ସୁରକ୍ଷ ପାଇଁ ଆପ୍ ନେତା ନେଇଥିଲେ 10 କୋଟି ଟଙ୍କା - ସୁକେଶ
ସୁକେଶର ଏହି ଚିଠିରେ ସେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଙ୍କୁ ସୁରକ୍ଷା ଯୋଗାଇ ଦେବାକୁ 10 କୋଟି ଟଙ୍କା ଦେଇଥିବା ଉଲ୍ଲେଖ କରିଛି । ସେ ସେହି ଆପ୍ ନେତାଙ୍କୁ 2015 ମସିହାରୁ ଜାଣିଛି ବୋଲି ମଧ୍ୟ ଚିଠିରେ ଲେଖାଯାଇଛି ।
ନୂଆଦିଲ୍ଲୀ : ମନି ଲଣ୍ଡ୍ରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଏକ ବଡ଼ ଅଭିଯୋଗ ଆଣିଛି । ସୁକେଶ ଦିଲ୍ଲୀର ଆମ୍ ଆଦମୀ ପାର୍ଟିର ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛି । ସେ ଆମ୍ ଆଦମୀ ପାର୍ଟିର ମନ୍ତ୍ରୀଙ୍କୁ ଟଙ୍କା ଦେଇଥିବା କହିଛି । ଏପରିକି ଏ ନେଇ ସୁକେଶ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଏକ ଚିଠି ଲେଖିଛି ।

ସୁକେଶର ଏହି ଚିଠିରେ ସେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଙ୍କୁ ସୁରକ୍ଷା ଯୋଗାଇ ଦେବାକୁ 10 କୋଟି ଟଙ୍କା ଦେଇଥିବା ଉଲ୍ଲେଖ କରିଛି । ସେ ସେହି ଆପ୍ ନେତାଙ୍କୁ 2015 ମସିହାରୁ ଜାଣିଛି ବୋଲି ମଧ୍ୟ ଚିଠିରେ ଲେଖାଯାଇଛି । ସେ ଆମ୍ ଆଦମୀ ପାର୍ଟିକୁ ମୋଟ 50 କୋଟି ଟଙ୍କା ଦେଇଥିବା କଥା ଚିଠିରେ ଲେଖିଛି ।
ସେ ଆହୁରି ବି ଲେଖିଛି ଯେ '2017 ମସିହାରେ ମୁଁ ଗିରଫ ହୋଇ ତିହାର ଜେଲ୍ ରେ ଥିଲି । ସେହି ସମୟରେ ଜେଲ୍ ବିଭାଗର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କୁ ଏକାଧିକ ବାର ସାକ୍ଷାତ୍ କରିଛି । 2019 ମସିହାରେ ସେ ପୁଣି ଥରେ ମୋତେ ସାକ୍ଷାତ୍ କରିଥିଲେ । ସେ ସମୟରେ ତାଙ୍କ ସେକ୍ରେଟେରି ମୋତେ ଜେଲ୍ରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବାକୁ ମାସକୁ 2 କୋଟି ଟଙ୍କା ମାଗିଥିଲେ । ସୁକେଶଙ୍କ ଓକିଲଙ୍କ ହାତରେ ଭିକେ ସକ୍ସେନାଙ୍କ ନିକଟକୁ ପଠା ଯାଇଥିବା ପତ୍ରରେ ଏସବୁ କଥା ଉଲ୍ଲେଖ କରାଯାଇଛି ।
ସୁକେଶ ଚନ୍ଦ୍ର ଜେଲରୁ ଦିଲ୍ଲୀ ଏଲଜି ବିକେ ସକ୍ସେନାଙ୍କୁ ଏକ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛି । ଏହି ମାମଲାର ତଦନ୍ତ କରିବା ପାଇଁ ସୁକେଶ ଏଲଜିଙ୍କୁ ନିବେଦନ କରିଛି ।
ତେବେ ସୁକେଶର ଏହି ଆରୋପକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମିଛ ବୋଲି କହିଛନ୍ତି । କେଜ୍ରିୱାଲ କହିଛନ୍ତି, ବିଜେପି ମୋର୍ବି ଦୁର୍ଘଟଣାରୁ ଧ୍ୟାନ ହଟେଇବା ପାଇଁ ସୁକେଶର କାହାଣୀ ରଚିଛି । ବିଜେପି ସୁକେଶ କାନ୍ଧରେ ବନ୍ଧୁକ ରଖି ଚଳାଇବାକୁ ଉଦ୍ୟମ କରୁଛି ।












Click it and Unblock the Notifications