Get Updates
Get notified of breaking news, exclusive insights, and must-see stories!

‘ସେମାନେ ଆମକୁ ଟାର୍ଗେଟ କରି ଆମକୁ ସାହାଯ୍ୟ କରନ୍ତି'- ବିଜେପି-ଆରଏସଏସକୁ ଟାର୍ଗେଟ କରି କହିଲେ ରାହୁଲ

ମୁଁ ବିଜେପି ଏବଂ ଆରଏସଏସର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, କାରଣ ସେମାନେ ଆମକୁ ଯେତେ ଅଧିକ ଟାର୍ଗେଟ କରିବେ, ଏହା ଆମକୁ କୌଣସି ପ୍ରକାରେ ସାହାଯ୍ୟ କରିଥାଏ ।

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ତଥା 'ଭାରତ ଯୋଡା ଯାତ୍ରା'ର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀ ଶନିବାର ଦିନ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରିଛନ୍ତି । ସେ ପଦଯାତ୍ରା ଉପରେ କହିଥିଲେ ଯେ ଯେତେବେଳେ ମୁଁ ଏହା ଆରମ୍ଭ କଲି, ସେତେବେଳେ ମୁଁ ଏହାକୁ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏକ ସାଧାରଣ ଯାତ୍ରା ଭାବରେ ଗ୍ରହଣ କରିଥିଲି । ଧୀରେ ଧୀରେ ଆମେ ବୁଝିଲୁ ଯେ ଏହି ଯାତ୍ରାର ଏକ ସ୍ୱର ଏବଂ ଭାବନା ଅଛି । ମୁଁ ବିଜେପି ଏବଂ ଆରଏସଏସର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, କାରଣ ସେମାନେ ଆମକୁ ଯେତେ ଅଧିକ ଟାର୍ଗେଟ କରିବେ, ଏହା ଆମକୁ କୌଣସି ପ୍ରକାରେ ସାହାଯ୍ୟ କରିଥାଏ ।

Rahul Gandhi

ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଆରଏସଏସ ଏବଂ ବିଜେପିର ଲୋକଙ୍କୁ ବିଶେଷ ଧନ୍ୟବାଦ ଦେଉଛି କାରଣ ସେମାନେ ଯେତେ ଆକ୍ରମଣ କରିବେ, ଆମକୁ ସୁଧାରିବାର ସୁଯୋଗ ମିଳିବ । ମୁଁ ଚାହୁଁଛି ସେମାନେ ଅଧିକ ଜୋରରେ କରନ୍ତୁ, ଯାହା ଦ୍ୱାରା କଂଗ୍ରେସ ଦଳକୁ ନିଜର ବିଚାରଧାରା ଭଲ ଭାବେ ବୁଝାପଡ଼ିବ । ମୁଁ ତାଙ୍କୁ ମୋର ଗୁରୁ ଭାବରେ ବିବେଚନା କରୁଛି, କାରଣ ସେମାନେ ମତେ ରାସ୍ତା ଦେଖାଉଛନ୍ତି, କଣ କରିବି ଏବଂ କ'ଣ କରିବି ନାହିଁ ସେ ନେଇ ଭଲ ତାଲିମ ଦେଉଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ବିରୋଧୀ ଦଳର ନେତାମାନେ ଆମ ସହ ଅଛନ୍ତି ଏବଂ ଆମେ ଏହା ଜାଣୁ । ଯେଉଁମାନେ ଭାରତକୁ ଯୋଡ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଭାରତ ଯୋଡୋ ଯାତ୍ରା ଦ୍ୱାର ଖୋଲା ଅଛି । ଆମେ କାହାକୁ ଅଟକାଇବୁ ନାହିଁ । ମାୟାବତୀ ଜୀ ଏବଂ ଅଖିଳେଶ ଜୀ ଘୃଣା ନୁହେଁ ଭାରତରେ ପ୍ରେମ ଚାହୁଁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+