ପଶ୍ଚିମବଙ୍ଗ ବିଜେପିକୁ ପୁଣି ଝଟକା : ଦଳ ଛାଡିଲେ ଶ୍ରାବନ୍ତୀ ଚାଟ୍ଟାର୍ଜୀ

ପଶ୍ଚିମବଙ୍ଗରେ ନେତା ବିଜେପି ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି । ବଙ୍ଗୀୟ ଅଭିନେତ୍ରୀ ଶ୍ରାବନ୍ତୀ ଚାଟ୍ଟାର୍ଜୀ ବିଜେପିରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ନିର୍ବାଚନ ସମୟରେ ଶ୍ରାବନ୍ତୀ ଚଳିତ ବର୍ଷ ମାର୍ଚ୍ଚରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

କୋଲକାତା : ପଶ୍ଚିମବଙ୍ଗରେ ନେତା ବିଜେପି ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି । ବଙ୍ଗୀୟ ଅଭିନେତ୍ରୀ ଶ୍ରାବନ୍ତୀ ଚାଟ୍ଟାର୍ଜୀ ବିଜେପିରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ନିର୍ବାଚନ ସମୟରେ ଶ୍ରାବନ୍ତୀ ଚଳିତ ବର୍ଷ ମାର୍ଚ୍ଚରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ଦଳ ତାଙ୍କୁ ବେହାଲା ବିଧାନସଭା ଆସନରୁ ଟିକେଟ ଦେଇଥିଲା । କିନ୍ତୁ ସେ ପରାଜୟ ହୋଇଥିଲେ । ପ୍ରାୟ ଆଠ ମାସ ଧରି ବିଜେପିରେ ରହିବା ପରେ ସେ ଦଳ ଛାଡିବା ନେଇ ଘୋଷଣା କରିଛନ୍ତି ।

srabanti

ଶ୍ରାବନ୍ତୀ ଚାଟ୍ଟାର୍ଜୀ ଟ୍ୱିଟରରେ ବିଜେପି ଛାଡିବାକୁ ଘୋଷଣା କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି - 'ମୁଁ ବିଜେପି ସହ ମୋର ସମ୍ପର୍କ ଛିନ୍ନ କରିଛି । ମୁଁ ବିଜେପିରୁ ରାଜ୍ୟର ଶେଷ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲି କିନ୍ତୁ ବର୍ତ୍ତମାନ ମୁଁ ଏହି ଦଳରୁ ଅଲଗା ହୋଇଛି । ବଙ୍ଗଳାକୁ ଆଗକୁ ନେବାକୁ ବିଜେପିର ଉତ୍ସାହ ଏବଂ ଆନ୍ତରିକତାର ଅଭାବ ରହିଛି । ଏଭଳି ପରିସ୍ଥିତିରେ ମୁଁ ଭାରତୀୟ ଜନତା ପାର୍ଟି ଛାଡିଛି ।'

ପଶ୍ଚିମବଙ୍ଗରେ, ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ଏବଂ ଟିଏମସିର ବଡ ବିଜୟ ପରେ ବିଜେପିରୁ ନେତାମାନଙ୍କ ଛାଡିବା ପ୍ରକ୍ରିୟା କ୍ରମାଗତ ଭାବରେ ଚାଲିଛି । କେବଳ ନିର୍ବାଚନରେ ହାରିଥିବା ନେତା ନୁହଁନ୍ତି ଅନେକ ସାଂସଦ ଓ ବିଧାୟକ ମଧ୍ୟ ବିଜେପି ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟିଏମସିରେ ଯୋଗ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+