ନିର୍ବାଚନ ଫଳାଫଳ ସ୍ଫଷ୍ଟ କରୁଛି, ଆମକୁ ଜଲଦି ସୁଧାର ଆଣିବାକୁ ହେବ : ସୋନିଆ ଗାନ୍ଧୀ
ସୋମବାର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଆଲୋଚନା ପାଇଁ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ର ଏକ ବୈଠକରେ ଯୋଗ ଦେଇ ସୋନିଆ ଗାନ୍ଧୀ କହିଛନ୍ତି ଯେ ଫଳାଫଳ ଅତ୍ୟନ୍ତ ନିରାଶାଜନକ ।
ନୂଆଦିଲ୍ଲୀ : ନିକଟରେ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନକୁ ନେଇ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୋମବାର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଆଲୋଚନା ପାଇଁ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ର ଏକ ବୈଠକରେ ଯୋଗ ଦେଇ ସୋନିଆ ଗାନ୍ଧୀ କହିଛନ୍ତି ଯେ ଫଳାଫଳ ଅତ୍ୟନ୍ତ ନିରାଶାଜନକ । ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ଯେ ଏଠାରୁ କିଛି ଶିକ୍ଷା ଗ୍ରହଣ କରି ଦଳକୁ ସୁଧାରି ନେବାକୁ ହେବ ।

ଏହି ସଭାରେ ଯୋଗ ଦେଇ ସୋନିଆ ଗାନ୍ଧୀ କହିଛନ୍ତି ଯେ, ସମ୍ପ୍ରତି ନିର୍ବାଚନରେ ପାଞ୍ଚଟି ରାଜ୍ୟରେ କଂଗ୍ରେସ ଯେପରି ବିଫଳ ହୋଇଛି, ଫଳାଫଳ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଆମକୁ ଦଳରେ ସୁଧାର ଆଣିହାକୁ ହେବ । ସେ ଆହୁରି କହିଛନ୍ତି ଯେ, ଏହି ନିର୍ବାଚନ ଫଳାଫଳର ପ୍ରତ୍ୟେକ ଦିଗ ଉପରେ ରିପୋର୍ଟ କରିବାକୁ ସେ ଏକ ଛୋଟ ଗୋଷ୍ଠୀ ଗଠନ କରିବାକୁ ଚିନ୍ତା କରୁଛନ୍ତି, ଯାହାକି ଏହା ଉପରେ ରିପୋର୍ଟ ଦେବ ।
ସୋନିଆ ଗାନ୍ଧୀ କହିଛନ୍ତି ଯେ, ଆମକୁ ବୁଝିବାକୁ ପଡିବ ଯେ କେରଳ ଏବଂ ଆସାମରେ ଥିବା ସରକାରଙ୍କୁ ଆମେ କାହିଁକି ହଟାଇ ପାରିଲୁ ନାହିଁ । ପଶ୍ଚିମବଙ୍ଗରେ ଆମେ କାହିଁକି ଗୋଟିଏ ଆସନ ଜିତି ପାରିଲୁ ନାହିଁ, ପୁଡୁଚେରୀରେ କ'ଣ ହେଲା ? ଏହି ପ୍ରଶ୍ନଗୁଡିକର ଉତ୍ତର ଖୋଜୁଥିବାବେଳେ ଆମକୁ ବାସ୍ତବତାର ସାମ୍ନା କରିବାକୁ ପଡିବ । ଯଦି ଆମେ ବାସ୍ତବତାଠାରୁ ଦୂରେଇ ଯାଇ ତଥ୍ୟକୁ ସଠିକ୍ ଭାବରେ ଦେଖୁନାହୁଁ ତେବେ ଆମେ ଆମେ ଆଗକୁ ବଢିପାରିବା ନାହିଁ । ଦଳର ସଭାପତି ନିର୍ବାଚନ ସମ୍ପର୍କରେ ସୋନିଆ ଗାନ୍ଧୀ କହିଛନ୍ତି ଯେ ଯେତେବେଳେ ଆମେ ଜାନୁଆରୀ 22 ରେ ଆଲୋଚନା କରିଥିଲେ, ସେତେବେଳେ ନିଷ୍ପତ୍ତି ନେଇଥିଲେ ଯେ ଜୁନ୍ ମଧ୍ୟଭାଗରେ କଂଗ୍ରେସ ସଭାପତି ନିର୍ବାଚନ ସମାପ୍ତ ହେବ । ନିର୍ବାଚନ ପ୍ରାଧିକରଣର ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ନିର୍ବାଚନ କାର୍ଯ୍ୟସୂଚୀ ସ୍ଥିର କରିଛନ୍ତି ।
ଆମେ ଆପଣଙ୍କୁ କହିରଖୁଛୁ, ଆସାମ, ବଙ୍ଗଳା, କେରଳ, ପୁଡୁଚେରୀ ଏବଂ ତାମିଲନାଡୁରେ ମାର୍ଚ୍ଚ-ଅପ୍ରେଲରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତାମିଲନାଡୁ ବ୍ୟତୀତ ବାକି ଚାରିଟି ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ହୋଇଛି । ପଶ୍ଚିମବଙ୍ଗରେ ଦଳ ଗୋଟିଏ ବି ଆସନ ଜିତି ନାହିଁ । କଂଗ୍ରେସ ନେତାମାନେ ଏହାକୁ ନେଇ ଚିନ୍ତନ ମନ୍ଥନ ଜାରି ରଖିଛନ୍ତି ।












Click it and Unblock the Notifications