ବିଜେଡ଼ିରେ ସାମିଲ ହେଲେ କଂଗ୍ରେସ ଛାଡିଥିବା ସୁରେନ୍ଦ୍ର ସିଂହ ଭୋଇ

ଭୁବନେଶ୍ୱର: କାଲି ଛାଡ଼ିଥିଲେ କଂଗ୍ରେସ, ଆଜି ବିଜେଡ଼ିରେ ହେଲେ ସାମିଲ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂହ ଭୋଇ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବ‌ରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ସମୟରେ ମନ୍ତ୍ରୀ ଟୁକୁନି ସାହୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

BJD

ସୁରେନ୍ଦ୍ର ବଲାଙ୍ଗୀର ଜିଲ୍ଲା ସଭାପତି ଥିଲେ । ସେ ଗୁରୁବାର କଂଗ୍ରେସ ଛାଡ଼ିଥିଲେ । ଶ୍ରୀ ଭୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦ ମଧ୍ୟ ଛାଡ଼ିଥିଲେ । ଏଥି ସହିତ ସେ ନିଜର ଇସ୍ତଫା ପତ୍ରକୁ ପିସିସି ସଭାପତିଙ୍କ ଜରିଆରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଠାଇଥିଲେ ।

ଭୋଇ କଂଗ୍ରେସରେ 38 ବର୍ଷ କାମ କରିଥିଲେ । 1995 ରୁ 2004 ପର୍ଯ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ । ସେହିପରି 2009 ରୁ 2014 ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ । କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ ପରିବେଶ, ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମନ୍ତ୍ରୀ ଥିଲେ ।

ବିଜେଡ଼ିରେ ସାମିଲ ହେବା ପରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋତେ ଦଳରେ ସାମିଲ କରିଥିବାରୁ ମୁଁ ଅନ୍ତରରୁ ଧନ୍ୟବାଦ ଜଣାଉଛି । 5t ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆଜି ସାରା ରଜ୍ୟରେ ବିକାଶର ସ୍ପର୍ଶ ଲାଗିଛି ।ଉପାନ୍ତରୁ ଉପକୂଳ ସବୁଠି ରୁପାନ୍ତରଣ ଦେଖିବାକୁ ମିଳୁଛି । ଏହି ବିକାଶ ମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମୁଁ ବିଧିବଧ ଭାବରେ କଂଗ୍ରେସ ଦଳକୁ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛି । ସାରା ରାଜ୍ୟରେ ଯେଉଁ ନୂଆ ଓଡ଼ିଶା ନବୀନ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି ସେହି କାର୍ଯ୍ୟରେ ମୁଁ ନିଜକୁ ସାମିଲ କରିବା ସହ ମୋର ହଜାର ହଜାର ସମର୍ଥକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+