ଦିଲ୍ଲୀ ଯିବେ ରାଜ୍ୟ ବିଜେପି-କଂଗ୍ରେସ ନେତା, 2024 ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍

ଭୁବନେଶ୍ୱର: ଆସନ୍ତା ବର୍ଷ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲେଣି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ବିଜେଡ଼ି ଏ ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ସହ ନିଜର ପ୍ରଚାର ଆରମ୍ଭ କରିଦେଲାଣି । ଏହି ସମୟରେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି । ଏଥି ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ର ବରିଷ୍ଠ ନେତା ଓ ବିଧାୟକମାନେ ଭିନ୍ନ ଭିନ୍ନ ଭାବେ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସାଧାରଣ ନିର୍ବାଚନ ପାଇଁ ଦଳ କିଭଳି ରଣନୀତି କରିବ ସେ ନେଇ ଦୁଇ ଦଳର ରାଜ୍ୟ ନେତାମାନେ ଦିଲ୍ଲୀରେ ନିଜ ନିଜର ହାଇକମାଣ୍ଡଙ୍କ ସହ ବିଚାରବିମର୍ଶ କରିବେ ବୋଲି ସୂଚନା ମିଳିଛି ।

bjp-congress

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆସନ୍ତାକାଲି କଂଗ୍ରେସର ବରିଷ୍ଠ ନେତାମାନେ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ 20 ତାରିଖରେ ଦିଲ୍ଲୀରେ ନିର୍ବାଚନ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଯୋଗ ଦେବାକୁ ଓଡ଼ିଶାରୁ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ପଂଚାନନ କାନୁନଗୋ, ବିଜୟ ପଟ୍ଟନାୟକ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଗଣେଶ୍ୱର ବେହେରାଙ୍କ ସମେତ ମୋଟ 18 ଜଣ ନେତା ଦିଲ୍ଲୀ ଯିବେ ବୋଲି ପିସିସି ସୂତ୍ରରୁ ସୂଚନା ମିଳିଛି ।

ରାଜ୍ୟରେ କଂଗ୍ରେସର ସାଂଗଠନିକ ସ୍ଥିତିକୁ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ହେବା ନେଇ କାର୍ଯ୍ୟକ୍ରମ ରହିଛି । ଏହା ସହ ଆଗାମୀ ନିର୍ବାଚନରେ ଦଳର ରଣନୀତି କଣ ରହିବ ସେ ନେଇ ଆଲୋଚନା କରିବେ ଦଳର ନେତାଗଣ । ଏପରିକି ଏହି ନେତାମାନେ ଦିଲ୍ଲୀ ରହଣୀବେଳେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ କଂଗ୍ରେସ ବହୁ ପୂର୍ବରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିସାରିଛି । ଜୁଲାଇ ମାସରେ ନିଜର ଇସ୍ତାହାର କମିଟି ଗଠନ କରିଥିବା କଂଗ୍ରେସ ଆଗୁଆ ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ କରିସାରିଛି ।

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବ ବୋଲି ଜଣାପଡ଼ିଛି । ଏହି ଟିମରେ ବିଜେପିର ସମସ୍ତ 22 ଜଣ ବିଧାୟକଙ୍କ ସମେତ ଦଳର କିଛି ବରିଷ୍ଠ ନେତା ମଧ୍ୟ ସାମିଲ ହେବେ । ସଂସଦ ଅଧିବେଶନ ଚାଲୁଥିବାରୁ ଦିଲ୍ଲୀରେ ଥିବା ରାଜ୍ୟର ଦଳୀୟ ସାଂସଦମାନେ ମଧ୍ୟ ଏହି ନେତାମାନଙ୍କ ସହ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ବିଜେପିର ଏହି ନେତାମାନେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନି । ଏହି ଟିମ୍ 24 ତାରିଖରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିବାରୁ ତା'ପୂର୍ବରୁ ଏହି ନେତାମାନେ କେନ୍ଦ୍ରରେ ଥିବା ଦଳର ବରିଷ୍ଠ ନେତାମାନଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି । ଏହି ଗସ୍ତ ସମୟରେ ରାଜ୍ୟ ନେତାମାନେ ଆଗାମୀ ନିର୍ବାଚନରେ ଦଳ କେଉଁଭଳି ଆଭିମୁଖ୍ୟ ରଖି ଲଢ଼େଇ କରିବ ତାହା ଚୂଡ଼ାନ୍ତ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+