ବିଧାନସଭା ନିର୍ବାଚନରେ ବଡ଼ ଦଳ ସହ ମେଣ୍ଟ କରିବନି ସମାଜବାଦୀ ପାର୍ଟି
ଆଗାମୀ ବିଧାନସଭା ନିର୍ବାଚନରେ କୌଣସି ବଡ଼ ଦଳ ସହ ମେଣ୍ଟ କରିବନି ସମାଜବାର୍ଦୀ ପାର୍ଟି | ଛୋଟ ଛୋଟ ଦଳ ସହ ବୁଝାମଣା କରି ନିର୍ବାଚନ ଲଢିବ ବୋଲି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି |
ଲକ୍ଷ୍ମୌ : ଆଗାମୀ ବିଧାନସଭା ନିର୍ବାଚନରେ କୌଣସି ବଡ଼ ଦଳ ସହ ମେଣ୍ଟ କରିବନି ସମାଜବାର୍ଦୀ ପାର୍ଟି | ଛୋଟ ଛୋଟ ଦଳ ସହ ବୁଝାମଣା କରି ନିର୍ବାଚନ ଲଢିବ ବୋଲି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି | ଉତ୍ତରପ୍ରଦେଶର ଇଟାଓ୍ୱାର ଠାର ବହୁଜନ ସମାଜବାଦୀ ପାର୍ଟିର କେତେକ କର୍ମୀ ସମାଜବାଦୀ ପାର୍ଟିରେ ସାମିଲ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଅଖିଳେଶ ଏହି ସୂଚନା ଦେଇଛନ୍ତି |
ପ୍ରଗତିଶୀଳ ସମାଜବାଦୀ ପାର୍ଟି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପ୍ରଗତିଶୀଳ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରାଯିବ | ଏଥି ସହିତ ଶିବପାଲ ଯାଦବଙ୍କ ପାଇଁ ଯଶଓ୍ୱନ୍ତପୁର ଆସନ ଛଡାଯିବ | ସେହି ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଦେବ ନାହିଁଁ | ନିର୍ବାଚନ ଜିତିବା ପରେ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ନେତାଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯିବ |

ନିକଟ ଅତୀତରେ ଉତ୍ତରପ୍ରଦେଶରେ 7ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟିର ଫଳାଫଳକୁ ନେଇ ସେ କହିଛନ୍ତି, 'ଯଦି ରାଜ୍ୟରେ ଇଲେକ୍ସନ ଅଧିକାରୀ, ପୋଲିସ୍, ସରକାରୀ କର୍ମଚାରୀଙ୍କ ଦ୍ୱାରା ନିର୍ବାଚନ ଲଢାଯିବ, ତେବେ କିଏ ଜିତିବ ?' ରାଜ୍ୟରେ ବିଜେପି ନୁହଁ ବରଂ ସରକାରୀ କର୍ମଚାରୀ ମାନେ ନିର୍ବାଚନ ଲଢୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି | ଏଥି ସହିତ ବିଜେପି ସରକାର ସମୟରେ ରାଜ୍ୟରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବୃଦ୍ଧି ପାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି |
ଆଜିର ଏହି କାର୍ଯ୍ୟକ୍ରମରେ ବହୁଜନ ସମାଜବାଦୀ ପାର୍ଟି ଏବଂ କଂଗ୍ରେସର କେତେକ କର୍ମୀ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି |












Click it and Unblock the Notifications