ନନ୍ଦିଗ୍ରାମରୁ ନାମାଙ୍କନପତ୍ର ଦାଖଲ କରିବେ ଶୁଭେନ୍ଦୁ ଅଧିକାରୀ, ଯୋଗଦେଇପାରନ୍ତି ମିଥୁନ ଚକ୍ରବର୍ତ୍ତୀ ଏବଂ ସ୍ମୃତି ଇରାନୀ
ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଶୁଭେନ୍ଦୁ ଅଧିକାରୀ ଆଜି ନନ୍ଦିଗ୍ରାମରୁ ନାମାଙ୍କନପତ୍ର ଦାଖଲ କରିବେ। ଏହା ପୂର୍ବରୁ ଟିଏମସିପକ୍ଷରୁ ଏହି ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି ।
କୋଲକାତା : ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଶୁଭେନ୍ଦୁ ଅଧିକାରୀ ଆଜି ନନ୍ଦିଗ୍ରାମରୁ ନାମାଙ୍କନପତ୍ର ଦାଖଲ କରିବେ। ଏହା ପୂର୍ବରୁ ଟିଏମସିପକ୍ଷରୁ ଏହି ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି । ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଏକ ରୋଡ ସୋ'ରେ ଯାଇ ନାମାଙ୍କନପତ୍ର ଦାଖଲ କରିବେ । ରାଜ୍ୟ ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶୁଭେନ୍ଦୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବ୍ୟତୀତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସାମିଲ ହୋଇପାରନ୍ତି ।

କହିବାକୁ ଗଲେ, ବର୍ତ୍ତମାନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନ ହାଇ ଭୋଲଟେଜ୍ ଆସନ । ଏହି ଆସନରୁ ଗୋଟିଏ ପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ରହିବେ କିଛି ଦିନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ । ଏହି ନିର୍ବାଚନମଣ୍ଡଳୀ ଶୁଭେନ୍ଦୁଙ୍କ ଗଡ଼ ବାବେ ରାଜନୈତିକ ମହଲରେ ବେଶ୍ ଜଣାଶୁଣା ।
ସୂଚନାଯୋଗ୍ୟ, କୋଲକାତାର ଭବାନୀପୁର ଆସନ ଛାଡ଼ି ମମତା ଏତର ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଶୁଭେନ୍ଦୁ ଗୁରୁବାର ଦିନ ମହାଶିବରାତ୍ରୀଙ୍କ ଦିନ ନନ୍ଦିଗ୍ରାମର ଏକ ଶିବ ମନ୍ଦିରରେ ପ୍ରାର୍ଥନା କରିଥିଲେ । ଆଜି ସେ ନାମାଙ୍କନ ପତ୍ର ଦାଖଲ କରିବେ । ଏହି ବିଧାନସଭା ନିର୍ବାଚନ ଶୁଭେନ୍ଦୁଙ୍କ ରାଜନୈତିକ କ୍ୟାରିଅର ଉପରେ ବହୁ ପ୍ରଭାବ ରଖୁଛି । ଏହା ପୂର୍ବରୁ ସେ ଏକ ନିର୍ବାଚନୀ ବୈଠକରେ କହିଥିଲେ, ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ 50,000 ଭୋଟ୍ ବ୍ୟବଧାନରେ ପରାସ୍ତ କରିବେ ନହେଲେ ରାଜନୀତି ଛାଡ଼ିଦେବେ ।
ଗତ ଶନିବାର ଦିନ ବିଜେପି ଦ୍ୱାରା ନାମାଙ୍କନ ଘୋଷଣା ହେବା ପରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ । ଶୁଭେନ୍ଦୁ କହିଥିଲେ, "ମୁଁ ନନ୍ଦିଗ୍ରାମର ଭୁମିପୁତ୍ର । ମମତା ବାନାର୍ଜୀ ଜଣେ ବାହାର ଲୋକ । ମୁଁ ତାଙ୍କୁ ପରାସ୍ତ କରି କୋଲକାତା ଫେରାଇ ଦେବି ।"












Click it and Unblock the Notifications