କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ମିଳିଲା ହତ୍ୟା ଧମକ, ନାଗପୁର ଅଫିସକୁ ଆସିଲା ଫୋନ୍ କଲ୍
କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମିଳିଛି ହତ୍ୟା ଧମକ । ଫୋନ୍ କଲ୍ ଯୋଗେ ମିଳିଛି ଏହି ଧମକ । ହତ୍ୟା ଧମକ ନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଗପୁର ଅଫିସକୁ ଅନେକ ଥର ଫୋନ୍ କଲ୍ ଆସିଥିଲା ।
କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମିଳିଛି ହତ୍ୟା ଧମକ । ଫୋନ୍ କଲ୍ ଯୋଗେ ମିଳିଛି ଏହି ଧମକ । ହତ୍ୟା ଧମକ ନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଗପୁର ଅଫିସକୁ ଅନେକ ଥର ଫୋନ୍ କଲ୍ ଆସିଥିଲା । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କ କର୍ମଚାରୀମାନେ ମହାରାଷ୍ଟ୍ର ପୋଲିସକୁ ଏହି ବିଷୟରେ ଜଣାଇଥିଲେ । ଖବର ପାଇବା ପରେ ପୋଲିସ୍ ଅଭିଯୁକ୍ତଙ୍କ କଲ୍ ଲୋକେସନ୍ ଏବଂ ଅନ୍ୟାନ୍ୟ ତଥ୍ୟ ଜାଣିବାକୁ ଚେଷ୍ଟା କରୁଛି । କଲ୍ କରୁଥିବା ବ୍ୟକ୍ତି ତାଙ୍କଠାରୁ କୋଟି ଟଙ୍କା ମାଗିଥିବା ନେଇ ମଧ୍ୟ କୁହାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ନୀତିନ ଗଡକରୀଙ୍କ କାର୍ଯ୍ୟାଳୟରେ ପ୍ରଥମ ଫୋନ୍ କଲ 11:29 ରେ ଆସିଥିଲା । ଏହାର କିଛି ସମୟ ପରେ, ସକାଳ 11:35 ରେ, ଧମକ ଦେଉଥିବା ବ୍ୟକ୍ତି ପୁଣି ଥରେ ଫୋନ୍ କରିଥିଲେ । ସଙ୍ଗେ ସଙ୍ଗେ ସମସ୍ତ ତଥ୍ୟ ପୋଲିସକୁ ଦିଆଯାଇଥିଲା । କୁହାଯାଉଛି ଯେ ତୃତୀୟ ଫୋନ୍ କଲ୍ ପୁଣି 12:32 ରେ ଆସିଥିଲା । ମହାରାଷ୍ଟ୍ର ପୋଲିସ ଅଭିଯୁକ୍ତଙ୍କ ସ୍ଥାନ ଖୋଜିବାକୁ ଚେଷ୍ଟା କରୁଛି । ସୂଚନାନୁସାରେ, ଡାଉଦ ଇବ୍ରାହିମ ନାମକ ନେଇ ପୋନ୍ କରିଥିବା ବ୍ୟକ୍ତି କେନ୍ଦ୍ର ମନ୍ତ୍ରୀଙ୍କଠାରୁ 100 କୋଟି ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ହତ୍ୟା କରିବା ନେଇ ମଧ୍ୟ ଧମକ ଦେଇଛି ବ୍ୟକ୍ତି ।
ନିତିନ ଗଡକରୀ ଏବେ ମଧ୍ୟ ନାଗପୁରରେ ଅଛନ୍ତି । ଘଟଣା ପରେ ତୁରନ୍ତ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା । ଏହା ସହିତ ତାଙ୍କ ଜନସମ୍ପର୍କ କାର୍ଯ୍ୟାଳୟ ବାହାରେ ଅତିରିକ୍ତ ଯବାନ ମଧ୍ୟ ନିୟୋଜିତ ହୋଇଥିଲେ । ଆତଙ୍କବାଦ ବିରୋଧୀ ସ୍କ୍ୱାଡ (ଏଟିଏସ୍) ର ଟିମ୍ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି । ମହାରାଷ୍ଟ୍ର ପୋଲିସ ଦାବି କରିଛି ଯେ ଖୁବ୍ ଶୀଘ୍ର ସେମାନେ ଅଭିଯୁକ୍ତକୁ ଗିରଫ କରିବେ ।












Click it and Unblock the Notifications