Get Updates
Get notified of breaking news, exclusive insights, and must-see stories!

ନ୍ୟାସନାଲ ହେରାଲ୍ଡ ମାମଲା : ଇଡିରେ ହାଜର ହେବାକୁ ତିନି ସପ୍ତାହ ସମୟ ମାଗିଲେ ସୋନିଆ ଗାନ୍ଧୀ

ଗାନ୍ଧୀ ନ୍ୟାସନାଲ ହେରାଲ୍ଡ-ଏଜିଏଲ ଚୁକ୍ତିରେ ଅର୍ଥ ହେରଫେର ମାମଲାରେ କଂଗ୍ରେସ ମୁଖିଆଙ୍କୁ ସମନ ଜାରି କରିବା ପରେ ଏଜେନ୍ସିରେ ହାଜର ହେବାକୁ ଅତି କମରେ ତିନି ସପ୍ତାହ ମାଗିଛନ୍ତି । ସୋନିଆ ଏପର୍ଯ୍ୟନ୍ତ କୋଭିଡ -19 ରୁ ସୁସ୍ଥ ହୋଇ ନଥିବାରୁ ସେ ଅଧିକ ସମୟ ମାଗିଛନ୍ତି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବାକୁ ଅଧିକ ସମୟ ମାଗିଛନ୍ତି । ସୂତ୍ରରୁ ପ୍ରକାଶ ଯେ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ-ଏଜିଏଲ ଚୁକ୍ତିରେ ଅର୍ଥ ହେରଫେର ମାମଲାରେ କଂଗ୍ରେସ ମୁଖିଆଙ୍କୁ ସମନ ଜାରି କରିବା ପରେ ଏଜେନ୍ସିରେ ହାଜର ହେବାକୁ ଅତି କମରେ ତିନି ସପ୍ତାହ ମାଗିଛନ୍ତି । ସୋନିଆ ଏପର୍ଯ୍ୟନ୍ତ କୋଭିଡ -19 ରୁ ସୁସ୍ଥ ହୋଇ ନଥିବାରୁ ସେ ଅଧିକ ସମୟ ମାଗିଛନ୍ତି ।

sonia gandhi

ଆପଣଥଙ୍କୁ କହି ରଖୁଛୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଇଡି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କୁ ହାଜର ହେବାକୁ ନୋଟିସ୍ ଜାରି କରିଥିଲେ । ଜୁନ୍ 2 ତାରିଖରେ ଉଭୟଙ୍କୁ ହାଜର ହେବାକୁ ନୋଟିସ୍ ଦେଇଥିଲା । ନୋଟିସ୍ ଜାରି କରିବା ପରେ ସୋନିଆ ଗାନ୍ଧୀ କୋଭିଡ୍-19 ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ସେ ହାଜର ହେବାକୁ ଅତିରିକ୍ତ ତିନି ସପ୍ରାହ ମାଗିଛନ୍ତି ।

ସେହିପରି ନଟିସ୍ ମିଳିବା ସମୟରେ ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଥିବାରୁ ସେ ଜୁନ୍ 13 ରେ ଇଡିରେ ହାଜର ହେବାକୁ ସମୟ ମାଗିଥିଲେ ଏବଂ ଇଡି ଏହାକୁ ମଞ୍ଜୁର କରିଥିଲେ ।

2013 ରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଘରୋଇ ଅପରାଧିକ ଅଭିଯୋଗ ଆଧାରରେ ଦିଲ୍ଲୀର ୟଙ୍ଗ ଇଣ୍ଡିଆନ୍ ପିଭି ଲିମିଟେଡ୍ ବିରୋଧରେ ଆୟକର ବିଭାଗର ଯାଞ୍ଚ ପରେ ଇଡି PMLA ର ଅପରାଧିକ ବ୍ୟବସ୍ଥା ଅନୁଯାୟୀ ଏକ ନୂତନ ମାମଲା ପଞ୍ଜିକରଣ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+