Get Updates
Get notified of breaking news, exclusive insights, and must-see stories!

ଦଶହରାରେ ଜାତୀୟ ଦଳ ଘୋଷଣା କରିପାରନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଖୁବ ଶୀଘ୍ର ନିଜର ଜାତୀୟ ଦଳ ଘୋଷଣା କରିପାରନ୍ତି । ସୂଚନାନୁସାରେ, ଦଶହରାରେ ମୁଖ୍ୟମନ୍ତ୍ରୀ କେସିଆର୍ ତାଙ୍କ ଜାତୀୟ ଦଳର ନାମ ଘୋଷଣା କରିପାରନ୍ତି ।

ହାଇଦ୍ରାବାଦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଖୁବ ଶୀଘ୍ର ନିଜର ଜାତୀୟ ଦଳ ଘୋଷଣା କରିପାରନ୍ତି । ସୂଚନାନୁସାରେ, ଦଶହରାରେ ମୁଖ୍ୟମନ୍ତ୍ରୀ କେସିଆର୍ ତାଙ୍କ ଜାତୀୟ ଦଳର ନାମ ଘୋଷଣା କରିପାରନ୍ତି । ଅକ୍ଟୋବର 5 ତାରିଖରେ ବିଜୟା ଦଶମୀ ଦିନ ହାଇଦ୍ରାବାଦ ତେଲେଙ୍ଗାନା ଭବନରେ ଟିଆରଏସ ପାର୍ଟି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

K. Chandrashekar Rao

ମିଳିଥିବା ସୂଚନା ଅନୁସାରେ, ସିଏମ କେସିଆର ହାଇଦ୍ରାବାଦ ବୈଠକ ପରେ ଜାତୀୟ ରାଜନୀତି ପ୍ରତି ତାଙ୍କର ଦୃଷ୍ଟିକୋଣ ଏବଂ ବିଚାର ଧାରା ବିଷୟରେ କହିପାରନ୍ତି । ଏହା ମଧ୍ୟ କୁହାଯାଉଛି ଯେ ଟିଆରଏସ ଦଳର ନେତାଙ୍କ ଏକ ପ୍ରତିନିଧୀ ଦଳର ନାମ ବଦଳାଇବା ପାଇଁ ଦିଲ୍ଲୀ ଯିବେ । ସୂଚନାନୁସାରେ, ଏହା ମଧ୍ୟ କୁହାଯାଉଛି ଯେ ଅକ୍ଟୋବର 9 ରେ ଜାତୀୟ ରାଜଧାନୀରେ ଏକ ସାଧାରଣ ସଭାରେ କେ.ସି.ଆର. ସମ୍ବୋଧିତ କରିପାରନ୍ତି ।

ଟିଆରଏସ ନେତା ଶ୍ରୀଧର ରେଡ୍ଡୀ କହିଛନ୍ତି ଯେ ଶାସନର ସମସ୍ତ ଦିଗରେ ଏନଡିଏ ବିଫଳ ହୋଇଥିବାରୁ ଦେଶର ଲୋକମାନେ ଏକ ଶକ୍ତିଶାଳୀ ଜାତୀୟ ପ୍ଲାଟଫର୍ମ ଖୋଜୁଛନ୍ତି । ଆପଣଙ୍କୁ କହି ରଖୁଛୁ କେସିଆର୍ ଜାତୀୟ ଫୋରମ୍ ଏବଂ ଜାତୀୟ ସ୍ତରରେ ଯିବା ବିଷୟରେ ମଧ୍ୟ ପୂର୍ବରୁ କହିଥିଲେ । ସେ କହିଛନ୍ତି ଯେ ଗୁଜୁରାଟ ମଡେଲ ସମ୍ପୂର୍ଣ୍ଣ ବିଫଳ ହୋଇଛି ଏବଂ ଦେଶ ଏକ ଶକ୍ତିଶାଳୀ ବିକଳ୍ପ ଖୋଜୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+