Get Updates
Get notified of breaking news, exclusive insights, and must-see stories!

ମୋଦୀ ସରନେମ୍ ମାମଲାରେ ରାହୁଲଙ୍କୁ ଝଟକା, ଦଣ୍ଡାଦେଶ କାଏମ ରଖିଲେ ସୁରଟ ସେଶନ କୋର୍ଟ

'ମୋଦୀ ସରନେମ୍' ବିବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ ସେସନ୍ସ କୋର୍ଟରୁ ଝଟକା ଲାଗିଛି । ତାଙ୍କୁ ଦିଆଯାଇଥିବା 2 ବର୍ଷ ଜେଲ୍ ଦଣ୍ଡାଦେଶ କାଏମ ରଖିଛନ୍ତି କୋର୍ଟ । ଏଥି ସହିତ ରାହୁଲଙ୍କ ଆବେଦନ ଖାରଜ କରିଦେଇଛନ୍ତି । ରାହୁଲଙ୍କ ଓକିଲ ବର୍ତ୍ତମାନ ଏହି ମାମଲାରେ ହାଇକୋର୍ଟ ଯିବେ ।

Rahul Gandhi

ମୋଦୀ ସରନେମ୍ ମାନହାନୀ ମାମଲାରେ ସୁରଟ କୋର୍ଟ ତାଙ୍କୁ ଦୁଇ ବର୍ଷ ଦଣ୍ଡିତ କରିଛନ୍ତି । ଦଣ୍ଡାଦେଶ ପରେ ତାଙ୍କୁ ଅଧିକ ଆବେଦନ ପାଇଁ ଏକ ମାସର ସମୟ ମଧ୍ୟ ଦିଆଯାଇଥିଲା । ଯାହା ଅଧୀନରେ ସେ ସେସନ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସେସନ୍ କୋର୍ଟ ଗୁରୁବାର ଦିନ ଶୁଣାଣି କରି ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ କାଏମ ରଖିବା ଏବଂ ଆବେଦନ ଖାରଜ ହୋ ଉପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଆଇନ ଅନୁଯାୟୀ ଆମ ପାଇଁ ଯାହା ବି ବିକଳ୍ପ ଉପଲବ୍ଧ ଅଛି, ଆମେ ସେହି ସବୁ ବିକଳ୍ପ ବ୍ୟବହାର କରିବୁ ।

2019 ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ କର୍ଣ୍ଣାଟକର କୋଲାରରେ ଏକ ସଭାକୁ ସମ୍ବୋଧିତ କରି କହିଥିଲେ 'ସବୁ ଚୋରଙଅକ ଉପନାମ ମୋଦୀ କାହିଁକି ?' ଏହାକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏକ ମାନହାନୀ ମକଦ୍ଦମା କରିଥିଲେ । ସୁରଟ କୋର୍ଟ ଏହି ମାମଲାରେ ରାହୁଲଙ୍କୁ 2 ବର୍ଷ ଜେଲ ଦଣ୍ଡ ଶୁଣାଇ ଥିଲେ । ଏହା ପରେ ରାହୁଲ ସାଂସଦ ପଦ ହରାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+