ସେ ଚାହୁଁଛନ୍ତି ତାଙ୍କୁ କେହି ପ୍ରଶ୍ନ କରିବେନି, ଅପରାଜିତାଙ୍କ ଅଭିଯୋଗରେ ବିଜେଡ଼ିର ଜବାବ
ଭୁବନେଶ୍ୱର: ବାଦ ପ୍ରତିବାଦ ରାଜନୀତିକୁ ନେଇ ବିଜେପି-ବିଜେଡ଼ି ମୁହାଁମୁହିଁ । ବାକ୍ ଯୁଦ୍ଧରେ ସରଗରମ ରାଜନୀତି । ନୀତି-ନୈତିକତା ଭୁଲି ଯାଇଛନ୍ତି ଅପରାଜିତା । ଏଡିଟେଡ୍ ଫଟୋ ଆଣି ମା ମାନଙ୍କୁ ବଦନାମ କରୁଛନ୍ତି । ନିଜ ନିର୍ବାଚନମଣ୍ଡଳୀର ସାଧାରଣ ଲୋକ ଓ ଏସଏଚଜି ମାଆଙ୍କୁ ଗୁଣ୍ଡା ଆଖ୍ୟା ଦେଇଛନ୍ତି ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ତାଙ୍କ ଉପରକୁ ଆକ୍ରମଣ ହେବା ନେଇ ଅଭିଯୋଗ କରିବା ସହ ସୁରକ୍ଷ ପ୍ରସଙ୍ଗ ଉଠାଇବା ପରେ ଏହାର ଜବାବ ଦେଇଛି ବିଜେଡ଼ି । ନିଜ ସୋସିଆଲ ମିଡିଆରେ ମା ମାନଙ୍କୁ ଗୁଣ୍ଡା ବୋଲି କହି ପ୍ରଚାର କରୁଛନ୍ତି ଅପରାଜିତା । ତାଙ୍କର ଏଭଳି ହୀନ ଆଚରଣକୁ ନିନ୍ଦା କରିବା ସହିତ କ୍ଷମା ମାଗିବାକୁ ବିଜେଡି ଦାବି କରିଛି । ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।
ଅପରାଜିତା ଅହଂକାରୀ ହୋଇପଡ଼ିଛନ୍ତି । ଏକଛତ୍ରବାଦ ଚଳାଇବାକୁ ଉଦ୍ୟମ କରୁଛନ୍ତି । ସେ ଚାହୁଁଛନ୍ତି ତାଙ୍କୁ କେହ ବି ପ୍ରଶ୍ନ ପଚାରିବେନି କି ସେ କାହାକୁ ଉତ୍ତର ଦେବେନି । ଏଥିପାଇଁ ନିଜ ନିର୍ବାଚନମଣ୍ଡଳୀର ସାଧାରଣ ଲୋକ ଓ ଏସଏଚଜି ମାଆଙ୍କୁ ଗୁଣ୍ଡା ଆଖ୍ୟା ଦେଇଛନ୍ତି । ଜଣେ ମହିଳା ସାଂସଦ ହୋଇ ମହିଳାଙ୍କୁ ନିନ୍ଦିତ କରିବା ଅପରାଜିତାଙ୍କ କେଉଁ ନୀତି ନୈତିକତା ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ଯେଉଁ ଲୋକମାନେ ତାଙ୍କୁ ଭୋଟ୍ ଦେଇ ସାଂସଦ ଭାବେ ନିର୍ବାଚିତ କରିଛନ୍ତି, ସେମାନଙ୍କର ପ୍ରଶ୍ନ ପଚାରିବାର ଅଧିକାର ଅଛି । ବିକାଶକୁ ନେଇ ଲୋକ ପ୍ରଶ୍ନ କଲା ବେଳେଅପରାଜିତା ନିଜ ଅପରାଗତା ଲୁଚାଇବାକୁ ହୀନ ଉଦ୍ୟମ କରୁଛନ୍ତି ।
ମାଆମାନଙ୍କର ଫଟୋକୁ ଏଡିଟ୍ କରି ସେମାନଙ୍କୁ ନିଜ ସୋସିଆଲ ମିଡିଆରେ ଗୁଣ୍ଡା ଆଖ୍ୟା ଦେଇ ନିନ୍ଦିତ କରୁଛନ୍ତି । ଅପରାଜିତା ଏଭଳି କରି ଶାନ୍ତିପ୍ରିୟ ଓଡ଼ିଶାର ଛବିକୁ ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି । ମାଆଙ୍କୁ ବଦନାମ କରିଥିବାରୁ ଅପରାଜିତା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି । କ୍ଷମା ନମାଗିଲେ ଆଗକୁ ଓଡ଼ିଶାବାସୀ ଓ ଭୁବନେଶ୍ବରବାସୀ ଅପରାଜିତାଙ୍କୁ କେବେ କ୍ଷମା ଦେବେନି ବୋଲି ଶ୍ରୀମୟୀ କହିଛନ୍ତି ।
ଆପଣ ଜଣେ ଜନପ୍ରତିନିଧୀ ଏବଂ ସେମାନଙ୍କ ସେବା କରିବା ପାଇଁ ଅଛନ୍ତି, ସେମାନଙ୍କୁ ଏକଛତ୍ରବାଦୀ ଶାସନ କରିବା ପାଇଁ ନୁହେଁ । ଓଡ଼ିଶାର ଲୋକମାନେ ଆପଣଙ୍କର ଅହଙ୍କାର ଏବଂ ରାଜ୍ୟର ସାଧାରଣ ପୁରୁଷ ଓ ମହିଳାଙ୍କ ପ୍ରତି ଆପଣଙ୍କର ଆଚରଣ ଦେଖୁଛନ୍ତି ଏବଂ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications