ଶୁଭେନ୍ଦୁଙ୍କ ଉପରେ ଟିଏମସିର ପ୍ରତ୍ୟାରୋପ ; ନାମାଙ୍କନରେ ବାସସ୍ଥାନ ସମ୍ପର୍କରେ ଦେଇଥିବା ସୂଚନା ମିଥ୍ୟା ବୋଲି ଅଭିଯୋଗ
ଟିଏମସି ବୁଧବାର ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଶୁଭେନ୍ଦୁଙ୍କ ନାମ ନନ୍ଦିଗ୍ରାମର ଭୋଟର ତାଲିକାରୁ ନାମ ହଟାଇବାକୁ ଦାବି କରିଛି । ଟିଏମସି ଦାବି କରିଛି ଯେ ତାଙ୍କ ନାମାଙ୍କନପତ୍ରରେ ଶୁଭେନ୍ଦୁ ତାଙ୍କ ବାସସ୍ଥାନ ବିଷୟରେ ମିଥ୍ୟା ସୂଚନା ଦେଇଛନ୍ତି ।
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ବର୍ତ୍ତମାନ ଟିଏମସି ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛି । ଟିଏମସି ବୁଧବାର ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଶୁଭେନ୍ଦୁଙ୍କ ନାମ ନନ୍ଦିଗ୍ରାମର ଭୋଟର ତାଲିକାରୁ ନାମ ହଟାଇବାକୁ ଦାବି କରିଛି । ଟିଏମସି ଦାବି କରିଛି ଯେ ତାଙ୍କ ନାମାଙ୍କନପତ୍ରରେ ଶୁଭେନ୍ଦୁ ତାଙ୍କ ବାସସ୍ଥାନ ବିଷୟରେ ମିଥ୍ୟା ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଶୁଭେନ୍ଦୁ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ନିର୍ବାଚନ ଆୟୋଗ ତାଙ୍କ ନାମାଙ୍କନ ବାତିଲ କରିବାକୁ ଦାବି କରିଥିଲେ ।

ସୂଚନାଯୋଗ୍ୟ, ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି କରୁଥିବା ସହ ଗୋଟିଏ ଦଳ ଅନ୍ୟ ଦଳ ତଥା ଏହାର ପ୍ରାର୍ଥୀତ୍ୱକୁ ନେଇ ଆରୋପ ପ୍ରତ୍ୟାରୋପ ଲଗାଇବା ଜାରି ରହିଛି । ଚଳିତ ନିର୍ବାଚନରେ ରାଜ୍ୟରେ ଶାସକ ଟିଏମସି ଓ କେନ୍ଦ୍ରରେ ଶାସନଗାଦିରେ ଥିବା ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ଅହି ସମୟରେ ଉଭୟ ବିଜେପି ଏବଂ ଟିଏମସି ତାଙ୍କାର ପ୍ରତିପକ୍ଷ ଦଳକୁ ଆକ୍ଷେପ କରିବାରେ କୌଣସି ଏକ ସୁଯୋଗକୁ ହାତ ଛଡ଼ା କରିବାକୁ ପ୍ରସ୍ତୁତ ନାହିଁନ୍ତି ।
ବର୍ତ୍ତମାନ ମମତା ବାନାର୍ଜୀଙ୍କ ଦଳ ମଧ୍ୟ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛି । ଟିଏମସି ନିର୍ବାଚନ ଆୟୋଗଙ୍କୁ ଏକ ଚିଠିରେ ଲେଖିଛି ଯେ, ନନ୍ଦିଗ୍ରାମରେ ନାମାଙ୍କନ ଦାଖଲ କରିବାବେଳେ ଶୁଭେନ୍ଦୁ ଅନେକ ମିଥ୍ୟା ତଥ୍ୟ ଦେଇଛନ୍ତି । ତେଣୁ ତାଙ୍କ ନାମ ଭୋଟର ତାଲିକାରୁ ହଟାଯିବା ଉଚିତ୍ । ଜାଣିରଖନ୍ତୁ, ମାର୍ଚ୍ଚ 12 ରେ ନନ୍ଦିଗ୍ରାମରୁ ନାମାଙ୍କନ ପଞ୍ଜିକରଣ କରିବା ପରେ ଶୁଭେନ୍ଦୁଙ୍କର ଏକ ନୂତନ ଭୋଟର କାର୍ଡ ମଧ୍ୟ ପ୍ରକାଶ ପାଇଥିଲା, ଯେଉଁଥିରେ ତାଙ୍କ ବାସଭବନର ଠିକଣା ନନ୍ଦାୟକବାଡ଼, ନନ୍ଦିଗ୍ରାମ ଥିଲା । ଏହାକୁ ଭୁଲ ଡକ୍ୟୁମେଣ୍ଟ ଦର୍ଶାଇ ଟିଏମସି ତାଙ୍କ ଭୋଟର କାର୍ଡ ବାତିଲ କରିବାକୁ ଦାବି କରିଛି ।
ସୂଚାଯୋଗ୍ୟ, ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ମମତା ବାନାର୍ଜୀ ନାମାଙ୍କନ ଦାଖଲ କରିଥିଲେ । ମମତାଙ୍କ ନାମାଙ୍କନକୁ ନେଇ ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ସେ କହିଥିଲେ, ମମତା ବାନାର୍ଜୀ ଦାଖଲ କରିଥିବା ନାମାଙ୍କନ ପତ୍ରରେ ଦିଆଯାଇଥିବା ସୂଚନା ମଧ୍ୟରୁ ଅପରାଧିକ ମାମଲା ସମ୍ପର୍କିତ ତଥ୍ୟ ଭୁଲ୍ ରହିଛି । ତାଙ୍କ ନାମରେ ଥିବା ଆଉ 6 ଟି ଅପରାଧିକ ମାମଲାର ତଥ୍ୟ ସେ ଦେଇନାହାଁନ୍ତି ବୋଲି ଶୁଭେନ୍ଦୁ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications