ନିଲମ୍ବନ ପରେ ମୁହଁ ଖୋଲିଲେ ମନ୍ମଥ, ‘ସଦସ୍ୟ କରି ଭୁଲ୍ କରିଥିଲେ, ନିଲମ୍ବନ କରି ଭଲ କଲେ...'
ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବନ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କୁ ପିସିସି ସଦସ୍ୟ କରିବା କଂଗ୍ରେସର ପ୍ରଥମ ଭୁଲ୍ ଥିଲା ଏବଂ ପରେ ଏବେ ନିଲମ୍ବନ କରି ଦଳ ଆଉ ଏକ ଭୁଲ୍ କରିଛି । ତଥାପି ଯାହା ହେଲା ଭଲ ହେଲା... ବୋଲି କହିଛନ୍ତି ମନ୍ମଥ ।

ଶୃଙ୍ଖଳା କମିଟି ମନ୍ମଥଙ୍କୁ ଆଜି ଦଳରୁ ନିଲମ୍ବନ କରିଛି । ଏହା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମନ୍ମଥ କଂଗ୍ରେସକୁ ସମାଲୋଚନା କରିଛନ୍ତି । ତାଙ୍କୁ ପିସିସି ସଦସ୍ୟ କରିବା ଦଳର ପ୍ରଥମ ଭୁଲ୍ ଥିଲା । ଏଥିସହିତ କଂଗ୍ରେସ ଶୃଙ୍ଖଳା କମିଟିର ଚେୟାରମ୍ୟାନ ସନ୍ତୋଷ ସିଂହ ସାଲୁଜାଙ୍କ ଉପରେ ବର୍ଷିଛନ୍ତି ମନ୍ମଥ । ସେ କହିଛନ୍ତି, 'ମୋ ବ୍ୟାକ୍ଗ୍ରାଉଣ୍ଡ ନଜାଣି ମୋତେ ପିସିସି ସଦସ୍ୟ କରିଥିଲେ । ମୁଁ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ, ଏକଥା ଭେରିଫାଏ କରିବାକଥା ।' ମନ୍ମଥ କହିଛନ୍ତି, ମୋତେ ଦଳର ସଦସ୍ୟ କରିବା ଭୁଲ ଥିଲା । ଏବେ ଦଳରୁ ବାହାର କରି ଆଉ ଏକ ଭୁଲ କଲେ ।
କଂଗ୍ରେସକୁ ନେଇ ଏଭଳି କହିବା ସହ ମନ୍ମଥ ଆହୁରି କହିଛନ୍ତି ଯେ, 'ଯାହା ବି ହେଲା ଭଲ ହେଲା । ମୋତେ ଆଉ ରେକ୍ଟିଫାଏ କରିବା ଦରକାର ନାହିଁ । ବାପାଙ୍କ ସହ ବସି ଏ ବିଷୟରେ ଆଉ କଥା ହେବା ବି ଦରକାର ନାହିଁ । ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ରାସ୍ତା ସଫା କରିଦେଇଛନ୍ତି ।
ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ପୁଅର ନିଲମ୍ବନ ଉପରେ ସୁର ରାଉତରାୟ କହିଛନ୍ତି, ନିଲମ୍ବନକୁ ଆମେ ଗ୍ରହଣ କରୁଛୁ । ମୋ ପରିବାରରେ କିଛି ଗଣ୍ଡଗୋଳ ନାହିଁ । ଆଶାନ୍ତି ନାହିଁ । ସାନ ପୁଅ ତା ଚାକରୀରୁ ଇସ୍ତଫା ଦେବା ପରେ ଠିକ ନିଷ୍ପତ୍ତି ନେବ । ଏପରିକି ତାଙ୍କ ପୁଅ ମନ୍ମଥ ଜଟଣିରୁ ଛିଡା ହେବ ଏବଂ ଯେତେବେଳେ ସେ ଯାହା କହିବେ ତାଙ୍କ ପୁଅ ତାଙ୍କ କଥା ମାନିବେ ବୋଲି କହିଛନ୍ତି ସୁର ।
ଉଲ୍ଲେଖଥାଉକି, ଦୁଇଦିନ ତଳେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ଗଣମାଧ୍ୟମକୁ କହିଥିଲେ ସେ 2024 ନିର୍ବାଚନ ଲଢିବେ, କିନ୍ତୁ କଂଗ୍ରେସରୁ ନୁହେଁ । ତେବେ କେଉଁ ଦଳରୁ ଲଢିବେ ତାହା ସେ ଅକ୍ଟୋବରରେ ଘୋଷଣା କରିବେ ।
ଏହା ପରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ନିଲମ୍ବନ କରାଯାଇଛି । ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ ଆକ୍ସନ କମିଟି ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି । ମନ୍ମଥ ସ୍ୱାଧୀନ ଏବଂ ତାଙ୍କର କେଉଁ ରାଜନୈତିକ ଦଳ ସହ ସଂପୃକ୍ତି ନାହିଁ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।
ଏନେଇ କଂଗ୍ରେସ ପକ୍ଷରୁ ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ସେ ତାହାର ଉତ୍ତର ଦେଇ ନଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଦର୍ଶାଇଛନ୍ତି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications