜେପିରେ ଯୋଗ ଦେଇ ଟିଏମସିରେ ଯୋଗ ଦେଇଥିବା ଯଶବନ୍ତ ସିହ୍ନାଙ୍କୁ ଦଳ ଦେଲା ବଡ଼ ଦାୟିତ୍ୱ
ବହୁ କଳ୍ପନାଜଳ୍ପନା ପରେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ଯଶୱନ୍ତ ସିହ୍ନାଙ୍କୁ ଏକ ବଡ ଦାୟିତ୍ୱ ଦେଲା ଦଳ । ସିହ୍ନାଙ୍କୁ ଟିଏମସିର ଉପାଧ୍ୟକ୍ଷ ତଥା ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି ।
କୋଲକାତା : ବହୁ କଳ୍ପନାଜଳ୍ପନା ପରେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ଯଶୱନ୍ତ ସିହ୍ନାଙ୍କୁ ଏକ ବଡ ଦାୟିତ୍ୱ ଦେଲା ଦଳ । ସିହ୍ନାଙ୍କୁ ଟିଏମସିର ଉପାଧ୍ୟକ୍ଷ ତଥା ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି ।

ଦୀର୍ଘ ଦିନ ଧରି ବିଜେପି ସହ ଜଡିତ ଥିବା ଯଶୱନ୍ତ ସିହ୍ନା ମତଭେଦ କାରଣରୁ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ । ଟିଏମସିରେ ଯୋଗଦେବାବେଳେ ସେ କହିଥିଲେ, ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ।
ଦୀର୍ଘ ଦିନ ଧରି ବିଜେପି ସହ ଜଡିତ ଥିବା ଯଶୱନ୍ତ ସିହ୍ନା 2018 ରେ ବିଜେପି ସହ ସମ୍ପର୍କ ଶେଷ କରି ରାଜନୀତିରୁ ଅବସର ଘୋଷଣା କରିଥିଲେ । ସେତେବେଳେ ସେ କହିଥିଲେ ଯେ, ଭାରତର ଗଣତନ୍ତ୍ର ବିପଦରେ । କିନ୍ତୁ ଯଶୱନ୍ତ ପୁଣି ଥରେ ରାଜନୀତିର ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ନେତା, ମନ୍ତ୍ରୀ ତଥା ବିଧାୟକ ତୃଣମୂଳ କଂଗ୍ରେସ ଦଲଳ ଛାଡ଼ି ବିଜେପିରେ ଯୋଗ ଦେଉଥିବା ସମୟରେ ଯଶଓ୍ୱନ୍ତ ଟିଏମସିରେ ଯୋଗ ଦେଇଛନ୍ତି ।












Click it and Unblock the Notifications