ବିଜେପି-ଜେଡିଏସ ର ଅସନ୍ତୁଷ୍ଟ ବିଧାୟକ ଧରିପାରନ୍ତି କଂଗ୍ରେସ ହାତ, କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ଦାବି
କର୍ଣ୍ଣାଟକର ବୋମ୍ମଇ ସରକାରରେ କ୍ୟାବିନେଟ ମନ୍ତ୍ରୀ କେ.ସି ନାରାୟଣଗୌଡା ରାଜ୍ୟରେ ଏକ ପ୍ରମୁଖ ରାଜନୈତିକ ସଙ୍କଟ ହେବା ନେଇ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ କଂଗ୍ରେସରେ ଯୋଗଦେବା ପାଇଁ ତାଙ୍କୁ ଏକ ଅଫର ମିଳିଛି ଏବଂ ସେ ଏ ନେଇ ମଧ୍ୟ ବିଚାର କରୁଛନ୍ତି ।

ବେଙ୍ଗାଲୁରୁ : ଆଉ କିଛି ଦିନ ପରେ କର୍ଣ୍ଣାଟକରେ ବିଧାନସଭା ହେବ । ଏହା ପୂର୍ବରୁ ରାଜ୍ୟରେ ଥିବା ବିଜେପି ସରକାରକୁ ବଡ଼ ଝଟକା ଲାଗିପାରେ । କୁହାଯାଉଛି ବିଜେପି-ଜେଡିଏସ୍ ଉପରେ ଅସନ୍ତୁଷ୍ଟ ଥିବା କିଛି ବିଧାୟକ କଂଗ୍ରେସ ହାତ ଧରିପାରନ୍ତି ।
କର୍ଣ୍ଣାଟକର ବୋମ୍ମଇ ସରକାରରେ କ୍ୟାବିନେଟ ମନ୍ତ୍ରୀ କେ.ସି ନାରାୟଣଗୌଡା ରାଜ୍ୟରେ ଏକ ପ୍ରମୁଖ ରାଜନୈତିକ ସଙ୍କଟ ହେବା ନେଇ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ କଂଗ୍ରେସରେ ଯୋଗଦେବା ପାଇଁ ତାଙ୍କୁ ଏକ ଅଫର ମିଳିଛି ଏବଂ ସେ ଏ ନେଇ ମଧ୍ୟ ବିଚାର କରୁଛନ୍ତି । ମାର୍ଚ୍ଚ 12 ରେ ମାଣ୍ଡୟା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଧାରଣ ସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ମନ୍ତ୍ରୀ ନାରାୟଣଗୌଡା ଏପରି ସୂଚନା ଦେଇଛନ୍ତି ।
କର୍ଣ୍ଣାଟକରେ ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାର କଳ୍ପନାଜଳ୍ପନା ମଧ୍ୟରେ ଏବେ କର୍ଣ୍ଣାଟକ ସରକାରୀ ମନ୍ତ୍ରୀ, ଜେଡିଏସ ଏବଂ ବିଜେପି ବିଧାୟକଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଛି । ବିଜେପିର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ କେ.ସି ନାରାୟଣଗୌଡା କଂଗ୍ରେସରେ ଯୋଗଦେବା ନେଇ ସୂଚାଇ ଦେଇଛନ୍ତି । ବିଜେପି ମନ୍ତ୍ରୀ କହିଛନ୍ତି ଯେ ସେ କଂଗ୍ରେସ ତରଫରୁ ଏକ ପ୍ରସ୍ତାବ ଗ୍ରହଣ କରିଛନ୍ତି ଯେଉଁଥିରେ ସେ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦେବା ବିଷୟରେ ଆଲୋଚନା କରୁଛନ୍ତି । ମାଣ୍ଡୟାର କେ.ଆର ପେଟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଏହି ଅଞ୍ଚଳରେ କଂଗ୍ରେସର ଜଣେ ଶକ୍ତିଶାଳୀ ନେତାଙ୍କ ଅଭାବ ରହିଛି । ଯେଉଁଥିପାଇଁ କଂଗ୍ରେସ ତାଙ୍କୁ ଏପରି ପ୍ରସ୍ତାବ ପଠାଇଛି ।
ସେ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ କଂଗ୍ରେସରେ ଯୋଗଦେବାକୁ ନିଷ୍ପତ୍ତି ନେଇ ନାହାଁନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ଆଲୋଚନା କରିବା ପରେ ହିଁ କୌଣସି ନିଷ୍ପତ୍ତି ନେବେ । ଏହାପୂର୍ବରୁ ଜେଡି (ଏସ) ବିଦ୍ରୋହୀ ନେତା ବି.ଏଲ୍ ଦେବରାଜୁ ତାଙ୍କ ସମର୍ଥକଙ୍କ ସହ ଏକ ବୈଠକ କରିଥିଲେ । ଯେଉଁଥିରେ ସେ କଂଗ୍ରେସରେ ଯୋଗଦେବାକୁ ସୂଚାଇ ଦେଇଛନ୍ତି ।
ଏହି ସମୟରେ ଅସନ୍ତୁଷ୍ଟ ଜେଡିଏସ ବିଧାୟକ କେଏମ ଶିବଲିଙ୍ଗେଗୌଡା ଗୁରୁବାର କହିଛନ୍ତି ଯେ ସେ ଦଳ ଛାଡି କଂଗ୍ରେସରେ ଯୋଗଦେବେ । ତେବେ ସେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି । ସେ କହିଛନ୍ତି ମୁଁ ଶୀଘ୍ର କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବି ଏବଂ ଦଳରେ ଯୋଗଦେବାର ତାରିଖ ମଧ୍ୟ ଘୋଷଣା କରିବି । ସେ କହିଛନ୍ତି ଯେ ସେ କଂଗ୍ରେସ ଦଳ ଟିକେଟରେ ଆର୍ସିକେରେ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।












Click it and Unblock the Notifications