Tamil Nadu Assembly Election : AIADMK- ବିଜେପି ଗଠବନ୍ଧନକୁ ଝଟକା, ଅଲଗା ହେଲା ଅଭିନେତା ବିଜୟକାନ୍ତଙ୍କ DMDK
ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମକେ-ବିଜେପି ଗଠବନ୍ଧନକୁ ଲାଗିଛି ବଡ଼ ଝଟକା । ଅଭିନେତା ବିଜୟକାନ୍ତଙ୍କ ଦଳ DMDK ଗଠବନ୍ଧନରୁ ଓହରି ଯିବା ନେଇ ନିଷ୍ପତ୍ତି ନେଇଛି । ଶାସକ AIADMK ଦଳକୁ ଉପଯୁକ୍ତ ଆସନ ଦେଇନଥିବା ଅଭିଯୋଗ କରିଛି ।
ଚେନ୍ନାଇ : ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମକେ-ବିଜେପି ଗଠବନ୍ଧନକୁ ଲାଗିଛି ବଡ଼ ଝଟକା । ଅଭିନେତା ବିଜୟକାନ୍ତଙ୍କ ଦଳ DMDK ଗଠବନ୍ଧନରୁ ଓହରି ଯିବା ନେଇ ନିଷ୍ପତ୍ତି ନେଇଛି । ଶାସକ AIADMK ଦଳକୁ ଉପଯୁକ୍ତ ଆସନ ଦେଇନଥିବା ଅଭିଯୋଗ କରିଛି । ସୂଚନାଯୋଗ୍ୟ, ଆସନ୍ତା ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ତାର୍ଖ ଘୋଷଣା କରିସାରିଛନ୍ତି । ଏପରି ପରିସ୍ଥିତିରେ DMDK ଗଠବନ୍ଧନରୁ ଓହରି ଯିବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି ।

DMDK ପକ୍ଷରୁ କୁହାଯାଇଛି, ଆସନ ବଣ୍ଟାନେଇ ତିନି ପର୍ଯ୍ୟାୟ ଆଲୋଚନା ବେଳେ ଆମେ ଯେତିକି ଆସନ ମାଗିଥିଲୁ, AIADMK ଆମକୁ ଯେତିକି ସିଟ୍ ଦେଇନାହିଁ । ତେଣୁ ଆମେ ଗଛବନ୍ଧନରୁ ଓହରିବା ନେଇ ନିଷ୍ପତ୍ତି ନେଇଛୁ । ତାମିଲନାଡୁରେ ରାଜ୍ୟରେ କ୍ଷମତାରେ ଥିବା AIADMK ସହିତ ମିଳିତ ଭାବେ ବିଜେପି ନିର୍ବାଚନ ଲଢୁଛି । ଗତ ସପ୍ତାହରେ AIADMK ବିଜେପିକୁ ନିର୍ବାଚନ ଲଢିବାକୁ 20 ଟି ଆସନ ଦେଇଥିଲା ।
ଜୟଲଳତା ବିନା AIADMK
ତାମିଲନାଡ଼ୁରେ ଅପ୍ରେଲ 6 ରେ ସମଗ୍ର ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏଥିସହିତ ମେ 2 ରେ ଫଳାଫଳ ଘୋଷଣା ହେବ । ଶାସକ AIADMK ଏହାର ମୁଖ୍ୟ ଚେହେରା ତଥା ଦଳର ବରିଷ୍ଠ ନେତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଏଥି ସହିତ, 2019 ଲୋକସଭା ନିର୍ବାଚନରେ ବିରୋଧୀ ଡିଏମକେ-କଂଗ୍ରେସ ରାଜ୍ୟରେ ଭଲ ପ୍ରଦର୍ଶନ କରିଥିଲା ଏବଂ ବିଧାନସଭାରେ ମଧ୍ୟ ସମାନ ପ୍ରଦର୍ଶନ ଆଶା କରାଯାଉଛି ।












Click it and Unblock the Notifications