ଧର୍ମ ଆଧାରରେ କୌଣସି ସଂରକ୍ଷଣ ରହିବା ଉଚିତ ନୁହେଁ, ମୁସଲମାନ ସଂରକ୍ଷଣକୁ ବିଜେପି ରଦ୍ଦ କରିଦେଇଛି - ଅମିତ ଶାହା

Amit Shah

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ କର୍ଣ୍ଣାଟକ ଗସ୍ତରେ ଅଛନ୍ତି । ଅମିତ ଶାହା ମଙ୍ଗଳବାର ଦିନ ବିଜେପିର ଗଡ଼ ଭାବେ ଜଣାଶୁଣା ହୁବଲି ନିର୍ବାଚନମଣ୍ଡଳୀରେ ପହଞ୍ଚିଛନ୍ତି । ଏଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ସେ କର୍ଣ୍ଣାଟକରେ ବିଜେପି ସରକାର ରଦ୍ଦ କରିଥିବା ମୁସଲିମ ସଂରକ୍ଷଣ ପ୍ରସଙ୍ଗରେ କହିଛନ୍ତି ।

କର୍ଣ୍ଣାଟକର ବିଜେପି ସରକାର ନେଇଥିବା ନିଷ୍ପତ୍ତିକୁ ଠିକ୍ ବୋଲି ଦର୍ଶାଇ ଅମିତ ଶାହା କହିଛନ୍ତି ଯେ ମୁସଲମାନମାନଙ୍କ ପାଇଁ 4 ପ୍ରତିଶତ ଓବିସି ସଂରକ୍ଷଣକୁ ବିଜେପି ସରକାର ରଦ୍ଦ କରି ଦେଇଛନ୍ତି । ବିଜେପି ସରକାର ଭୋଟ୍ ବ୍ୟାଙ୍କର ଲୋଭରେ ନ ପଡ଼ି ମୁସଲମାନ ସଂରକ୍ଷଣକୁ ରଦ୍ଦ କରିଦେଇଛନ୍ତି । ସେ କହିଛନ୍ତି ଯେ ଆମେ ବିଶ୍ୱାସ କରୁ ଯେ ଧର୍ମ ଆଧାରରେ ସଂରକ୍ଷଣ ଦିଆଯିବା ଉଚିତ୍ ନୁହେଁ ।

ଅମିତ ଶାହା କହିଛନ୍ତି ଯେ ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ସମାପ୍ତ କରି ଆମେ ଓବିସି, ଲିଙ୍ଗାୟତ ଏବଂ ଭୋକାଡିଆଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରିଛୁ । ଏହା ବ୍ୟତୀତ, ଆମେ ଏସସିର ସଂରକ୍ଷଣ ବୃଦ୍ଧି କରି ସାମାଜିକ ନ୍ୟାୟର କାର୍ଯ୍ୟ କରିଛୁ ।

ଏହା ସହିତ ଅମିତ ଶାହା କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ବୟାନ ଉପରେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ସରକାର କ୍ଷମତାକୁ ଆସିଲେ ମୁସଲମାନମାନଙ୍କୁ ସଂରକ୍ଷଣ ଦେବେ ବୋଲି କଂଗ୍ରେସ ଅଧ୍ୟକ୍ଷଙ୍କ ବୟାନ ଉପରେ ପ୍ରଶ୍ନ କରିବା ସହ ଏହି ସଂରକ୍ଷଣ କେଉଁଠୁ କମାଇ ମୁସଲମାନମାନଙ୍କୁ ଦେବେ ବୋଲି କହିଛନ୍ତି ।

କଂଗ୍ରେସ ଉପରେ ତୁଷ୍ଟିକରଣ ରାଜନୀତି କରୁଥିବା ଅଭିଯୋଗ କରି ଅମିତ ଶାହା କହିଛନ୍ତି ଧର୍ମ ଭିତ୍ତିକ ସଂରକ୍ଷଣ ଅସାମ୍ବିଧାନିକ । କଂଗ୍ରେସ ନେତାମାନେ କହୁଛନ୍ତି ଯେ ସେମାନେ ମୁସଲମାନମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବେ, କିନ୍ତୁ ତା'ପରେ କାହାର ସଂରକ୍ଷଣ ହ୍ରାସ ହେବ ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+