‘ତେଜସ୍ୱୀଙ୍କୁ ଆଗକୁ ବଢିବାକୁ ହେବ, 2025 ନିର୍ବାଚନ ତାଙ୍କ ନେତୃତ୍ୱରେ ଲଢାଯିବ' - ନୀତିଶ କୁମାର
ତେଜସ୍ୱୀଙ୍କୁ ଆଗକୁ ବଢାଇବାକୁ ଯୋଜନା କରୁଛନ୍ତି ନୀତିଶ କୁମାର । 2025 ସାଧାରଣ ନିର୍ବାଚନ ତେଜସ୍ୱୀଙ୍କ ନେତୃତ୍ୱରେ ଲଢାଯିବା ନେଇ ଘୋଷଣା କରିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।
ପାଟନା: 2025 ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏ ନେଇ ସେ ଜେଡିୟୁ ନେତା ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପ୍ରୋଜେକ୍ଟ କରୁଛନ୍ତି । ତେଜସ୍ୱୀଙ୍କୁ ଆଗକୁ ବଢାଇବାକୁ ଯୋଜନା କରୁଛନ୍ତି ନୀତିଶ କୁମାର । 2025 ସାଧାରଣ ନିର୍ବାଚନ ତେଜସ୍ୱୀଙ୍କ ନେତୃତ୍ୱରେ ଲଢାଯିବା ନେଇ ଘୋଷଣା କରିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।
ନିକଟରେ ନାଳନ୍ଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତିଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି । ମହାମେଣ୍ଟକୁ ତେଜସ୍ୱୀଙ୍କୁ ଆଗକୁ ନେବାକୁ ହେବ ବୋଲି କହିଛନ୍ତି ନୀତିଶ ।

ଏହାପରେ ମଙ୍ଗଳବାର ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ବିଧାନମଣ୍ଡଳ ଦଳର ବୈଠକରେ ନୀତିଶ କୁମାର ପୁଣି ଏ ନେଇ ଇସାରା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ 2025 ବିଧାନସଭା ନିର୍ବାଚନ ପାଇଁ ତେଜସ୍ୱୀଙ୍କୁ ଆଗକୁ ଆଣିବାକୁ ହେବ । ସେ କହିଛନ୍ତି ବିଧାନସଭା ନିର୍ବାଚନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଲଢ଼ାଯିବ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏ ନେଇ ମହାମେଣ୍ଟର ବିଧାୟକ ଦଳର ବୈଠକରେ କହିଛନ୍ତି ।
ଏହି ବୈଠକରେ ମହାମେଣ୍ଟର ସହଯୋଗୀ ସମସ୍ତ 7 ଦଳ ସାମିଲ ଥିଲେ । ଏହା ପୂର୍ବରୁ ନୀତିଶ କୁମାର ନିଜ ଗୃହ ଜିଲ୍ଲା ନାଳନ୍ଦାର ରହୁଇରେ ରାଜ୍ୟର ସବୁଠୁ ବଡ଼ ଡେଣ୍ଟାଲ କଲେଜର ଉଦଘାଟନ କରିଥିଲେ । ଏହି ସମୟରେ ତେଜସ୍ୱୀ ମଧ୍ୟ ଉପସ୍ଥିତ ଥିଲେ । ନୀତିଶ କୁମାର ଏହି ଅବସରରେ ତେଜସ୍ୱୀଙ୍କୁ ହିଁ ଆଗକୁ ଆଣିବା ନେଇ ସଂକଳ୍ପ ନେଇଥିଲେ । ନାଳନ୍ଦାର ଜନସାଧାରଣ ଭବିଷ୍ୟତରେ ବିକାଶର ଚିନ୍ତା କରନ୍ତୁନି, ବିକାଶ ପାଇଁ ସେ ଯେଉଁ କାମ କରୁଛନ୍ତି ତାକୁ ତେଜସ୍ୱୀ ଯାଦବ ଆଗକୁ ନେବେ ବୋଲି କହିଥିଲେ ନୀତିଶ କୁମାର ।
ଏହା ପୂର୍ବରୁ ନୀତିଶ କୁମାର ବିଜେପି ମୁକ୍ତ କରିବା ନେଇ ମଧ୍ୟ କହିଥିଲେ । ନୀତୀଶ କହିଥିଲେ, "ଯେତେଦିନ ପର୍ଯ୍ୟନ୍ତ ସେମାନେ(ବିଜେପି) ରହିବ, ସେପର୍ଯ୍ୟନ୍ତ କିଛି କରି ହେବ ନାହିଁ । ସେମାନଙ୍କଠାରୁ ଯେବେ ମୁକ୍ତି ମିଳିବ, ସେତେବେଳେ ଆମେ ଯେପରି ଚାହୁଁଛେ, ସେପରି ନାଳନ୍ଦା ବିଶ୍ୱବିଦ୍ୟାଳୟ ହୋଇପାରିବ । ଦୁନିଆର ଅନେକ ଦେଶର ପିଲାମାନେ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ପଢିବାକୁ ଆସୁଥିଲେ । ସେଥିପାଇଁ ଆମେ ପୁଣି ଥରେ ଏହାକୁ ସାଧାରଣ ପାଇଁ ନୁହେଁ ବରଂ ସ୍ୱତନ୍ତ୍ର ଅଧ୍ୟୟନ ପାଇଁ ପ୍ରସ୍ତୁତ କରିଛୁ । ବାକି କାମ ତେଜସ୍ୱୀ ଯାଦବ ଶେଷ କରିବେ । ଭବିଷ୍ୟତରେ ବିହାର ଉନ୍ନତି ପଥରେ ଆଗେଇ ଚାଲିବ । କୌଣସି ଅସୁବିଧା ହେବ ନାହିଁ ।












Click it and Unblock the Notifications