ବିଧାନସଭାରୁ ବାହାରି ଚାଲିଗଲେ ତାମିଲନାଡ଼ୁ ରାଜ୍ୟପାଳ ଆର.ଏନ୍ ରବି, ଭାଷଣକୁ ନେଇ ବଢିଲା ବିବାଦ
ଆରଏନ୍ ରବିଙ୍କ ଉପରେ ବିଧାନସଭାର ମର୍ଯ୍ୟାଦା ବିରୁଦ୍ଧରେ ଯାଇଥିବାର ଅଭିଯୋଗ ହୋଇଛି । ଏହା ପରେ ରାଜ୍ୟପାଳ ଆର.ଏନ୍ ରବି ଗୃହ ପରିତ୍ୟାଗ କରି ବାହାରକୁ ଚାଲିଯାଇଥିଲେ ।
ଚେନ୍ନାଇ : ତାମିଲନାଡୁ ସରକାର ଏବଂ ରାଜ୍ୟପାଳ ଆର.ଏନ୍ ରବିଙ୍କ ମଧ୍ୟରେ ବିବାଦ ଆହୁରି ବଢିବାରେ ଲାଗିଛି । ସୋମବାର ବିଧାନସଭାରେ ଏକ ଅଜବ ପରିସ୍ଥିତି ଦେଖିବାକୁ ମିଳିଛି । ଆରଏନ୍ ରବିଙ୍କ ଉପରେ ବିଧାନସଭାର ମର୍ଯ୍ୟାଦା ବିରୁଦ୍ଧରେ ଯାଇଥିବାର ଅଭିଯୋଗ ହୋଇଛି । ଏହା ପରେ ରାଜ୍ୟପାଳ ଆର.ଏନ୍ ରବି ଗୃହ ପରିତ୍ୟାଗ କରି ବାହାରକୁ ଚାଲିଯାଇଥିଲେ ।
ତାମିଲନାଡୁ ବିଧାନସଭା ସୋମବାର ଷ୍ଟାଲିନ ସରକାରଙ୍କ ତରଫରୁ ରାଜ୍ୟପାଳଙ୍କ ମୂଳ ଅଭିଭାଷଣକୁ ରେକର୍ଡ କରିବାକୁ ଏକ ସଂକଳ୍ପ ପାରିତ କରିଛି । ଏଥିରେ ରାଜ୍ୟପାଳଙ୍କ ଭାଷଣରୁ ଷ୍ଟାଲିନ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣରେ ଛାଡି ଦିଆଯାଇଥିବା ଅଂଶକୁ ହଟାଇବାକୁ କୁହାଯାଇଥିଲା । ଏହି ପ୍ରସ୍ତାବ ପରେ ରାଜ୍ୟପାଳ ଗୃହ ପରିତ୍ୟାଗ କରିଛିଲେ ।

ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଭାଷଣକୁ ରେକର୍ଡ କରି ରାଜ୍ୟପାଳ ନିଜଆଡୁ ସଂଯୋଗ କରିଥିବା ଅଂଶକୁ ବାଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ବାଚସ୍ପତିଙ୍କୁ କହିବାରୁ ତାମିଲନାଡୁ ରାଜ୍ୟପାଳ ଆର୍. ଏନ୍. ରବି ବିଧାନସଭା ଛାଡ଼ି ଚାଲିଯାଇଥିଲେ ।
ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଅଭିଭାଷଣରୁ ରାଜ୍ୟପାଳ ରବି କିଛି ଅଂଶ ଛାଡ଼ିଯାଇଥିଲେ । ସେ ଛାଡ଼ିଯାଇଥିବା ଅଂଶରେ ଧର୍ମନିରପେକ୍ଷତା ଏବଂ ପେରିୟାର୍, ବି.ଆର୍. ଆମ୍ବେଦକର୍, କେ. କାମରାଜ, ସି. ଏନ୍. ଆନ୍ନାଦୁରାଇ ଏବଂ କରୁଣାନିଧିଙ୍କ ଭଳି ନେତାଙ୍କ ପ୍ରସଙ୍ଗ ରହିଥିଲା ।
ତାମିଲନାଡୁ ସରକାରରେ ଡିଏମକେ ର ସହଯୋଗୀ ଦଳର ବିଧାୟକମାନେ ମଧ୍ୟ ଗୃହରେ ନାରାବାଜି କରିଥିଲେ । ରାଜ୍ୟପାଳ ଆର.ଏନ୍ ରବି ତାଙ୍କ ଅଭିଭାଷଣ ଆରମ୍ଭ କରିବାବେଳେ ବିଧାୟକମାନେ 'ତାମିଲନାଡୁ ଅମର ରହେ ଏବଂ 'ଅଙ୍ଗଲ ନାଡୁ ତାମିଲନାଡୁ' (ତାମିଲନାଡ଼ୁ ଆମ ଜମି) ଆଦି ସ୍ଲୋଗାନ ଦେଇଥିଲେ ।
ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବି ବିଧାନସଭା ଅଧିବେଶନରେ ତାଙ୍କ ଭାଷଣର କିଛି ଅଂଶ ଛାଡି ଦେଇଥିଲେ । ଭାଷଣର ବାଦ ଦିଆଯାଇଥିବା ଅଂଶ 'ଦ୍ରାବିଡ଼ ମଡେଲ' ମଧ୍ୟ ସାମିଲ ଥିଲା । ଏହା ବ୍ୟତୀତ ଷ୍ଟାଲିନ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ରାଜ୍ୟପାଳଙ୍କ ଅଭିଭାଷଣରେ ଅନେକ ଜିନିଷ ଉଲ୍ଲେଖ କରାଯାଇଥିଲା । ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣର ଅଂଶ ଛାଡିଥିବାରୁ ସିଏମ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି । ଯାହା ପରେ ରାଜ୍ୟପାଳଙ୍କ ମୂଳ ଭାଷଣକୁ ରେକର୍ଡ କରିବାକୁ ଏକ ପ୍ରସ୍ତାବ ଅଣାଗଲା ।












Click it and Unblock the Notifications