Get Updates
Get notified of breaking news, exclusive insights, and must-see stories!

ସୁଖୱିନ୍ଦର ପିନ୍ଧିବେ ମୁଖ୍ୟମନ୍ତ୍ରୀ ମୁକୁଟ, ହାଇକମାଣ୍ଡଙ୍କ ଦେଲେ ମଞ୍ଜୁରୀ

ସୁଖୱିନ୍ଦର ସିଂହ ଖୁସୁଙ୍କୁ ମିଳିବ ହିମାଚଳର ମୁଖ୍ୟମନ୍ତ୍ରୀ ଆସନ । ଏ ନେଇ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ହାଇକମାଣ୍ଡ ।

ସିମଲା: ତୁଟିଲା ହିମାଚଳ କଂଗ୍ରେସର ମୁଖ୍ୟମନ୍ତ୍ରୀ କନ୍ଦଳ । ସୁଖୱିନ୍ଦର ସିଂହ ଖୁସୁଙ୍କୁ ମିଳିବ ହିମାଚଳର ମୁଖ୍ୟମନ୍ତ୍ରୀ ଆସନ । ଏ ନେଇ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ହାଇକମାଣ୍ଡ ।

Sukhwinder Singh Sukhu

ହିମାଚଳରେ କଂଗ୍ରେସ ବହୁମତ ପାଇବା ପରେ ସରକାର ଗଠନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଦଳ ଭିତରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିଲା ଟଣା ଓଟରା । ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର କରୁଥିବା ବେଳେ ଅନ୍ୟପକ୍ଷରେ ସୁଖୱିନ୍ଦର ସିଂହ ସୁଖୁ ଏହି ଦୌଡ଼ରେ ଅଛନ୍ତି । ବହୁ ବାଦ ବିବାଦ ପରେ ଦଳର ହାଇକମାଣ୍ଡ ସୁଖୱିନ୍ଦର ସିଂହଙ୍କ ନାମରେ ମୋହର ମାରିଛନ୍ତି । ବୈଠକ ପରେ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହେବ । କିଏ ମୁଖ୍ୟମନ୍ତ୍ରୀ ହେବେ, କେତେଜଣ କ୍ୟାବିନେଟରେ ସ୍ଥାନ ପାଇବେ ସେନେଇ ମଧ୍ୟ ଦଳୀୟ ହାଇ କମାଣ୍ଡ ନିଷ୍ପତ୍ତି ଶୁଣାଇବେ ।

କିନ୍ତୁ ସୁଖୁଙ୍କ ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲେ ବି ଆଗକୁ ବିବାଦ ଲାଗି ରହିବାର ଆଶଙ୍କା ରହିଛି । ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂହଙ୍କ ଗୋଷ୍ଠୀ ସୁଖୁଙ୍କ ନାମକୁ ନେଇ ପୂର୍ବରୁ ହିଁ ଖୋଲାଖୋଲି ଅସନ୍ତୋଷ ପ୍ରକଟ କରିସାରିଛି । ଏବେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ପ୍ରତିଭାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇବାର ଆଶଙ୍କା ବଢିଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିମଲା ବିଧାୟକଙ୍କ ସହ ବୈଠକରେ ସୁଖବିନ୍ଦର ସିଂହ ସୁଖୁଙ୍କ ପକ୍ଷ ଭାରୀ ରହିଥିଲା । ନୂତନ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପୂର୍ବରୁ ପ୍ରତ୍ୟେକ ବିଧାୟକଙ୍କ ଠାରୁ ମତ ନିଆଯାଇଥିଲା । ପ୍ରାୟ 50 ପ୍ରତିଶତରୁ ଅଧିକ ବିଧାୟକ ସୁଖୁଙ୍କ ପକ୍ଷରେ ମତ ରଖିଛନ୍ତି । ଏହା ପରେ ଏହି ପଦ ପାଇଁ ମୁଖ୍ୟ ଦୌଡ଼ରେ ଥିବା ପ୍ରତିଭା ସିଂହ ରେସ୍ ରୁ ଓହରିଯାଇଛନ୍ତି । କିନ୍ତୁ ପ୍ରତିଭା ସିଂହଙ୍କ ପୁଅ ବିକ୍ରମାଦିତ୍ୟଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ହୋଇଛି ବୋଲି କୁହାଯାଉଛି ।

ଏହା ବ୍ୟତୀତ ପ୍ରତିଭା ସିଂହ ତାଙ୍କ ପକ୍ଷର ବିଧାୟକମାନଙ୍କ ପାଇଁ ଅଧିକ ମନ୍ତ୍ରୀପଦ ଦାବି କରୁଛନ୍ତି । ପ୍ରତିଭା ଜଣେ ସାଂସଦ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହେବା ନେଇ ତାଙ୍କ ଦାବି ଦୁର୍ବଳ ପଡ଼ିଛି ବୋଲି କୁହାଯାଉଛି । ତେଣୁ ଏହା ପରେ ସେ ନିଜର ଦବଦବା ବଜାୟ ରଖିବା ପାଇଁ ତାଙ୍କ ପକ୍ଷର ନେତାଙ୍କୁ ମନ୍ତ୍ରୀପଦ ବିଷୟରେ ଆଲୋଚନା କରୁଛନ୍ତି । ଏହା ବ୍ୟତୀତ ପ୍ରତିଭା ସିଂହ କିମ୍ବା ବିକ୍ରମାଦିତ୍ୟଙ୍କର ମଧ୍ୟ ପ୍ରଶାସନିକ ଅଭିଜ୍ଞତା ନାହିଁ । ଯାହା ତାଙ୍କ ଦାବିକୁ ଆହୁରି ଦୁର୍ବଳ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+