Get Updates
Get notified of breaking news, exclusive insights, and must-see stories!

ସୌମ୍ୟ-ସୁଧାଂଶୁ ବିଦା... ଦଳ ଉପରେ ଭାରୀ ପଡ଼ିବ କି ବହିଷ୍କାର ନିଷ୍ପତ୍ତି ?

ଗତ କିଛି ଦିନ ହେବ ରାଜ୍ୟ ରାଜନୀତି ସରଗରମ ରହିଛି । ଆସନ୍ତା କାଲି ବିଧାନସଭା ମୌସୁମୀ ଅଧିବେଶନ ହେବାକୁ ଥିବା ବେଳେ ଶାସକ ଦଳ ବିଜେଡ଼ି ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି । ଏହା ପରେ ରାଜ୍ୟ ରାଜନୀତିର ମାହୋଲ ପୁରା ବଦଳିଯାଇଛି ।

soumya-sudhanshu

ଲୋକ ବିରୋଧୀ କାମରେ ଲିପ୍ତ ଥିବା ଦର୍ଶାଇ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ଏବଂ ରେମୁଣା ବିଧାୟତ ସୁଧାଂଶୁ ଙ୍କୁ ଦଳରୁ ବାହାର ରାସ୍ତା ଦେଖାଇଛି ବିଜେଡ଼ି । ଏପରିକି ଏ ନେଇ ଖୋଦ୍ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖଛନ୍ତି । ସୌମ୍ୟଙ୍କ ବିରୋଧରେ ଲୋନ୍ ସ୍କାମ୍ ମାମଲା ଆସିବା ପରେ ଦଳ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ପ୍ରେସ୍ ରିଲିଜ୍ ରେ ଦର୍ଶାଯାଇଛି । ଗଞ୍ଜାମର ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀ ବି ନିଯୁକ୍ତି ଜାଲିଆତିରେ ଛନ୍ଦି ହେବା ପରେ ଦଳରୁ ବହିଷ୍କାର ହୋଇଥିଲେ । ଏପରିକି ଜନ ବିରୋଧୀ କାମରେ ଦଳ ଶୂନ୍ୟ ସହନତା ନୀତି ଆପଣଉଛି ବୋଲି କହିଛନ୍ତି ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

କିନ୍ତୁ ଗତ କିଛି ଦିନ ଧରି ରାଜ୍ୟ ରାଜନୀତିକୁ ଲକ୍ଷ୍ୟ କଲେ ସୌମ୍ୟଙ୍କ ଆଲେଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିଜ ଆଲେଖ୍ୟରେ ସୌମ୍ୟ ବାରମ୍ବାର ରାଜ୍ୟ ସରକାର ଓ 5 ଟି ସଚିବଙ୍କୁ ଆକ୍ରମଣ କରିଆସୁଥିଲେ । ଏହାକୁ ବିଜେଡ଼ି ପକ୍ଷରୁ ନିନ୍ଦା କରାଯାଉଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ସୌମ୍ୟଙ୍କ ସତ୍ ସାହସ ବୋଲି କହୁଥିଲେ ।

ତେବେ ପ୍ରଶ୍ନ ଉଠୁଛି ସୌମ୍ୟଙ୍କ ପ୍ରତି କଠୋର ଆଭିମୁଖ୍ୟ ଦଳ ଉପରେ କିଛି ପ୍ରଭାବ ପକାଇବ କି ? ଆଗାମୀ 2024 ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଏହାର ପ୍ରଭାବ କଣ ରହିବ ? ଦଳରୁ ବହିଷ୍କାର କରି ବିଜେଡ଼ି ରାଜ୍ୟବାସୀଙ୍କୁ କଣ ସନ୍ଦେଶ ଦେବାକୁ ଚାହୁଁଛି ? ନିର୍ବାଚନ ଆଗରୁ ବିଜେଡି ଭିତରେ ଅନୁଶାସନକୁ ସ୍ପଷ୍ଟ କରୁଛନ୍ତି କି ନବୀନ ?

ଦୁର୍ନୀତି ଅଭିଯୋଗରେ ସୌମ୍ୟରଞ୍ଜନ ଓ ସୁଧାଂଶୁଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦଳ କହିଛି । କିନ୍ତୁ ରାଜ୍ୟ ରାଜନୀତି ଉପରେ ଏହାର ପ୍ରଭାବ ନିଶ୍ଚୟ ପଡ଼ିପାରେ ବୋଲି କିଛି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ତେବେ ବିଜେଡ଼ିର ଏହି ନିଷ୍ପତ୍ତି ରାଜ୍ୟବାସୀଙ୍କୁ କିପରି ପ୍ରଭାବିତ କରିବା ତାହା ଦେଖଇବା ବାକି ରହିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+