For Quick Alerts
Turn On Notification  
For Daily Alerts
Oneindia App Download

2021 ତାମିଲନାଡ଼ୁ ନିର୍ବାଚନ ଲଢିବେ ତାମିଲ ସୁପରଷ୍ଟାର ରଜନୀକାନ୍ତ, ଜାନୁଆରୀରେ କରିବେ ଦଳ ଘୋଷଣା

ତାମିଲ ସୁପରଷ୍ଟାର ରଜନୀକାନ୍ତ 2021 ତାମିିଲନାଡ଼ୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଆସନ୍ତା ଜାନୁଆରୀରେ ସେ ଦଳ ଘୋଷଣା କରିବେ ।

|

ଚେନ୍ନାଇ : 2021 ତାମିଲନାଡ଼ୁ ବିଧନସଭା ନିର୍ବାଚନରେ ଲଢିବେ ତାମିଲ ସୁପରଷ୍ଟାର ରଜନୀକାନ୍ତ | ଜାନୁଆରୀରେ ନିଜର ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିବେ ବୋଲି ସେ ସୂଚନା ଦେଇଛନ୍ତି |

ତାଙ୍କ ଅନୁଗାମୀମାନଙ୍କ ସହ ଆଲୋଚନା କରିବା ପରେ ସୋମବାର କହିଥିଲେ ଯେ ସେ ଯଥାଶୀଘ୍ର ରାଜନୀତିରେ ପ୍ରବେଶ କରିବା ବିଷୟରେ ନିଷ୍ପତ୍ତି ନେବେ | ଜିଲ୍ଲା ସଚିବଙ୍କୁ ଭେଟି ତାଙ୍କର ରାଜନୈତିକ ଅଗ୍ରଗତି ସମ୍ଭାବନା ଉପରେ ବିଚାର ବିମର୍ଶ କରିଛନ୍ତି ବୋଲି 'ରଜନୀ ମକ୍କାଲ ମନ୍ଦ୍ରମ୍'ର କର୍ତ୍ତୃପକ୍ଷମାନେ କହିଛନ୍ତି |
ରାଘବେନ୍ଦ୍ର କଲ୍ୟାଣ ମଣ୍ଡପଠାରେ ଆରଏମଏମ ସଚିବଙ୍କ ସହ ଆଲୋଚନା କରିବା ପରେ ପୋସ୍ ଗାର୍ଡେନସ୍ତିତ ତାଙ୍କ ବାସଭବନ ସମ୍ମୁଖରେ ସାମ୍ବାଦିକମାନଙ୍କୁ ରଜନୀକାନ୍ତ ସମସ୍ତ ସୂଚନା ଦେଇଛନ୍ତି |

Rajinikanth

ରଜନୀକାନ୍ତ କହିଛନ୍ତି, "ସେମାନେ (କାର୍ଯ୍ୟକର୍ତ୍ତା) ମୋତେ କହିଥିଲେ ଯେ ମୋର ନିଷ୍ପତ୍ତି ଯାହା ବି ହେଉ ସେମାନେ ମୋ ସାଥିରେ ଅଛନ୍ତି | ମୁଁ ନିଷ୍ପତ୍ତି ଅନୁଯାୟୀ ରାଜନୈତିକ ଅଗ୍ରଗତି ସମ୍ପର୍କରେ ଯଥାଶୀଘ୍ର ଜଣାଇବି |" ଏହା ସହିତ ସେ ନିଜ ଅଭିନବ ଢଙ୍ଗରେ ଦୁଇହାତ ଯୋଡ଼ି 'ୱାନକକମ୍'(ନମସ୍କାର) କରିଥିଲେ |

ସୂଚନାଯୋଗ୍ୟ, ଏପ୍ରିଲ-ମେ 2021 ମଧ୍ୟରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ |

ଗତ ମାସରେ, ରଜନୀକାନ୍ତ ପ୍ରଥମ ଥର ପାଇଁ ପ୍ରକାଶ କରିଥିଲେ ଯେ ସେ 2016 ରେ ଯୁକ୍ତରାଷ୍ଟ୍ର ଆମେରିକା ଯାଇ କିଡନୀ ପ୍ରତିରୋପଣ କରିଥିଲେ ଏବଂ କରୋନାଭାଇରସ୍ ମହାମାରୀ ଯୋଗୁଁ ଡାକ୍ତରମାନେ ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ପରାମର୍ଶ ଦେଇଥିଲେ | ଏଥିସହ ସେ ମନ୍ଦ୍ରମର ଅଫିସ କାର୍ଯ୍ୟକର୍ତ୍ତାଙ୍କ ସହ ପରାମର୍ଶ ପରେ ରାଜନୀତିରେ ପ୍ରବେଶ କରିବାର ନିଷ୍ପତ୍ତି ଘୋଷଣା କରିବେ ବୋଲି ମଧ୍ୟ ଆଗରୁ କହିଥିଲେ |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tamil Superstar Rajinikanth will fight Tamil Nadu assembly election to be held in 2021. He will announce the party in January.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X