Get Updates
Get notified of breaking news, exclusive insights, and must-see stories!

ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ବିଦେଶ ଯିବେ ଗାନ୍ଧୀ ପରିବାର

ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଦେଶ ଗସ୍ତରେ ଯିବେ ବୋଲି ମଙ୍ଗଳବାର ଦିନ କଂଗ୍ରେସ ପାର୍ଟି କହିଛି । ତାଙ୍କ ସାଥିରେ ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଯିବେ ।

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଦେଶ ଗସ୍ତରେ ଯିବେ ବୋଲି ମଙ୍ଗଳବାର ଦିନ କଂଗ୍ରେସ ପାର୍ଟି କହିଛି । ତାଙ୍କ ସାଥିରେ ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଯିବେ । କିନ୍ତୁ, କେଉଁ ଦିନ ଓ ସ୍ଥାନକୁ ସେମାନେ ଗସ୍ତ କରିବେ ସେ ନେଇ ଦଳ କୌଣସି ସୂଚନା ଦେଇନାହିଁ ।

sonia - rahul - priyanka

ଦଳ ପକ୍ଷରୁ ଏକ ବୟାନରେ କଂଗ୍ରେସର ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ଡାକ୍ତରୀ ପରୀକ୍ଷା ନିମନ୍ତେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଦେଶ ଗସ୍ତରେ ଯିବେ ଏବଂ ଦିଲ୍ଲୀକୁ ଫେରିବା ଆଗରୁ ସେ ତାଙ୍କ ଅସୁସ୍ଥ ମାଆଙ୍କୁ ମଧ୍ୟ ଭେଟିବାକୁ ଯିବେ ।

କିନ୍ତୁ ରାହୁଲ ଗାନ୍ଧୀ ସେପ୍ଟେମ୍ବର 4 ତାରିଖରେ କଂଗ୍ରେସର 'ମହଙ୍ଗାଇ ପର୍ ହାଲ୍ଲାବୋଲ' ରାଲିକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି ।

ଆପଣଙ୍କୁ କହି ରଖୁଛୁ, କଂଗ୍ରେସ ସେପ୍ଟେମ୍ବର 7 ରେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ 'ଭାରତ ଯୋଡ଼ ଯାତ୍ରା' ଆରମ୍ଭ କରିବ । ଏନେଇ ପ୍ରସ୍ତୁତି କରୁଥିବା ବେଳେ ଗାନ୍ଧୀ ପରିବାର ବିଦେଶ ଗସ୍ତରେ ବାହାରୁଛନ୍ତି ।ଏହା ବ୍ୟତୀତ ଆଗକୁ ଦଳର ଅଧ୍ୟକ୍ଷ ନିର୍ବାଚନ ମଧ୍ୟ ହେବାର ଅଛି, ଯାହା ଲାଗି ଚଳିତ ସପ୍ତାହରେ ତାରିଖ ଧାର୍ଯ୍ୟ କରାଯାଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+