2021 ତାମିଲନାଡ଼ୁ ନିର୍ବାଚନ ଲଢିବେ ତାମିଲ ସୁପରଷ୍ଟାର ରଜନୀକାନ୍ତ, ଜାନୁଆରୀରେ କରିବେ ଦଳ ଘୋଷଣା
ତାମିଲ ସୁପରଷ୍ଟାର ରଜନୀକାନ୍ତ 2021 ତାମିିଲନାଡ଼ୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଆସନ୍ତା ଜାନୁଆରୀରେ ସେ ଦଳ ଘୋଷଣା କରିବେ ।
ଚେନ୍ନାଇ : 2021 ତାମିଲନାଡ଼ୁ ବିଧନସଭା ନିର୍ବାଚନରେ ଲଢିବେ ତାମିଲ ସୁପରଷ୍ଟାର ରଜନୀକାନ୍ତ | ଜାନୁଆରୀରେ ନିଜର ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିବେ ବୋଲି ସେ ସୂଚନା ଦେଇଛନ୍ତି |
ତାଙ୍କ ଅନୁଗାମୀମାନଙ୍କ ସହ ଆଲୋଚନା କରିବା ପରେ ସୋମବାର କହିଥିଲେ ଯେ ସେ ଯଥାଶୀଘ୍ର ରାଜନୀତିରେ ପ୍ରବେଶ କରିବା ବିଷୟରେ ନିଷ୍ପତ୍ତି ନେବେ | ଜିଲ୍ଲା ସଚିବଙ୍କୁ ଭେଟି ତାଙ୍କର ରାଜନୈତିକ ଅଗ୍ରଗତି ସମ୍ଭାବନା ଉପରେ ବିଚାର ବିମର୍ଶ କରିଛନ୍ତି ବୋଲି 'ରଜନୀ ମକ୍କାଲ ମନ୍ଦ୍ରମ୍'ର କର୍ତ୍ତୃପକ୍ଷମାନେ କହିଛନ୍ତି |
ରାଘବେନ୍ଦ୍ର କଲ୍ୟାଣ ମଣ୍ଡପଠାରେ ଆରଏମଏମ ସଚିବଙ୍କ ସହ ଆଲୋଚନା କରିବା ପରେ ପୋସ୍ ଗାର୍ଡେନସ୍ତିତ ତାଙ୍କ ବାସଭବନ ସମ୍ମୁଖରେ ସାମ୍ବାଦିକମାନଙ୍କୁ ରଜନୀକାନ୍ତ ସମସ୍ତ ସୂଚନା ଦେଇଛନ୍ତି |

ରଜନୀକାନ୍ତ କହିଛନ୍ତି, "ସେମାନେ (କାର୍ଯ୍ୟକର୍ତ୍ତା) ମୋତେ କହିଥିଲେ ଯେ ମୋର ନିଷ୍ପତ୍ତି ଯାହା ବି ହେଉ ସେମାନେ ମୋ ସାଥିରେ ଅଛନ୍ତି | ମୁଁ ନିଷ୍ପତ୍ତି ଅନୁଯାୟୀ ରାଜନୈତିକ ଅଗ୍ରଗତି ସମ୍ପର୍କରେ ଯଥାଶୀଘ୍ର ଜଣାଇବି |" ଏହା ସହିତ ସେ ନିଜ ଅଭିନବ ଢଙ୍ଗରେ ଦୁଇହାତ ଯୋଡ଼ି 'ୱାନକକମ୍'(ନମସ୍କାର) କରିଥିଲେ |
ସୂଚନାଯୋଗ୍ୟ, ଏପ୍ରିଲ-ମେ 2021 ମଧ୍ୟରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ |
ଗତ ମାସରେ, ରଜନୀକାନ୍ତ ପ୍ରଥମ ଥର ପାଇଁ ପ୍ରକାଶ କରିଥିଲେ ଯେ ସେ 2016 ରେ ଯୁକ୍ତରାଷ୍ଟ୍ର ଆମେରିକା ଯାଇ କିଡନୀ ପ୍ରତିରୋପଣ କରିଥିଲେ ଏବଂ କରୋନାଭାଇରସ୍ ମହାମାରୀ ଯୋଗୁଁ ଡାକ୍ତରମାନେ ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ପରାମର୍ଶ ଦେଇଥିଲେ | ଏଥିସହ ସେ ମନ୍ଦ୍ରମର ଅଫିସ କାର୍ଯ୍ୟକର୍ତ୍ତାଙ୍କ ସହ ପରାମର୍ଶ ପରେ ରାଜନୀତିରେ ପ୍ରବେଶ କରିବାର ନିଷ୍ପତ୍ତି ଘୋଷଣା କରିବେ ବୋଲି ମଧ୍ୟ ଆଗରୁ କହିଥିଲେ |












Click it and Unblock the Notifications