ସିବିଆଇ କୋର୍ଟରୁ କାର୍ତ୍ତି ଚିଦାମ୍ବରମଙ୍କୁ ବଡ ଝଟକା, ଭିସା ସ୍କାମ ମାମଲାରେ ଆଗୁଆ ଜାମିନ ଆବେଦନ ଖାରଜ
ଭିସା ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଗତ ସପ୍ତାହରେ ଯୁକ୍ତି ଶୁଣିବା ପରେ କୋର୍ଟ ଏହାର ଆଦେଶ ସଂରକ୍ଷିତ ରଖିଥିଲେ ।
ନୂଆଦିଲ୍ଲୀ : ଶୁକ୍ରବାର ଦିନ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ କୋର୍ଟ ଏକ ବଡ ଝଟକା ଦେଇଛନ୍ତି । ଭିସା ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଗତ ସପ୍ତାହରେ ଯୁକ୍ତି ଶୁଣିବା ପରେ କୋର୍ଟ ଏହାର ଆଦେଶ ସଂରକ୍ଷିତ ରଖିଥିଲେ ।

ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ନିକଟରେ କାର୍ତ୍ତି ଚିଦାମ୍ବରମ ଏବଂ ଅନ୍ୟମାନଙ୍କ ବିରୋଧରେ 2011 ମସିହାରେ ତାଙ୍କ ପିତା ପି ଚିଦାମ୍ବରମ କେନ୍ଦ୍ର ଗୃହମନ୍ତ୍ରୀ ଥିବା ସମୟରେ 263 ଚାଇନାର ନାଗରିକଙ୍କୁ ଦିଆଯାଇଥିବା ଭିସା ସମ୍ପର୍କିତ ଏକ ସ୍କାମରେ ଟଙ୍କା ହେରଫେର ମାମଲା ପଞ୍ଜିକରଣ ।
ଏହି ପରିପ୍ରେକ୍ଷୀରେ କାର୍ତ୍ତି ଚିଦାମ୍ବରମଙ୍କ ବିଭିନ୍ନ ସ୍ଥାନରେ ସିବିଆଇ ଏବଂ ଇଡି ଚଢାଉ କରିଥିଲା । ଏହି ସମୟରେ ଅନୁସନ୍ଧାନକାରୀ ଦଳ ତାଙ୍କୁ ପଚରାଉଚରା ବେଳେ ଅନେକ ଦଲିଲ ଜବତ କରିଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି କାର୍ତ୍ତି ଚିଦାମ୍ବରମ୍ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଥିଲେ । ଏହା ସହିତ ସିବିଆଇର ତଦନ୍ତ ବିରୋଧରେ ଅଭିଯୋଗ ମ୍ୟ କରିଥିଲେ ।
ପଚରାଉଚରା ଓ ଚଢାଉ ବେଳଏ ସିବିଆଇ ତାଙ୍କ ସଂସଦୀୟ ଅଧିକାରକୁ ଉଲ୍ଲଂଘନ କରିଛି ବୋଲି କାର୍ତ୍ତି ଚିଦାମ୍ବରମ୍ ଦାବି କରିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଥିଲେ ମୁଁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛି ଯେ ସିବିଆଇ ସଂସଦୀୟ ଅଧିକାରର ଗୁରୁତର ଉଲ୍ଲଂଘନ କରିଛି । ମୋର ସଂସଦୀୟ କମିଟିର କାଗଜପତ୍ର ଯାହା ଆଇଟି କମିଟି ସହିତ ଜଡ଼ିତ ଥିଲା, ସଂସଦୀୟ ପ୍ରକ୍ରିୟା ସହିତ ଜଡିତ ଏହି ଗୋପନୀୟ କାଗଜପତ୍ର, ଯାହାକୁ ନେବାର କାହାର ଅଧିକାର ନାହିଁ ।












Click it and Unblock the Notifications