ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ, ଗଙ୍ଗାରାମ ଡାକ୍ତରଖାନାରେ ହେଲେ ଭର୍ତ୍ତି
କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ୟୁପିଏର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପଡ଼ିଛି । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ୟୁପିଏର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପଡ଼ିଛି । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଜ୍ୱର ହେତୁ ସୋନିଆ ଗାନ୍ଧୀଙ୍କୁ ସାର୍ ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି ।
ସାର୍ ଗଙ୍ଗା ରାମ ଡାକ୍ତରଖାନା ଦ୍ୱାରା ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ ଜ୍ୱର ହେତୁ ସୋନିଆ ଗାନ୍ଧୀଙ୍କୁ ମାର୍ଚ୍ଚ 2 'ଛାତି ମେଡିସିନ୍' ବିଭାଗର ମୁଖ୍ୟ ଡକ୍ଟର ଅରୁପ ବସୁଙ୍କ ତତ୍ତ୍ୱାବଧାନରେ ଭର୍ତ୍ତି କରାଯାଇଥିଲା । ସୋନିଆ ଗାନ୍ଧୀ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ଏବଂ ତାଙ୍କୁ ପରୀକ୍ଷା କରାଯାଉଛି । ତାଙ୍କ ଅବସ୍ଥା ସ୍ଥିର ରହିଛି ।
ଏହାପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଚଳିତ ବର୍ଷ ଜାନୁଆରୀରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ସେ ଭାଇରାଲ୍ ସଂକ୍ରମଣର ଶିକାର ହୋଇଥିଲେ । ସେହି ସମୟ ମଧ୍ୟରେ ତାଙ୍କୁ ପ୍ରାୟ ଏକ ସପ୍ତାହ ହସ୍ପିଟାଲରେ ରହିବାକୁ ପଡିଥିଲା । ସମସ୍ତ ପରୀକ୍ଷା ପରେ ହିଁ ତାଙ୍କ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଥିଲା ।












Click it and Unblock the Notifications