Get Updates
Get notified of breaking news, exclusive insights, and must-see stories!

‘ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଯଦି ୟୁପିରେ ରାଷ୍ଟ୍ରପତି ଶାସନ କରି ନିର୍ବାଚନ ସ୍ଥଗିତ ରଖାଯାଏ...',ଏମିତି କାହିଁକି କହିଲେ ସ୍ୱାମୀ

ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବା ନେଇ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ସୂଚନା ଦେଇଛନ୍ତି ।

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବା ନେଇ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ ପୂର୍ବାନୁମାନ କରିଛନ୍ତି ଯେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ଉତ୍ତରପ୍ରଦେଶରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିପାରନ୍ତି । ସୁବ୍ରମଣ୍ୟମ ସ୍ୱାମୀଙ୍କ ଅନୁଯାୟୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ 2022 କୁ ଆସନ୍ତା ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇପାରେ । ଡିସେମ୍ବର 24 ରେ ସୁବ୍ରମଣ୍ୟମ ସ୍ୱାମୀ ଏକ ଟ୍ୱିଟରେ ଲେଖିଛନ୍ତି ଯେ "ଓମିକ୍ରନ୍ କୁ ନେଇ ଲକଡାଉନ୍ ଏବଂ ୟୁପିରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରି ୟୁପି ନିର୍ବାଚନକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇ ଆଦୌ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଏହି ବର୍ଷ ଆରମ୍ଭରେ ସିଧାସଳଖ ଯାହା କରାଯାଇପାରି ନଥିଲା ତାହା ଆସନ୍ତା ବର୍ଷ ଆରମ୍ଭରେ ପରୋକ୍ଷରେ କରାଯାଇପାରେ ।"

Subramanian Swamy

ସୁବ୍ରମଣ୍ୟମ ସ୍ୱାମୀ ତାଙ୍କ ଟ୍ୱିଟ ମାଧ୍ୟମରେ କହିବାକୁ ଚେଷ୍ଟା କରିଛନ୍ତି ଯେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ଯଦି କେନ୍ଦ୍ରର ମୋଦୀ ସରକାର ଲକଡାଉନ ଲଗାନ୍ତି ତେବେ ଆଦୌ ଆଶ୍ଚର୍ଯ୍ୟ ହେବାର ଆବଶ୍ୟକତା ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ସମାନ ଭାବରେ ଯଦି ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖି ରାଷ୍ଟ୍ରପତି ଶାସନ ଲାଗୁ ହୁଏ, ତେବେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ନାହିଁ । ତେବେ ସ୍ୱାମୀ ତାଙ୍କ ଟ୍ୱିଟରେ କାହିଁକି ଏପରି କହିଛନ୍ତି ସେ େନଇ କୌଣସି ସୂଚନା ଦେଇନାହାଁନ୍ତି ।

ନିକଟ ଅତୀତରେ ଏକ ସାକ୍ଷାତକାରରେ ବିଜେପି ସହିତ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ''ମୁଁ ବିଜେପିର ଜଣେ ସାଧାରଣ ସଦସ୍ୟ । ଯଦି କୁହାଯାଏ ଯେ ମୋଦୀ ଏବଂ ଅମିତ ଶାହା ବିଜେପିର ପ୍ରତିନିଧିତ୍ୱ କରୁଛନ୍ତି, ତେବେ ଏହାସ ସହ ମୋର କୌଣସି ସମ୍ପର୍କ ନାହିଁ । ଯଦି ବିଜେପି ମୁଖ୍ୟତଃ RSS ଦ୍ୱାରା ଗଠିତ ଏକ ଦଳ, ତେବେ ମୁଁ ଏହାର ଏକ ଅଂଶ । ମୁଁ ମଧ୍ୟ RSS ଶାଖାକୁ ଯାଏ, ମୁଁ RSS ସଭାକୁ ସମ୍ବୋଧିତ କରେ ଏବଂ ମୁଁ RSS ର ଆଦର୍ଶକୁ ସମର୍ଥନ କରେ । ମୁଁ RSS ଆଦର୍ଶକୁ ଇଂରାଜୀରେ ରଖିଥାଏ ଯାହା ପାଶ୍ଚାତ୍ୟର ଲୋକମାନେ ମଧ୍ୟ ବୁଝନ୍ତି । ମୁଁ ବିଜେପିର ସଦସ୍ୟ କିନ୍ତୁ ଆରଏସଏସ ପ୍ରତି ମୋର ନିଷ୍ଠା ରହିଛି ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+