ନ୍ୟାସନାଲ ହେରାଲ୍ଡ ମାମଲା : ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଇଡିରେ ହାଜର ହେବାକୁ ଅଧିକ ସମୟ ମାଗିଲେ ସୋନିଆ ଗାନ୍ଧୀ
କୋଭିଡ -19 ଏବଂ ଫୁସଫୁସ ସଂକ୍ରମଣରୁ ସମ୍ପୂର୍ଣ୍ଣରୂପେ ସୁସ୍ଥ ନହେବା ପର୍ଯ୍ୟନ୍ତ ଇଡିରେ ହାଜର ହେବା ପାଇଁ କିଛି ସପ୍ତାହ ସମୟ ଲୋଡ଼ିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେତେବେଳେ ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ ହେବି, ମୁଁ ଇଡି ଆଗରେ ଉପସ୍ଥିତ ହେବି ।
ନୂଆଦିଲ୍ଲୀ : କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବୁଧବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୁ ଏକ ଚିଠି ଲେଖିଛନ୍ତି । ସେ ଇଡି ନିକଟରେ ହାଜର ହେବାକୁ ଅଧିକ ସମୟ ମାଗିଛନ୍ତି । ସେ କୋଭିଡ -19 ଏବଂ ଫୁସଫୁସ ସଂକ୍ରମଣରୁ ସମ୍ପୂର୍ଣ୍ଣରୂପେ ସୁସ୍ଥ ନହେବା ପର୍ଯ୍ୟନ୍ତ ଇଡିରେ ହାଜର ହେବା ପାଇଁ କିଛି ସପ୍ତାହ ସମୟ ଲୋଡ଼ିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେତେବେଳେ ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ ହେବି, ମୁଁ ଇଡି ଆଗରେ ଉପସ୍ଥିତ ହେବି ।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ ସୋଭିଆ ଗାନ୍ଧୀଙ୍କୁ କୋଭିଡ ଏବଂ ଫୁସଫୁସ ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଘରେ ବିଶ୍ରାମ ନେବାକୁ କଡା ପରାମର୍ଶ ଦିଆଯାଇଛି । ତେଣୁ ସେ ଇଡିରେ ହାଜର ହେବାକୁ କିଛି ସପ୍ତାହ ପାଇଁ ସ୍ଥଗିତାଦେଶ ମାଗି ଆଜି ଇଡିଙ୍କୁ ଏକ ଚିଠି ଲେଖିଛନ୍ତି । ଆପଣଙ୍କୁ କହି ରଖୁଛୁ ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ପଚରାଉଚୁରା ପାଇଁ ସମନ ଜାରି ହୋଇଛି । ଆସନ୍ତା କାଲି ସେ ଇଡିରେ ହାଜର ହେବାର ଥିଲା ।
ଏଥିସହିତ ଏହାପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପାଞ୍ଚ ଦିନ ଧରି ପଚରାଉଚୁରା କରା ଯାଇଥିଲା । ରାହୁଲ ଗାନ୍ଧୀ ବିଳମ୍ବିତ ରାତିରେ ଇଡି କାର୍ଯ୍ୟାଳୟ ଛାଡିଥିଲେ । ମଙ୍ଗଳବାର ଦିନ ମଧ୍ୟ ତାଙ୍କୁ ପ୍ରାୟ 12 ଘଣ୍ଟା ପାଇଁ ଇଡି ଅଧିକାରୀମାନେ ପଚରାଉଚୁରା କରିଥିଲେ । ମଙ୍ଗଳବାର ପଚରାଉଚୁରା ବେଳେ ରାହୁଲ ଗାନ୍ଧୀଙ୍କୁ ରାତି ପ୍ରାୟ 8 ଟା ସମୟରେ ଅଧ ଘଣ୍ଟା ବିରତି ଦିଆଯାଇଥିଲା । ବିରତି ଶେଷ ହେବା ପରେ ରାହୁଲ ଗାନ୍ଧୀ ପୁଣିଥରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କୁ ପ୍ରାୟ 50 ଘଣ୍ଟା ଧରି ପଚାରାଉଚୁରା କରିଛି । ସୋମବାର ରାହୁଲ ଗାନ୍ଧୀଙ୍କୁ ପ୍ରାୟ 10 ଘଣ୍ଟା ପଚରାଉଚରା କରାଯାଇଥିଲା । ଗତ ସପ୍ତାହରେ ତାଙ୍କୁ ପ୍ରାୟ 30 ଘଣ୍ଟା ପଚରାଉଚରା କରାଯାଇଥିଲା ।












Click it and Unblock the Notifications