Get Updates
Get notified of breaking news, exclusive insights, and must-see stories!

ତୈଳ ମୂଲ୍ୟ ବୃଦ୍ଧି ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି ସୁବ୍ରମଣ୍ୟମ୍ ସ୍ୱାମୀ, କହିଛନ୍ତି - ସଚ୍ଚୋଟ ଲୋକଙ୍କ ପାଇଁ ଦୁଃଖଦ

ଗୋଟିଏ ପଟେ ସ୍ୱାମୀ ଏହାକୁ ସାଧାରଣ ଲୋକଙ୍କ ପାଇଁ ଏକ ଦୁଃଖଦ ଘଟଣା ବୋଲି କହିଥିବା ବେଳେ ଅନ୍ୟ ପଟେ ଏହାକୁ ଦେଶର ଅର୍ଥନୀତିର ବିକାଶ ପାଇଁ ଖରାପ ବୋଲି ମଧ୍ୟ କୁହାଯାଇଛି ।

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଇନ୍ଧନର ମୂଲ୍ୟ ବୃଦ୍ଧି ପାଉଥିବା ନେଇ ଭାରତୀୟ ଜନତା ଦଳର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ ପ୍ରଶ୍ନ କରିଛନ୍ତି । ଗୋଟିଏ ପଟେ ସ୍ୱାମୀ ଏହାକୁ ସାଧାରଣ ଲୋକଙ୍କ ପାଇଁ ଏକ ଦୁଃଖଦ ଘଟଣା ବୋଲି କହିଥିବା ବେଳେ ଅନ୍ୟ ପଟେ ଏହାକୁ ଦେଶର ଅର୍ଥନୀତିର ବିକାଶ ପାଇଁ ଖରାପ ବୋଲି ମଧ୍ୟ କହିଛନ୍ତି ।

Subramanian Swamy

ସୁବ୍ରମଣ୍ୟମ ସ୍ୱାମୀ ମଙ୍ଗଳବାର ସନ୍ଧ୍ୟାରେ ଟ୍ୱିଟ କରି ଲେଖିଛନ୍ତି - ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଇନ୍ଧନର ମୂଲ୍ୟ ଭାରତର ସଚ୍ଚୋଟ ଲୋକଙ୍କ ପାଇଁ ଏକ ଦୁଃଖଦ ଘଟଣାପ ପାଲଟି ଯାଇଛି । କ୍ରମାଗତ ଭାବେ ବୃଦ୍ଧି ହେଉଥିବା ମୂଲ୍ୟ ଚାହିଦା ହ୍ରାସ କରିବ । ଏଥି ସହିତ ଏହା ଦେଶରେ ଅର୍ଥନୈତିକ ସଂସ୍କାରକୁ ଅଧିକ କଷ୍ଟସାଧ୍ୟ କରିବ ।

ସୁବ୍ରମଣ୍ୟମ ସ୍ୱାମୀ ଅର୍ଥନୈତିକ ନୀତି ସମ୍ପର୍କରେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ତାଙ୍କ ଦଳର ସରକାର ହୋଇଥିଲେ ମଧ୍ୟ ସେ କ୍ରମାଗତ ଭାବରେ ଏହା ଉପରେ ଲେଖୁଛନ୍ତି । ସେ ବିଭିନ୍ନ ଫୋରମ୍‌ରୁ ବାରମ୍ବାର କହିଛନ୍ତି ଯେ ଦେଶରେ ବର୍ତ୍ତମାନର ସରକାର ନେଉଥିବା ଅର୍ଥନୈତିକ ନୀତି ଭଲ ହେବା ପରିବର୍ତ୍ତେ ପରିସ୍ଥିତିକୁ ଆହୁରି ଖରାପ କରିପାରେ ।

ରେକର୍ଡ ସ୍ତରରେ ପହଞ୍ଚିଛି ପେଟ୍ରୋଲ ଡିଜେଲ ମୂଲ୍ୟ

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଦୀର୍ଘ ଦିନରୁ ବୃଦ୍ଧି ପାଉଛି ଏବଂ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଆଜି ବି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା 26 ରୁ 30 ପଇସା ଏବଂ ଡିଜେଲର ମୂଲ୍ୟ 34 ରୁ 37 ପଇସା ବୃଦ୍ଧି ପାଇଛି । କେବଳ ଗତ 10 ଦିନ ବିଷୟରେ କହିବାକୁ ଗଲେ, ଡିଜେଲର ମୂଲ୍ୟ ଦଶ ଥର ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ସାତ ଥର ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+