ଅହମ୍ମଦାବାଦର ନାମ ଆଦାନୀବାଦ କରୁନାହାଁନ୍ତି ? ହାଇଦ୍ରାବାଦ ନାମ ବଦଳାଇବା ବିବୃତ୍ତି ଉପରେ KTRଙ୍କ ପ୍ରଶ୍ନ ବାଣ
ବିଜେପି ନେତାଙ୍କ ବିବୃତ୍ତିର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୃହ ରାଜ୍ୟ ଗୁଜୁରାଟ ଏବଂ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିଷୟରେ ଉଲ୍ଲେଖ କରି କେ.ଟି.ଆର ପୋଷ୍ଟ କରିଛନ୍ତି, "ଆପଣ ପ୍ରଥମେ ଅହମ୍ମଦାବାଦର ନାମ ଆଦାନୀବାଦରେ କାହିଁକି ପରିବର୍ତ୍ତନ କରୁନାହାଁନ୍ତି ?
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦକୁ "ଭାଗ୍ୟନଗର" ବୋଲି କହିବାର ଗୋଟିଏ ଦିନ ପରେ ତେଲେଙ୍ଗାନା ମନ୍ତ୍ରୀ କେ.ଟି ରାମା ରାଓ ବିଜେପି ନେତା ରଘୁବର ଦାସଙ୍କ ବିବୃତ୍ତିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରଘୁବର ଦାସ ତାଙ୍କ ବିବୃତ୍ତିରେ ଯଦି ରାଜ୍ୟରେ ଦଳ କ୍ଷମତାକୁ ଆସେ ତେବେ ନାମ ବଦଳାଇବା ବିଷୟରେ କହିଥିଲେ । ବିଜେପି ନେତାଙ୍କ ବିବୃତ୍ତିର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୃହ ରାଜ୍ୟ ଗୁଜୁରାଟ ଏବଂ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିଷୟରେ ଉଲ୍ଲେଖ କରି କେ.ଟି.ଆର ପୋଷ୍ଟ କରିଛନ୍ତି, "ଆପଣ ପ୍ରଥମେ ଅହମ୍ମଦାବାଦର ନାମ ଆଦାନୀବାଦରେ କାହିଁକି ପରିବର୍ତ୍ତନ କରୁନାହାଁନ୍ତି ? ଆଚ୍ଛା ଏହି ଜୁମ୍ଲା ଜିଭି କିଏ ?"

ଆପଣଙ୍କୁ କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ତାଙ୍କ ଅଭିଭାଷଣରେ ତେଲେଙ୍ଗାନାର ରାଜଧାନୀକୁ ଭାଗ୍ୟନଗର ବୋଲି କହିଛନ୍ତି । ସେବେଠାରୁ ରାଜନୈତିକ ମହଲରେ ଏ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏହି ଅଞ୍ଚଳକୁ ସଂଗଠନରେ ଯୋଡି ହାଇଦ୍ରାବାଦରେ 'ଏକ ଭାରତ' (ୟୁନାଇଟେଡ୍ ଇଣ୍ଡିଆ) ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ 'ଶ୍ରେଷ୍ଠ ଭାରତ' ସୃଷ୍ଟି କରିବା ବିଜେପିର ଐତିହାସିକ ଦାୟିତ୍ୱ ।
ଏହାପୂର୍ବରୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସ ଶୁକ୍ରବାର ଦିନ ହାଇଦ୍ରାବାଦର ଭାଗ୍ୟଲକ୍ଷ୍ମୀ ମନ୍ଦିର ପରିଦର୍ଶନ କରିଛନ୍ତି । ଏହା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ତେଲେଙ୍ଗାନା ରାଜ୍ୟରେ ବିଜେପି କ୍ଷମତାକୁ ଆସେ, ତେବେ ହାଇଦ୍ରାବାଦର ନାମ ଭାଗ୍ୟନଗର ନାମରେ ପରିବର୍ତ୍ତନ ହେବ । ସେ କହିଛନ୍ତି ଯେ ବ୍ୟବସାୟୀ ହେଉ ଅବା ସାଧାରଣ ଲୋକ ଟିଆରଏସ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।












Click it and Unblock the Notifications