Elections 2024: ନିର୍ବାଚନରେ ଭୋଟ୍ ଦେବା ପାଇଁ 4ଦିନ ଛୁଟି

Elections 2024: ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର କମ୍ପୁଛି ରାଜନୈତିକ ମୈଦାନ । ପ୍ରଚାରରେ ଲାଗି ପଡ଼ିଲେଣି ନେତା ଓ ରାଜନୈତିକ ଦଳୀୟ କର୍ମୀ । ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଓଡ଼ିଶାରେ 147 ବିଧାନସଭା ଓ 21 ଲୋକସଭା ଆସନ ପାଇଁ ମୋଟ୍ 4 ଟି ପର୍ଯ୍ୟାୟରେ ମତଦାନ ହେବ । ଏହି 4 ଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ଛୁଟି ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ନିର୍ବାଚନ ସମୟରେ ବ୍ୟାଙ୍କ, ବ୍ୟାଙ୍କିଂ ସେକ୍ଟର ସହ ସରକାରୀ ଅଫିସ ଏବଂ କୋର୍ଟ ଇତ୍ୟାଦି ବନ୍ଦ ରହିବ । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Election - leave

ମେ' 13 ତାରିଖରେ ରାଜ୍ୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଏହା ପରେ ପର୍ଯ୍ୟାୟକ୍ରମେ ମେ' 20, 25 ଏବଂ ଜୁନ୍ 1 ତାରିଖରେ ଓଡ଼ିଶାରେ ମତଦାନ କରାଯିବ । ତେଣୁ କର୍ମଚାରୀମାନଙ୍କୁ ପର୍ଯ୍ୟାୟକ୍ରମେ ଭୋଟ ଦେବାକୁ ଛୁଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଲୋକସଭା ଓ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନ-2024 ପରିପ୍ରେକ୍ଷୀରେ ନିର୍ବାଚନ କାର୍ୟ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି । ସେହିପରି ଯେଉଁ ସରକାରୀ କର୍ମଚାରୀମାନଙ୍କୁ ସେମାନେ ଅବସ୍ଥାପିତ ମୁଖ୍ୟାଳୟଠାରୁ ଦୂରସ୍ଥାନରେ ଥିବା ନିଜ ମତଦାନ କେନ୍ଦ୍ରକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିବାର ଅଛି, ସେମାନଙ୍କୁ ପୂର୍ବ ନିର୍ବାଚନ ସମୟରେ ସର୍ବାଧିକ ଦୁଇଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟିକୁ ଅନୁମତି ପ୍ରଦାନ କରାଯାଇଛି ।

ତେବେ ଯେଉଁ କର୍ମଚାରୀମାନେ କାର୍ୟ୍ୟରତ ମୁଖ୍ୟାଳୟଠାରୁ ଦୂରରେ ଥିବା ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି, କିନ୍ତୁ ସେଦିନ ସେମାନଙ୍କର କାର୍ୟ୍ୟାଳୟ ଥିବା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉନଥିବାରୁ ଛୁଟି ପାଉନାହାଁନ୍ତି, ସେମାନଙ୍କୁ ମତଦାନ ପରବର୍ତ୍ତୀ ଦିନ ଆଉ ଗୋଟିଏ ଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟି ପ୍ରଦାନ କରାଯିବ। ମଞ୍ଜୁର ହେବାକୁ ଥିବା ଏହି ଛୁଟି ଗୁଡିକୁ ସ୍ୱତନ୍ତ୍ର ସାମୟିକ ଛୁଟି ଭାବରେ ବିବେଚନା କରାଯିବ । କ୍ୟାଲେଣ୍ଡର ବର୍ଷରେ ଜଣେ ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରହଣୀୟ 15 ଦିନର କାଜୁଆଲ ଛୁଟି ଏବଂ ସ୍ପେଶାଲ କାଜୁଆଲ ଛୁଟିର ସମୁଦାୟ ଅବଧିରେ ଏହାକୁ ସାମିଲ କରାଯିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+