Get Updates
Get notified of breaking news, exclusive insights, and must-see stories!

ଆଉ ହାରିବାର ସାହସ ନାହିଁ...', ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁନୀଲ ଚୌଧୁରୀଙ୍କ ଭାବପ୍ରବଣ ଭିଡିଓ ଭାଇରାଲ

ଏକ ରୋଚକ ଭିଡ଼ିଓ ନୋଏଡା ବିଧାନସଭା ଆସନରୁ ସାମ୍ନାକୁ ଆସିଛି । ଏଠାରେ ସାମାଜବାଦୀ ପାର୍ଟି -ଆରଏଲଡି ଗଠବନ୍ଧନ ପ୍ରାର୍ଥୀ ସୁନୀଲ ଚୌଧୁରୀ ଏବଂ ତାଙ୍କ ପତ୍ନୀଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି ।

ନୋଏଡା : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଫେବୃଆରୀ 10 ରେ ଅନୁଷ୍ଠିତ ହେବ । ମତଦାନ ପୂର୍ବରୁ ଭୋଟରମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାପାଇଁ ରାଜନେତାମାନଙ୍କର ବିଭିନ୍ନ ପ୍ରକାର ରୂପ ଦେଖିବାକୁ ମିଳୁଛି । ଏପରି ଏକ ରୋଚକ ଭିଡ଼ିଓ ନୋଏଡା ବିଧାନସଭା ଆସନରୁ ସାମ୍ନାକୁ ଆସିଛି । ଏଠାରେ ସାମାଜବାଦୀ ପାର୍ଟି -ଆରଏଲଡି ଗଠବନ୍ଧନ ପ୍ରାର୍ଥୀ ସୁନୀଲ ଚୌଧୁରୀ ଏବଂ ତାଙ୍କ ପତ୍ନୀଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ସୁନୀଲ ଚୌଧୁରୀ ଭାବପ୍ରବଣ ହୋଇ କହିଛନ୍ତି ଯେ ବର୍ତ୍ତମାନ ହାରିବାକୁ ଆଉ ସାହସ ବାକି ନାହିଁ...

Sunil Choudhary

ସମାଜବାଦୀ ପାର୍ଟି - ଆରଏଲଡି ଗଠବନ୍ଧନ ପ୍ରାର୍ଥୀ ସୁନୀଲ ଚୌଧୁରୀ ଏବଂ ତାଙ୍କ ପତ୍ନୀଙ୍କ ଏହି ଭାବପ୍ରବଣ ଭିଡିଓ ସୋଶାଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସୁନୀଲ ଚୌଧୁରୀ କହୁଛନ୍ତି, 'ମୁଁ ଏଥର ହାରିବାକୁ ଚାହେଁ ନାହିଁ, ବର୍ତ୍ତମାନ ମୋର ହାରିବାକୁ ସାହସ ନାହିଁ ... ମୁଁ ବହୁତ କିଛି ହରାଇଛି । ମୁଁ ମୋର ହୃଦୟରୁ କହିବାକୁ ଚାହେଁ ଯେ ଯଦି କେହି ଗୁଳି ଚଳାଇବାକୁ ଚାହାଁନ୍ତି, ତେବେ ଛାତିରେ ସାମ୍ନାରୁ ମାରନ୍ତୁ, କିନ୍ତୁ ପଛପଟୁ ମାରନ୍ତୁ ନାହିଁ, ଯଦି ମୁଁ ପଛରୁ ମରିଯାଏ, ତେବେ ମୁଁ ଭାବିବି କିଏ ହତ୍ୟା କଲା ? କିନ୍ତୁ ଯଦି ମୁଁ ସାମ୍ନାରେ ମରେ, ତେବେ ମୁଁ କହିପାରିବି ଯେ ଅନ୍ୟ କହି ନୁହେଁ ମୋର ପ୍ରିୟଜନଙ୍କ ଠାରୁ ମରିକି ଆସିଛି....।'

ଏହି ଭାଇରାଲ୍ ଭିଡିଓଟି ଏସପି-ଆରଏଲଡି ସହଯୋଗୀ ପ୍ରାର୍ଥୀ ସୁନୀଲ ଚୌଧୁରୀଙ୍କର ଯେତେବେଳେ ସେ ନିଜ ପାଇଁ ଭୋଟ୍ ଦେବାକୁ ଆବେଦନ କରିଥିଲେ । ଏହି ସମୟରେ ସୁନୀଲ ଚୌଧୁରୀଙ୍କ ପତ୍ନୀ ପ୍ରୀତି ଚୌଧୁରୀଙ୍କୁ ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ପ୍ରୀତି ଚୌଧୁରୀ ଜଣେ ବୃଦ୍ଧଙ୍କ ସାମ୍ନାରେ ହାତ ଯୋଡ଼ି ଭୋଟ୍ ପାଇଁ ନିବେଦନ କରୁଛନ୍ତି । ଏହି ସମୟରେ ତାଙ୍କ ଆଖିରେ ଲୁହ ମଧ୍ୟ ଦେଖବାକୁ ମିଳିଛି । ଏଥିସହିତ ଅନ୍ୟ ମହିଳାମାନେ ମଧ୍ୟ ବେକରେ ଫୁଲମାଳ ପିନ୍ଧାଇ ପ୍ରୀତି ଚୌଧୁରୀଙ୍କୁ ଅଭିବାଦନ ଜଣାଉଛନ୍ତି । ଏହି ଦୁଇଟି ଭିଡିଓ ସୋଶାଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।

ଯେତେବେଳେ 2012 ରେ ନୋଏଡା ବିଧାନସଭା ଆସନ ପ୍ରଥମେ ଗଠିତ ହୋଇଥିଲା, ସେତେବେଳେ ସୁନୀଲ ଚୌଧୁରୀ ସପା ପ୍ରାର୍ଥୀ ଥିଲେ । 2017 ରେ ମଧ୍ୟ ସପା ସୁନୀଲଙ୍କୁ ଟିକେଟ୍ ଦେଇଥିଲେ, କିନ୍ତୁ ତାଙ୍କୁ ଉଭୟ ଥର ପରାଜୟର ସାମ୍ନା କରିବାକୁ ପଡିଥିଲା । ବର୍ତ୍ତମାନ ସୁନୀଲ ଚୌଧୁରୀ ତୃତୀୟ ଥର ପାଇଁ ସପା-ଆରଏଲଡି ମିଳିତ ମଞ୍ଚର ପ୍ରାର୍ଥୀ ଭାବରେ ନୋଏଡା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଜନସାଧାରଣ ତାଙ୍କୁ ମନୋନୀତ କରି ଲକ୍ଷ୍ନୌ ପଠାଉଛନ୍ତି କି ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+