ତିରଥ ସିଂ ରାଓ୍ୱତଙ୍କୁ ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ, ଅପରାହ୍ନ 4 ଟାରେ ନେବେ ଶପଥ
ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେଲେ ତିରଥ ସିଂ ରାୱତ୍ । ଉତ୍ତରାଖଣ୍ଡ ବିଜେପି କାର୍ଯ୍ୟାଳୟରେ ବୁଧବାର ସକାଳେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଦି ଅପରାହ୍ନ 4 ଟାରେ ସେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
ଦେହରାଦୁନ୍ : ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେଲେ ତିରଥ ସିଂ ରାୱତ୍ । ଉତ୍ତରାଖଣ୍ଡ ବିଜେପି କାର୍ଯ୍ୟାଳୟରେ ବୁଧବାର ସକାଳେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଦି ଅପରାହ୍ନ 4 ଟାରେ ସେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବା ପରେ ତିରଥ କହିଛନ୍ତି, " ଗୋଟିଏ ଛୋଟ ଗାଁରୁ ଆସିଥିବା ଏକ ଦଳୀୟ କର୍ମୀକୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଦଳ ମୁଖ୍ୟଙ୍କୁ ଧନ୍ୟବାଦ । ମୁଁ କଦାପି କଳ୍ପନା କରି ନ ଥିଲି ଯେ ମୁଁ ଏଠାରେ ପହଞ୍ଚିବି । ଲୋକଙ୍କ ଆଶା ପୂରଣ କରିବା ଏବଂ ଗତ 4 ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ଆମେ ସମସ୍ତ ଉଦ୍ୟମ କରିବୁ।"
ତିରଥ ସିଂ ରାୱତ 9 ଫେବୃଆରୀ, 2013 ରୁ 31 ଡିସେମ୍ବର, 2015 ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ବିଜେପି ମୁଖ୍ୟ ଥିବାସହ 2012 ରୁ 2017 ପର୍ଯ୍ୟନ୍ତ ଚୌବଟ୍ଟାଖାଲ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ସଦସ୍ୟ ଥିଲେ ।
56 ବର୍ଷୀୟା ରାଓ୍ୱତ ଉତ୍ତରାଖଣ୍ଡର ଗରୱାଲରୁ ସାଂସଦ ଅଛନ୍ତି । କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ଉତ୍ତରପ୍ରଦେଶ ମନ୍ତ୍ରୀ ଧନ ସିଂ ରାୱତଙ୍କ ସମେତ ବିଶିଷ୍ଟ ପ୍ରାର୍ଥୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ପଦବୀ ମିଳଇବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ପରିଶେଷରେ ତିରଥଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାକୁ ନିଷ୍ପତ୍ତି ନେଇଛି । ଆଜି ସକାଳେ ବଲବୀର ରୋଡରେ ଥିବା ବିଜେପି କାର୍ଯ୍ୟାଳୟରେ ଦଳୀୟ ସଭା ଅନୁଷ୍ଠିତ ହୋଇଥିଲା ।
ସୂଚନାଯୋଗ୍ୟ, ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ କିଛି ଦିନ ଧରି ଚର୍ଚ୍ଚା ହେବା ପରେ ତ୍ରିବେନ୍ଦ୍ର ସିଂ ରାୱତ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ଦେବାର କାରଣ ବିଷୟରେ ପଚରାଯିବାରୁ ସେ କହିଛନ୍ତି, " ଏହା ସାମୁହିକ ନିଷ୍ପତ୍ତି । ଏହାର ପ୍ରକୃତ ଉତ୍ତର ପାଇବାକୁ ହେଲେ ଆପଣଙ୍କୁ ଦିଲ୍ଲୀ ଯିବାକୁ ହେବ ।
-
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍












Click it and Unblock the Notifications