ରାହୁଲ ଗାନ୍ଧୀଙ୍କ ପୂର୍ବରୁ ଏମାନେ ହରାଇଛନ୍ତି ସଦସ୍ୟତା

ନୂଆଦିଲ୍ଲୀ : 2019 ର ପୁରୁଣା ମାନହାନୀ ମାମଲାରେ ଗୁରୁବାର ଦିନ ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ 2 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ରାୟ 'ମୋଦୀ ସରନେମ୍' ମାମଲାରେ ଆସିଛି । କୋର୍ଟ ତାଙ୍କୁ ଦଣ୍ଡିତ କରିବା ପରେ ରାହୁଲ ଗାନ୍ଧୀଙ୍କୁ ସଂସଦରେ ସଦସ୍ୟତା ପଦ ହରାଇବାକୁ ପଡ଼ିଛି । ରାହୁଲ ଗାନ୍ଧୀ ହାଇକୋର୍ଟରେ ଆଶ୍ୱସ୍ତି ନ ମିଳିଲେ ରାହୁଲଙ୍କ ସଦସ୍ୟତା ରହିବ ନାହିଁ ।
ତେବେ ଦେଶରେ ଏପରି ମାମଲା ପ୍ରଥମ ଥର ନୁହଁ, ଏହା ପୂର୍ବରୁ ଏପରି ଅନେକ ମାମଲା ସାମ୍ନାକୁ ଆସିଛି । କୋର୍ଟ ଦଣ୍ଡ ଦେବା ପରେ ଅନେକ ସାଂସଦ ଓ ବିଧାୟକଙ୍କ ସଦସ୍ୟତା ଚାଲିଯାଇଛି । ଲୋକ ପ୍ରତିନିଧୀ ଅଧିନିୟମର ଏହି ବ୍ୟବସ୍ଥା ଦ୍ୱାରା ଅନେକ ବଡ଼ ବଡ଼ ନେତାଙ୍କୁ ସଦସ୍ୟତା ପଦ ହରାଇବାକୁ ପଡ଼ିଥିଲା ।
ରସିଦ ମାସୁଦ:
1990 ରୁ 1991 ପର୍ଯ୍ୟନ୍ତ କଂଗ୍ରେସ ନେତା କାଜି ରସିଦ ମାସୁଦ କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ (ସ୍ୱାଧୀନ) ଥିଲେ । ଏହି ସମୟରେ, ସେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବାବେଳେ କେନ୍ଦ୍ରୀୟ ପୁଲରୁ ଆବଣ୍ଟିତ ସିଟ୍ ମଧ୍ୟରୁ ତ୍ରିପୁରାର ଏମବିବିଏସ୍ ସିଟ୍ ରେ ବେଆଇନ ଆଡମିଶନ କରିଥିବା ଅଭିଯୋଗ ହୋଇଥିଲା । ସିବିଆଇର ଚାର୍ଜସିଟ ପରେ ରସିଦ ମାସୁଦଙ୍କୁ 10 ଜୁନ୍ 2013 ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ଦୁର୍ନୀତି ମାମଲାରେ 4 ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଏହା ପରେ ଅକ୍ଟୋବର 2013 ରେ ତାଙ୍କର ରାଜ୍ୟସଭା ସଦସ୍ୟତା ରଦ୍ଦ କରାଯାଇଥିଲା ।
ଆଜମ ଖାନ:
ସମାଜବାଦୀ ପାର୍ଟିର ଜଣେ ଟାଣୁଆ ନେତା ତଥା ରାମପୁର ସଦର ଆସନରୁ ବିଧାୟକ ଆଜାମ ଖାନଙ୍କୁ 27 ଅକ୍ଟୋବର 2022 ରେ ହେଟ୍ ସ୍ପିଚ୍ ମାମଲାରେ ଦଣ୍ଡିତ କରାଯାଇଥିଲା । ଅତିରିକ୍ତ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ନିଶାନ୍ତ ମନଙ୍କ ସାଂସଦ-ବିଧାୟକ କୋର୍ଟ ତାଙ୍କୁ 2019 ର ଘୃଣ୍ୟ ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ 03 ବର୍ଷ ଦଣ୍ଡିତ କରିଥିଲେ । ଏହା ପରେ ଆଜାମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଏଥି ସହିତ ତାଙ୍କ ପୁଅ ଅବଦୁଲ୍ଲା ଆଜାମଙ୍କ ବିଧାୟକ ପଦ ମଧ୍ୟ ଚାଲିଯାଇଥିଲା ।
କୁଲଦୀପ ସିଂହ ସେଙ୍ଗର:
ଉନ୍ନାଓରୁ ବିଜେପି ବିଧାୟକ ଥିବା କୁଲଦୀପ ସିଂହ ସେଙ୍ଗର ମଧ୍ୟ ବିଧାୟକ ପଦ ହରାଇଥିଲେ । 2017 ମସିହାରେ ନାବାଳିକାକୁ ବଳାତ୍କାର ମାମଲାରେ, 20 ଡିସେମ୍ବର 2019 ରେ, ଦିଲ୍ଲୀର ତୀସ ହଜାରୀ କୋର୍ଟ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଦଣ୍ଡ ଘୋଷଣା ହେବା ପରେ ହିଁ ବିଧାନସଭାରେ ତାଙ୍କର ସଦସ୍ୟତା ରଦ୍ଦ ହୋଇଯାଇଥିଲା ।
ଅଶୋକ କୁମାର ସିଂହ ଚାନ୍ଦେଲ:
26 ଜାନୁଆରୀ 1997 ରେ ହମିରପୁରରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଏହି ହତ୍ୟାକାଣ୍ଡରେ ବିଜେପି ନେତା ରାଜୀବ ଶୁକ୍ଲାଙ୍କ ଭାଇଙ୍କ ସମେତ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ହତ୍ୟା ମାମଲାରେ ହମିରପୁରରୁ ବିଜେପି ବିଧାୟକ ଅଶୋକ କୁମାର ସିଂହ ଚାନ୍ଦେଲଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ଦୋଷୀ ସାବ୍ୟସ୍ତ ହେବା ପରେ ଜୁନ୍ 2019 ରେ ତାଙ୍କୁ ବିଧାୟକ ପଦ ହରାଇବାକୁ ପଡ଼ିଥିଲା ।
ବିକ୍ରମ ସୈଇନି:
2013 ମୁଜାଫରନଗର ଦଙ୍ଗାରେ ତାଙ୍କ ଭୂମିକା ପାଇଁ ବିଜେପି ବିଧାୟକ ବିକ୍ରମ ସୈଇନିଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ଦଣ୍ଡକୁ ମୁଜାଫରନଗର ସାଂସଦ-ବିଧାୟକ କୋର୍ଟ ଘୋଷଣା କରିଛନ୍ତି । ସେ ଦଣ୍ଡିତ ହେବାର ପ୍ରାୟ ଏକ ମାସ ପରେ ତାଙ୍କର ସଦସ୍ୟତା ଚାଲିଯାଇଥିଲା ।
ଲାଲୁ ପ୍ରସାଦ ଯାଦବ:
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ 3 ଅକ୍ଟୋବର 2013 ରେ ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ଲାଲୁ ଯାଦବ ଲୋକସଭାର ସଦସ୍ୟତା ହରାଇଥିଲେ । ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।
ଜୟଲଳିତା:
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କୁ ଦୁଇଥର ବିଧାୟକ ପଦ ହରାଇବାକୁ ପଡିଥିଲା । 2002 ରେ ସେ ପ୍ରଥମ ଥର ପାଇଁ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହା ପରେ, 2014 ରେ, ଆୟ ବର୍ହିର୍ଭୁତ ସମ୍ପତ୍ତି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ସବୁ ମାମଲାରେ ତାଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଥିଲା ।
ମୋହମ୍ମଦ୍ ଫୈଜଲ:
ଜାନୁଆରୀ 13 ରେ ଲକ୍ଷ୍ମୀଦୀପସ୍ଥିତ ଏକ ଅଧିବେଶନ କୋର୍ଟ ଦ୍ୱାରା ହତ୍ୟା ଉଦ୍ୟମ ମାମଲାରେ ମହମ୍ମଦ ଫୈଜଲ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ଦଣ୍ଡ ଘୋଷଣା ହେବାର କିଛି ସମୟ ପରେ ଲୋକସଭା ସଚିବାଳୟ ସାଂସଦ ମହମ୍ମଦ ଫୈଜଲଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ତେବେ 25 ଜାନୁଆରୀରେ କେରଳ ହାଇକୋର୍ଟ ଏହି ଦଣ୍ଡାଦେଶ ଶୁଣାଇ ତାଙ୍କ ଦୋଷୀ ସାବ୍ୟସ୍ତକୁ ରଦ୍ଦ କରିବା ସହ ତାଙ୍କ ଜେଲ ଦଣ୍ଡ ଉପରେ ରୋକ୍ ଲଗାଇଛନ୍ତି ।
ଏମାନେ ବି ହରାଇଛନ୍ତି ସଦସ୍ୟତା
ୟୁପିରୁ ବିଧାୟକ ଭାବରେ ନିର୍ବାଚିତ ବିଜେପିର ବଜରଙ୍ଗ ସିଂହ 2015 ମସିହାରେ କୋର୍ଟଙ୍କ ଦ୍ୱାରା ଦଣ୍ଡ ପାଇବା ପରେ ଅଯୋଗ୍ୟ ହୋଇଥିଲେ । ଏହା ବ୍ୟତୀତ, ଜାଲ୍ ମାର୍କସିଟ୍ ମାମଲାରେ 2021 ମସିହାରେ ବିଜେପିର ଖୁସବୁ ତିୱାରୀ ବିଧାୟକ ପଦ ହରାଇଥିଲେ । ଅନ୍ୟପକ୍ଷରେ ବିହାରର ଜଗଦୀଶ ଶର୍ମା, ଅନିଲ କୁମାର ସାହନି, ଅନନ୍ତ ସିଂହ, ରାଜ ବଲ୍ଲଭ ଯାଦବ ଏବଂ ଇଲିୟାସ ହୁସେନଙ୍କୁ ମଧ୍ୟ ଅଯୋଗ୍ୟତା ଆଇନ ହେତୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଦଙ୍ଗା ସହ ଜଡିତ ଏକ ମାମଲାରେ ହରିୟାଣାର କଂଗ୍ରେସ ବିଧାୟକ ପ୍ରଦୀପ ଚୌଧୁରୀ 2021 ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅନ୍ୟପକ୍ଷରେ, କେରଳର ସିପିଏମ୍ ନେତା ପି ଜୟରାଜନ୍ (2001 ରେ ନିର୍ବାଚନ ନିୟମର ଉଲ୍ଲଂଘନ) ଏବଂ ଏ ରାଜା (ନିର୍ବାଚନ ଠକେଇରେ, 2023) ଦଣ୍ଡିତ ହୋଇଥିଲେ । ଏହା ବ୍ୟତୀତ ପିସି ଥୋମାସ୍ ଏବଂ କେଏମ୍ ଶାଜିଙ୍କୁ ମଧ୍ୟ ଦଣ୍ଡିତ ହେବା ପରେ ବିଧାୟକ ପଦ ହରାଇଥିଲେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications