Union Budget 2021: ବଜେଟ୍ ଅଧିବେଶନ ପୂର୍ବରୁ ବିରୋଧୀଙ୍କ ବୟାନ୍, ରାଷ୍ଟ୍ରପତିଙ୍କ ଭାଷଣକୁ ବହିଷ୍କାର କରିବେ 16 ଟି ଦଳ
ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମଧ୍ୟ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆଜାଦ୍ କହିଛନ୍ତି ଯେ ଜାନୁଆରୀ 29 ରେ ହେବାକୁ ଥିବା ରାଷ୍ଟ୍ରପତିଙ୍କ ଅଭିଭାଷଣକୁ 16 ବିରୋଧୀ ଦଳ ବହିଷ୍କାର କରିବେ ।
ନୂଆଦିଲ୍ଲୀ : ଆର୍ଥିକ ବର୍ଷ 2021-22 ପାଇଁ ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ 29 ରୁ ଆରମ୍ଭ ହେବ । ଏହି ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଗୋଟିଏ ପଟେ ଯେଉଁଠାରେ କୃଷକମାନେ ଗତ କିଛି ମାସ ଧରି କୃଷି ଆଇନ ବିରୁଦ୍ଧରେ ବିରୋଧ କରିଆସୁଛନ୍ତି, ଅନ୍ୟପକ୍ଷରେ ସଂସଦ ଭିତରେ ଥିବା ବିରୋଧୀମାନେ ସଂସଦରେ କୃଷି ଆଇନକୁ ନେଇ ସରକାରଙ୍କୁ ଘେରି ରହିବାକୁ ପୁରା ପ୍ରସ୍ତୁତି କରୁଛନ୍ତି ।

ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମଧ୍ୟ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆଜାଦ୍ କହିଛନ୍ତି ଯେ ଜାନୁଆରୀ 29 ରେ ହେବାକୁ ଥିବା ରାଷ୍ଟ୍ରପତିଙ୍କ ଅଭିଭାଷଣକୁ 16 ବିରୋଧୀ ଦଳ ବହିଷ୍କାର କରିବେ । ଗୃହରେ ବିରୋଧୀଙ୍କ ବିନା ଜବରଦସ୍ତି କୃଷି ବିଲକୁ ପାରିତ କରିଛନ୍ତି । ତେଣୁ ଏହାକୁ ବିରୋଧ କରି ସେମାନେ କେନ୍ଦ୍ର ସରକାରଙ୍କୁ ଘେରିବା ସହ ଆସନ୍ତା କାଲି ହେବାକୁ ଥିବା ରାଷ୍ଚ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ ବୋଲି ବିରୋଧୀ ଦଳ ନେତା ସୂଚନା ଦେଇଛନ୍ତି ।












Click it and Unblock the Notifications