Get Updates
Get notified of breaking news, exclusive insights, and must-see stories!

ସାଂସଦଙ୍କ ଯିଦ୍ ଆଗରେ ମୁଣ୍ଡ ନୁଆଁଇଲେ ଉଦ୍ଧବ, ଦ୍ରୌପଦୀଙ୍କୁ ଦେବେ ସମର୍ଥନ

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି । ଅଧିକାଂଶ ସାଂସଦଙ୍କ ଦାବି ପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ମଙ୍ଗଳବାର ଦିନ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି ।

ନୂଆଦିଲ୍ଲୀ : ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି । ଅଧିକାଂଶ ସାଂସଦଙ୍କ ଦାବି ପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ମଙ୍ଗଳବାର ଦିନ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି । ତେବେ ଏହି ଘୋଷଣା ସହିତ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ମୁର୍ମୁଙ୍କ ସମର୍ଥନର ଅର୍ଥ ନୁହଁ ବିଜେପିକୁ ସମର୍ଥନ ।

Uddhav Thackeray

ଏନଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଉପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଶିବସେନା ସାଂସଦମାନେ ମୋ ଉପରେ କୌଣସି ଚାପ ପକାଇ ନଥିଲେ, କିନ୍ତୁ ସେମାନେ ମୋତେ ଏ ବିଷୟରେ ଅନୁରୋଧ କରିଥିଲେ । ତେଣୁ ତାଙ୍କ ପରାମର୍ଶକୁ ଦେଖି ଆମେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଯାଉଛୁ । ଉଦ୍ଧବ ଠାକରେ ଆହୁରି କହିଛନ୍ତି ଯେ ଜଣେ ଅନୁସୂଚିତ ଜନଜାତି ମହିଳା ରାଷ୍ଟ୍ରପତି ହୋଇଥିବାରୁ ଆମେ ଖୁସି ।

ଉଦ୍ଧବଙ୍କ ଏହି ନିଷ୍ପତ୍ତି ମହାବିକାଶ ଅଘାଡ଼ି ମିଳିତ ମଞ୍ଚ ବିରୁଦ୍ଧରେ ଆସିଛି । ମହା ବିକାଶ ଅଘାଡି ମିଳିତ ମଞ୍ଚରେ ଥିବା କଂଗ୍ରେସ ଏବଂ ଏନସିପି ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ସୋମବାର ଶିବସେନାର ଏକ ବୈଠକ ହୋଇଥିଲା । ଏଥିରେ 19 ସାଂସଦଙ୍କ ମଧ୍ୟରୁ କେବଳ 13 ଜଣ ଥିଲେ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଅଧିକାଂଶ ସାଂସଦ ଦାବି କରିଥିଲେ । ଏହାପୂର୍ବରୁ ଶିବସେନା ସାଂସଦ ବିନାୟକ ରାଉତ କହିଥିଲେ ଯେ ଆମେ ସମସ୍ତେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଦାବି କରିଛୁ ।

ଦେଶର ନୂତନ ରାଷ୍ଟ୍ରପତିଙ୍କ ପାଇଁ ଭୋଟ୍ 18 ଜୁଲାଇରେ ହେବ ଏବଂ 21 ଜୁଲାଇରେ ଭୋଟ୍ ଗଣନା କରାଯିବ । ନିର୍ବାଚିତ ହେଲେ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଶିବସେନା ବ୍ୟତୀତ ଝାଡ଼ଖଣ୍ଡରେ କଂଗ୍ରେସ ସହ ମିଳିତମଞ୍ଚରେ ଥିବା ଜେଏମଏମ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ଆଜି ଆନ୍ଧ୍ରପ୍ରଦେଶରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ YSR କଂଗ୍ରେସ ନିଷ୍ପତ୍ତି ନେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+