ଉତ୍ତରପ୍ରଦେଶ ନିର୍ବାଚନ 2022 : ସମାଜବାଦୀ ପାର୍ଟିରେ ସାମିଲ ହେଲେ ବିଏସପିରୁ ବହିଷ୍କୃତ 6 ବିଧାୟକ ସମେତ ବିଜେପି ବିଧାୟକ
ବହୁଜନ ସମାଜବାଦୀ ପାର୍ଟି (ବିଏସପି) ରୁ ବହିଷ୍କୃତ 6 ଜଣ ବିଧାୟକ ସମାଜବାଦୀ ପାର୍ଟି (ଏସପି) ରେ ଯୋଗ ଦେଇଛନ୍ତି । ଏହି 6 ଜଣ ବିଧାୟକଙ୍କୁ ଅଖିଳେଶ ଯାଦବ ଦଳର ସଦସ୍ୟତା ଦେଇଛନ୍ତି ।
ଲକ୍ଷ୍ନୌ : 2022 ତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଆଉ ମାତ୍ର କିଛି ମାସ ବାକି ଅଛି । ଏହି ସମୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହା ବ୍ୟତୀତ ନେତା ମାନଙ୍କର ଦଳବଦଳ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।
ଏଭଳି ପରିସ୍ଥିତିରେ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ରୁ ବହିଷ୍କୃତ 6 ଜଣ ବିଧାୟକ ସମାଜବାଦୀ ପାର୍ଟି (ଏସପି) ରେ ଯୋଗ ଦେଇଛନ୍ତି । ଏହି 6 ଜଣ ବିଧାୟକଙ୍କୁ ଅଖିଳେଶ ଯାଦବ ଦଳର ସଦସ୍ୟତା ଦେଇଛନ୍ତି । ଏହି ବିଧାୟକମାନେ ଅଖିଳେଶ ଯାଦବଙ୍କ ସହ ଦୀର୍ଘ ସମୟ ଧରି ଯୋଗାଯୋଗରେ ଥିଲେ । ଏଥି ସହ ଜଣେ ବିଜେପି ବିଧାୟକ ମଧ୍ୟ ଏସପି ସଦସ୍ୟତା ଗ୍ରହଣ କରିଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ ବିଏସପିରୁ ବିତାଡିତ ହୋଇଥିବା ବିଧାୟକ ହରଗୋବିନ୍ଦ ଭାର୍ଗଭ, ମୁଜତାବା ସିଦ୍ଦିକି, ହାକିମ ଲାଲ ବିନ୍ଦ, ଅସଲମ ରାଇନୀ, ସୁଷମା ପଟେଲ, ଅସଲମ ଚୌଧୁରୀ ଏବଂ ସୀତାପୁର ସଦରର ବିଜେପି ବିଧାୟକ ରାକେଶ ରାଠୋର ଦଳର ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ଅଖିଳେଶ ଯାଦବ ବିଏସପି ଏବଂ ବିଜେପିରୁ ବିଧାୟକମାନଙ୍କୁ ଏସପି କାର୍ଯ୍ୟାଳୟରେ ସ୍ୱାଗତ କରିବା ସହ ସେମାନଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ । ଏହି ଅବସରରେ ଅଖିଳେଶ ଯାଦବ କହିଛନ୍ତି ଯେ ଅନେକ ଲୋକ ଅଛନ୍ତି ଯେଉଁମାନେ ଏସପିରେ ଯୋଗଦେବାକୁ ଚାହୁଁଛନ୍ତି ।
ଅଖିଳେଶ କହିଛନ୍ତି, ଏହି ନିର୍ବାଚନରେ ବିଜେପି ସଫା ହେବା ନିଶ୍ଚିତ । ସେ ବିଜେପିର ମନିଫେଷ୍ଟୋ ପଢି କହିଛନ୍ତି ଯେ କୃଷକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ବିଜେପି ପୂରଣ କରି ନାହିଁ । ନା ତାଙ୍କ ଆୟ ଦ୍ୱିଗୁଣିତ ହେଲା, ନା ତାଙ୍କ ଜୀବନରେ ଉନ୍ନତି ଆଣିବାକୁ ଉଦ୍ୟମ ହେଲା । ଅଖିଳେଶ ଆହୁରି କହିଛନ୍ତି ଯେ ସରକାରଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ମୁଦ୍ରାସ୍ଫୀତି ବହୁତ ବୃଦ୍ଧି ପାଉଛି । ବିଜେପିର ଲୋକମାନେ ପନ୍ନା ପ୍ରମୂଖ ତିଆରି କରନ୍ତି ଏବଂ ସେମାନଙ୍କର ମନିଫେଷ୍ଟର ପୃଷ୍ଠା ଦେଖିବାକୁ ଭୁଲିଯାଆନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ପିଲାମାନଙ୍କୁ ଲାପଟପ୍ ଏବଂ ଟାବଲେଟ୍ ଦେବାରେ ସକ୍ଷମ ହୋଇ ନାହୁଁ । ଏଥି ସହ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସଭାପତି ଶିବପାଲ ସିଂ ଯାଦବଙ୍କ ବିଷୟରେ ଅଖିଳେଶ କହିଛନ୍ତି ଯେ ତାଙ୍କ ସମ୍ମାନ ରଖାଯିବ । ସେ ମଧ୍ୟ ଆମ ସହିତ ରହିବେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications