ରାବଣର ଲଙ୍କାରେ ପେଟ୍ରୋଲ 51 ଟଙ୍କା, ରାମଙ୍କ ଭାରତରେ 93 : ସୁବ୍ରମଣ୍ୟମ ସ୍ୱାମୀ

ଆର୍ଥିକ ବର୍ଷ 2021-22 ପାଇଁ ମୋଦୀ ସରକାରଙ୍କ ବଜେଟ୍ ଉପସ୍ଥାପନ କରିବା ପରେ ବିଜେପିର ନେତା ସୁବ୍ରମଣ୍ୟମ ସ୍ୱାମୀ କେନ୍ଦ୍ରକୁ କଟାକ୍ଷ କରିଛନ୍ତି ।

ନୂଆଦିଲ୍ଲୀ : ଆର୍ଥିକ ବର୍ଷ 2021-22 ପାଇଁ ମୋଦୀ ସରକାରଙ୍କ ବଜେଟ୍ ଉପସ୍ଥାପନ କରିବା ପରେ ବିଜେପିର ନେତା ସୁବ୍ରମଣ୍ୟମ ସ୍ୱାମୀ କେନ୍ଦ୍ରକୁ କଟାକ୍ଷ କରିଛନ୍ତି । ସେ ଏକ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି, ରାମଙ୍କ ଭାରତରେ ପେଟ୍ରୋଲ୍ 93 ଟଙ୍କା ଓ ସୀତାଙ୍କ ନେପାଳରେ 53ଟଙ୍କା ଥିବାବେଳେ ରାବଣଙ୍କ ଲଙ୍କାରେ ପେଟ୍ରୋଲ 51ଟଙ୍କା ରହିଛି ।

Subramanian-Swamy

ସ୍ୱାମୀଙ୍କ ଏହି ଟ୍ୱିଟରୁ ଜଣାପଡୁଛି ଯେ ପେଟ୍ରୋଲ ମୂଲ୍ୟବୃଦ୍ଧିକୁ ନେଇ ସେ ସନ୍ତୁଷ୍ଟ ନାହାନ୍ତି । ବିଜେପିର ରହି ମଧ୍ୟ ଆଗରୁ ସ୍ୱାମୀ ଅନେକ ଥର ସରକାରକୁ ସମାଲୋଚନା କରିଛନ୍ତି । ବିଶେଷ କରି ମୋଦୀ ସରକାରଙ୍କ ଅର୍ଥନୈତିକ ନୀତିକୁ କଡ଼ା ଭାଷାରେ ସମାଲୋଚନା କରିଥାନ୍ତି । ଆୟକରକୁ ନେଇ ମଧ୍ୟ ସ୍ୱାମୀ ନିଜସ୍ୱ ମତ ରଖନ୍ତି । ତେବେ ସୋମବାର ଦିନ ବଜେଟ୍ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+