Get Updates
Get notified of breaking news, exclusive insights, and must-see stories!

ବିଧାନସଭା ନିର୍ବାଚନ 2023: ଭୋଟ୍ ଦେଉଛି ତେଲେଙ୍ଗାନା, ସିଲ୍ ହେବ 2290 ପ୍ରାର୍ଥୀଙ୍କ ଭାଗ୍ୟ

ବିଧାନସଭା ନିର୍ବାଚନ 2023: ଭୋଟ୍ ଦେଉଛି ତେଲେଙ୍ଗାନା । ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଆଜି ତେଲେଙ୍ଗାନାରେ ହେଉଛି ମତଦାନ । ସମସ୍ତ 119 ଟି ଯାକ ଆସନରେ ଆରମ୍ଭ ହୋଇଛି ମତଦାନ । 106 ଟି ଆସନରେ ସକାଳ 7 ଟା ରୁ 5 ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ନକ୍ସଲ ଅଧ୍ୟୁଷିତ 13 ଆସନରେ ଅପରାହ୍ନ 4 ଟାରେ ସରିବ ଭୋଟ୍ ଗ୍ରହଣ ।

voting

ଏଥର 3 କୋଟି 26 ଲକ୍ଷ ଭୋଟର 2 ହଜାର 290 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନ ପାଇଁ 35 ହଜାର 655 ପୋଲିଂ ବୁଥ୍ କରାଯାଇଥିବାବେଳେ ଅଢ଼େଇ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ତେଲେଙ୍ଗାନାରେ ଏଥର ଲଢ଼େଇ ମୁଖ୍ୟତଃ ବିଆରଏସ୍, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ହେବ । ଶାସକ ବିଆରଏସ୍ ନିଜର କ୍ଷମତା ବଜାୟ ରଖିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ 96 ଟି ନିର୍ବାଚନ ରାଲି କରିଛନ୍ତି । ସେହିପହରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରୋଡ୍ ସୋ କରି ହାଇ ଭୋଲଟେଜ୍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିଛନ୍ତି । ଅପରପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସଭାପତି ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ମୁଖ୍ୟ ବିରୋଧୀଦଳ କଂଗ୍ରେସକୁ ଜିତାଇବାକୁ ପ୍ରାଣପଣେ ଉଦ୍ୟମ କରିଛନ୍ତି

ଆଜି ତେଲେଙ୍ଗାନା ଭୋଟ୍ ସରିଲେ ଏହାକୁ ମିଶାଇ 5 ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ସରିବ । ଡିସେମ୍ବର 3 ତାରିଖରେ ଫଳାଫଳ ଘୋଷଣା ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+