ସୋନିଆଙ୍କ ଟାର୍ଗେଟ୍ ରେ ମୋଦୀ ସରକାର, କହିଲେ - ‘ଜବରଦସ୍ତ ଚୁପ୍ କଲେ ଦେଶର ସମସ୍ୟା ସମାଧାନ ହେବ ନାହିଁ'
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ଏବଂ ଆଦାନୀ ମାମଲାରେ କେନ୍ଦ୍ର ସରକାରକୁ କଂଗ୍ରେସ ବାରମ୍ବାର ଟାର୍ଗେଟ୍ କରୁଛି । ଦଳର ସମସ୍ତ ନେତା ବିଜେପି ସରକାର ଉପରେ ଆକ୍ରମଣ କରୁଥିବା ବେଳେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ସୋନିଆ । ବର୍ତ୍ତମାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। 'ଦ ହିନ୍ଦୁ' ଖବରକାଗଜରେ ଲେଖାଯାଇଥିବା ଏକ ଆର୍ଟିକିଲରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସୋନିଆ କହଛନ୍ତି ଜବରଦସ୍ତ ଚୁପ୍ କରାଇ ଦେଶର ସମସ୍ୟାର ସମାଧାନ କରିହେବ ନାହିଁ ।

'ବାଧ୍ୟତାମୂଳକ ନୀରବତା ଭାରତର ସମସ୍ୟାର ସମାଧାନ କରିପାରିବ ନାହିଁ' ଶୀର୍ଷକ ଏକ ଆର୍ଟିକିଲରେ ସୋନିଆ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ "ବର୍ତ୍ତମାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅଣଦେଖା କରୁଛି କିମ୍ବା ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏକ ଡ୍ରାମା କରୁଛନ୍ତି ।"
ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରର ମୋଦୀ ଭାରତର ଗଣତନ୍ତ୍ରର ତିନୋଟି ସ୍ତମ୍ଭକୁ ଭାଙ୍ଗି ଦେଉଛନ୍ତି । ସେ ଅଧିବେଶନରେ ବ୍ୟାଘାତ ସୃଷ୍ଟି କରିବାକୁ ସରକାରଙ୍କ ନେତୃତ୍ୱାଧୀନ ରଣନୀତିକୁ ଦାୟୀ କରି ସଂସଦରେ ଘଟିଥିବା ଘଟଣାଗୁଡ଼ିକ ବିଷୟରେ ମଧ୍ୟ ଲେଖିଛନ୍ତି ।
ସେ ଲେଖିଛନ୍ତି ଯେ ଗତ ଅଧିବେଶନରେ ଆମେ ସରକାରଙ୍କ ରଣନୀତି ଦେଖିଛୁ । ଏଥିରେ ବେକାରୀ, ମୁଦ୍ରାସ୍ଫୀତି, ସାମାଜିକ ବିଭାଜନ, ବଜେଟ୍ ଏବଂ ଆଦାନୀ ଭଳି ପ୍ରସଙ୍ଗ ଉଠାଇବାକୁ ବିରୋଧୀଙ୍କୁ ରୋକାଯାଇଥିଲା ।
ସୋନିଆ ଗାନ୍ଧୀ ଆହୁରି ଲେଖିଛନ୍ତି, "ଦୃଢ ବିରୋଧୀ" କୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ଭାଷଣକୁ ହଟାଇବା, ଆଲୋଚନା ବନ୍ଦ କରିବା, ସଂସଦ ସଦସ୍ୟଙ୍କୁ ଆକ୍ରମଣ କରିବା ଏବଂ ଶେଷରେ କଂଗ୍ରେସ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ଭଳି ପଦକ୍ଷେପ ନେଇଛନ୍ତି ।
କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଏଗୁଡିକ କେନ୍ଦ୍ର ବଜେଟ୍ 2023 ପାରିତ କରିବା ପାଇଁ ଧ୍ୟାନ ହଟାଇବାକୁ ଚାହୁଁଥିଲେ । ଏଥିରେ ପ୍ରାୟ 45 ଲକ୍ଷ କୋଟି ଟଙ୍କା ଖର୍ଚ୍ଚର ଯୋଜନା କରାଯାଇଛି । ସୋନିଆ ଗାନ୍ଧୀ ଦ ହିନ୍ଦୁରେ ତାଙ୍କ ସମ୍ପାଦକୀୟରେ ଲେଖିଛନ୍ତି ଯେ ଫଳସ୍ୱରୂପ 45 ଲକ୍ଷ କୋଟି ଟଙ୍କା ଲୋକଙ୍କ ବଜେଟ୍ ବିନା ବିତର୍କରେ ପାରିତ ହୋଇଛି ।












Click it and Unblock the Notifications