ନୂଆ ଦଳ ଗଢିବେନି କି ରାଜନୀତି କରିବେନି ତାମିଲ ସୁପରଷ୍ଟାର ରଜନୀକାନ୍ତ
ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି |
ମିଲନାଡ଼ୁ : ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି | ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମଙ୍ଗଳବାର ଦିନ କୌଣସି ରାଜନୈତିକ ଦଳ ଆରମ୍ଭ ନ କରିବା ସହ ରାଜନୀତିରେ ପ୍ରବେଶ କରିବା ନେଇ ମନା କରିଛନ୍ତି |
ସୂଚନାଯୋଗ୍ୟ, ଅଭିନେତା ରଜନୀକାନ୍ତଙ୍କୁ ଗୋଟିଏ ଦିନ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି | ପ୍ରବଳ ଉଚ୍ଚ ରକ୍ତଚାପ ଏବଂ ଥକ୍କାପଣ ଯୋଗୁଁ ତାଙ୍କୁ 25 ଡିସେମ୍ବରରେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତାଙ୍କର କୌଣସି ଗୁରୁତର ସମସ୍ୟା ନାହିଁ, ଡାକ୍ତରମାନେ ରଜନୀକାନ୍ତଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି |

Actor-politician Rajinikanth announces that he won't be entering politics citing health reasons pic.twitter.com/J8Wtxlrs9i
— ANI (@ANI) December 29, 2020
କିଛି ଦିନ ପୂର୍ବରୁ ରଜନୀକାନ୍ତ ତାମିଲନାଡୁ ବିଧାନସଭା ନିର୍ବାଚନରେ 2021 ରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଥିଲେ | ଏଥିସହିତ 31 ଡିସେମ୍ବର, 2020 ରେ ନିଜର ରାଜନୈତିକ ଦଳ ଘୋଷଣା କରିବାକୁ ଯାଉଥିଲେ | ରଜନୀକାନ୍ତଙ୍କ ଦଳକୁ ନେଇ ଚର୍ଚ୍ଚା ଜୋର ଧରିଥିଲା, ଏହା ପରେ ସେ ଆସନ୍ତା ବର୍ଷର ବିଧାନସଭା ନିର୍ବାଚନରେ ଭାଗ ନେବେ ବୋଲି ଆଶା କରାଯାଉଥିଲା ଏପରିକି ସେ ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା | କିନ୍ତୁ କିଛି ଦିନ ପୂର୍ବରୁ ହାଇଦ୍ରାବାଦରେ ଏକ ଫିଲ୍ମର ସୁଟିଂ ସମୟରେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ସୋମବାର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି |












Click it and Unblock the Notifications