Get Updates
Get notified of breaking news, exclusive insights, and must-see stories!

ନ୍ୟାସନାଲ ହେରାଲ୍ଡ ମାମଲା : ଇଡିରେ ହାଜର ହେଲେ ସୋନିଆ ଗାନ୍ଧୀ, କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ପୂର୍ବାହ୍ନ 11 ଟାରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ସମୟରେ ସାଥିରେ ଥିଲେ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୁଅ ରାହୁଲ୍‌ ଗାନ୍ଧୀ ।

ନୂଆଦିଲ୍ଲୀ : ନ୍ୟାସ୍‌ନାଲ୍‌ ହେରାଲ୍ଡ ମାମଲାରେ ଜେରା ପାଇଁ ଇଡି ସମ୍ମୁଖରେ ହାଜର ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ପୂର୍ବାହ୍ନ 11 ଟାରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ସମୟରେ ସାଥିରେ ଥିଲେ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୁଅ ରାହୁଲ୍‌ ଗାନ୍ଧୀ ।

ପଚରାଉଚରା ପାଇଁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା । କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କଂର୍ମୀ ଓ ନେତା ବିରୋଧ କରୁଛନ୍ତି । କଂଗ୍ରେସ ମୁଖ୍ୟାଳୟ, ସଂସଦ ଭବନ, ଦିଲ୍ଲୀ ରାଜରାସ୍ତା ଏବଂ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି । କଂଗ୍ରେସ କହିଛି ସରକାରଙ୍କ ବିରୋଧରେ ଉଠୁଥିବା ସ୍ୱରକୁ ଚାପିବା ପାଇଁ କେନ୍ଦ୍ର ଯାଞ୍ଚ ଏଜେନ୍ସିଗୁଡିକର ବ୍ୟବହାର କରୁଛି ।

sonia gandhi - ed

ଏହାକୁ ପ୍ରତିବାଦ କରି କଂଗ୍ରେସ କର୍ମୀମାନେ ଗୋଳମାଳିଆ ପରିସ୍ଥିତ ସୃଷ୍ଟି କରିବାର ଆଶଙ୍କା ଥିବାରୁ ପୋଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍‌ ବସାଇଥିଲା । କିନ୍ତୁ, ଉତ୍ତ୍ୟକ୍ତ ପ୍ରତିବାଦକାରୀ କଂଗ୍ରେସ କର୍ମୀମାନେ ବାରିକେଡ୍‌ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପୋଲିସ ମଧ୍ୟ ଶଶୀ ଥରୁରଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କୁ ଅଟକ ରଖିଛି ।

ତେଣେ, ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ମଧ୍ୟ ସୋନିଆଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଛନ୍ତି । ଟ୍ୱିଟ୍ କରି ସେ ଲେଖିଛନ୍ତି, ରାଜନେତାମାନଙ୍କୁ ଅପମାନିତ କରିବା ଲାଗି 'ଇଡି'ର ମନୋଭାବକୁ ମୁଁ ତୀବ୍ର ନିନ୍ଦା କରୁଛି । ଯଦି ସୋନିଆ ଗାନ୍ଧୀଙ୍କୁ କିଛି ପଚାରିବା ପ୍ରୟୋଜନ ଥିଲା ତେବେ 'ଇଡି'ର ଅଧିକାରୀମାନେ ତାଙ୍କ ବାସଭବନକୁ ଯିବା ଉଚିତ ଥିଲା ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ପୂର୍ବରୁ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏପଟେ 13 ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗ ନେଇଛନ୍ତି । ପ୍ରସଙ୍ଗ ଥିଲା କେନ୍ଦ୍ର ସରକାରଙ୍କ ପ୍ରତିଶୋଧର ରାଜନୀତି ।

ବିରୋଧୀମାନେ ଅଭିଯୋଗ କରିଛନ୍ତି ଯାଞ୍ଚ ଏଜେନ୍ସିଗୁଡିକର ବ୍ୟବହାର କରି କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ହଇରାଣ କରୁଛନ୍ତି । ତେବେ ଏହି ବୈଠକରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆଏସ ମଧ୍ୟ ସାମିଲ ଥିଲେ । ସଂସଦ ଅଧିବେଶନକୁ ମଧ୍ୟ କଂଗ୍ରେସ ସମେତ ବିରୋଧ ଦଳ ପ୍ରତ୍ୟାଖ୍ୟାନ କରି ସୋନିଆଙ୍କ ପଚରାଉଚରାକୁ ବିରୋଧ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+